Posted inଜାତୀୟ

ମହାରାଷ୍ଟ୍ରରେ ଏମିତି କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି: ସଞ୍ଜୟ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସରକାର ଗଠନ କରି ପାରୁ ନାହାନ୍ତି। କାରଣ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେବି ଅଡି ବସିଛି ଶିବାସେନା। ୫୦-୫୦ ଅଙ୍କକୁ ନେଇ ଶିବସେନା ରାଜନୀତି କରୁଥିବା ବେଳେ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଛି। ଏହାକୁ ନେଇ ସୋମବାର ଦୁଇ ଦଳର ନେତା ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହାପରେ ମଙ୍ଗଳବାର ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି। ସଞ୍ଜୟଙ୍କୁ ଯେତେବେଳେ ଭାଜପା-ଶିବସେନା ମଧ୍ୟରେ ପୂର୍ବରୁ ମେଣ୍ଟ ହୋଇ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ସରକାର ଗଠନ କରାଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା ତା’ର ଉତ୍ତରରେ ସେ ଏହା କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଆମେ ଧର୍ମ ଓ ସତ୍ୟକୁ ନେଇ ରାଜନୀତି କରୁଛୁ। ଶରଦ ପାଓ୍ବାର ଭାଜପା ଓ କଂଗ୍ରେସ ବିରୋଧୀ ପରିବେଶ ସୃଷ୍ଟି କରିଛନ୍ତି। ତେଣୁ ସେ କେବେବି ଭାଜପାକୁ ସାହଯୋଗ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୋହଲିଲା ମୂଳଦୁଆ

ଚମୋଲି/ନୂଆଦିଲ୍ଲୀ,୧୪ା୧: ଉତ୍ତରାଖଣ୍ଡର ଚମୋଲି ଜିଲା ଜୋଷୀମଠର ମୂଳଦୁଆ ଦୋହଲିଯାଇଛି। ଗତ ଡିସେମ୍ବର ୨୭ରୁ ଜାନୁୟାରୀ ୮ ତାରିଖ (ମାତ୍ର ୧୨ ଦିନ) ଭିତରେ ଏହି ଧର୍ମନଗରୀ...

ସିଦ୍ଧୁଙ୍କୁ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୪।୫:ଖୁବ ଶୀଘ୍ର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ କଂଗ୍ରେସ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।...

ଟୁଇଟରରେ ଅକ୍ସିଜେନ ପାଇଁ ସହାୟତା ମାଗିବାରୁ ଯୁବକ ଗିରଫ

ଲକ୍ଷ୍ନୌ,୨୮।୪ : ଉତ୍ତର ପ୍ରଦେଶର ଆମେଠି ଜିଲାର ଜଣେ ବ୍ୟକ୍ତି ଜେଜେବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଟୁଇଟରରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଆବେଦନ କରିଥିଲେ।...

ଲକଡାଉନ୍ ପରେ ହଟସ୍ପଟ୍ ଉପରେ କଡ଼ା ନଜର ରଖିବା ପାଇଁ ହେବ ସର୍ଭେଲାନ୍ସ

ନୂଆଦିଲ୍ଲୀ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।  ଏହା ଏପ୍ରିଲ୍...

କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ତାଲିକା ପ୍ରକାଶ

ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର...

କିନ୍ନରଙ୍କ ସୁରକ୍ଷା-ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩।୧: ବିଭିନ୍ନ ରାଜ୍ୟରେ ଥିବା କିନ୍ନରଙ୍କ ସୁରକ୍ଷା ଏବଂ ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ...

ମହାରାଷ୍ଟ୍ର କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ

ମୁମ୍ବାଇ,୨୪।୫: ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ସେ...

ମହାମାରୀର ନୂଆ ରୂପ ‘ଆର୍କଟୁରସ୍‌’

ନୂଆଦିଲ୍ଲୀ/ଲଣ୍ଡନ,୨୬ା୪: ସମ୍ପ୍ରତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ମହାମାରୀର ଏକ ନୂଆ ରୂପକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।...

Advertisement
Archives

Model This Week