ମହାବିଦ୍ୟାଳୟ ପରିସରରେ ଅର୍ଦ୍ଧନିର୍ମିତ ସୁଇମିଂ ପୁଲ୍‌: ନାହିଁ ସୁରକ୍ଷା ପ୍ରାଚୀର

ନିରାକାରପୁର,୨୬ା୯(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସର୍ବପୁରାତନ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ହେଲା ଏକ ସୁଇମିଂପୁଲ୍‌ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ବର୍ଷା ପାଣି ପୂର୍ଣ୍ଣହୋଇ ରହିଥିବା ସୁଇମିଂ ପୁଲ୍‌ରେ ସୁରକ୍ଷା ପ୍ରାଚୀର ନ ଥିବାରୁ ଏହା ସର୍ବଦା ବିପଦକୁ ଆମନ୍ତ୍ରଣ କରୁଛି ।
ଏହା ଏବେ ମଶା ମାନଙ୍କର ଏନ୍ତୁଡି ଶାଳ ପାଲିଟିଛି  ଉକ୍ତ ସୁଇମିଙ୍ଗପୁଲଟି
କଲେଜ ପରିସରରେ ସୁଇମିଂ ପୁଲ୍‌ ନିର୍ମାଣ ପାଇଁ ପ୍ରଥମେ ୨୦୧୨ରେ ଯୋଜନା କରାଯାଇଥିଲା। ତତ୍‌କାଳୀନ ଅଧ୍ୟକ୍ଷକଙ୍କ ବଦଳି ପରେ ଏହି କାମ ଅଟକି ରହିଥିଲା। ପରବର୍ତ୍ତୀ ସମୟରେ ଏହା କିପରି ସମ୍ପନ୍ନ ହେବ ଯୋଜନା କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। କଲେଜ କତ୍ତର୍aୃପକ୍ଷ ଏହାକୁ ଆର୍‌ଆଣ୍ଡବି ବିଭାଗକୁ ହସ୍ତାନ୍ତର କରିଥିଲେ। ୧୧କେଭି ବିଦ୍ୟୁତ ତାର ଯାଇଥିବା ସ୍ଥାନରେ କିଭଳି ଏହି ପ୍ରକଳ୍ପ କରାଯିବା ଯୋଜନା ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଣି ପ୍ରାୟ ବର୍ଷେ ହେଲା ଏହାର ଅବଧି ଶେଷହୋଇଥିବା ବେଳେ ଏହା କିଭଳି ଶେଷହେବ ତାକୁ ନେଇ ଆଲୋଚନା ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଚାରିପାଖରେ ସୁରକ୍ଷା ପ୍ରାଚୀର ନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ଲାଗି ବିପଦ ଆଶଙ୍କା ରହୁଛି। ଅନେକ ସମୟରେ ବୁଲା ଶଣ୍ଢ, ଗୋରୁ, ଅନ୍ୟାନ୍ୟ ଜୀବଜନ୍ତୁ ସୁଇମିଂ ପୁଲ୍‌ ନିକଟରେ ବୁଲୁଥିବାରୁ ଏହା ଭିତରେ ପଡିଯିବା ସମ୍ଭାବନା ରହୁଛି। ମାଙ୍କଡମାନେ ପାଣି ପିଇବାକୁ ଯାଇ ବିପଦର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଥିରେ ପାଣି ଭର୍ତ୍ତିହୋଇ ରହିଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଏଥିଯୋଗୁ ମ୍ୟାଲେରିଆ, ଡେଙ୍ଗୁ ରୋଗ ବ୍ୟାପିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ସରକାରୀ ମେଡିକାଲ ଅଫିସର ସୂଚନା ଦେଇଛନ୍ତି । ଏ ନେଇ ନିରାକାରପୁରଠାରେ ଥିବା ଆର୍‌ଆଣ୍ଡବି ବିଭାଗ କନିଷ୍ଠଯନ୍ତ୍ରୀ ମନୋଜ ସେଣ୍ଡଙ୍କୁ ପଚାରିବାରୁ ସେ କହିଥିଲେ, ଆଲଟ୍‌ମେଣ୍ଟ ନ ଥିବାରୁ ସୁଇମିଂ ପୁଲ୍‌ କାମ ସେତିକିରେ ଅଟକି ରହିଛି । ୧୧କେଭି ବିଦ୍ୟୁତ୍‌ ତାର ସମ୍ପର୍କରେ ସେ କହିଥିଲେ, କଲେଜ କର୍ତ୍ତୃପକ୍ଷ ଯେଉଁ ସ୍ଥାନ ଦେଖାଇଲେ ସେଠାରେ ଆମେ କରିଛୁ। କଲେଜ ଅଧ୍ୟକ୍ଷ ଅଶୋକ କୁମାର ବଳବନ୍ତରାୟଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ବାହାରେ ଅଛି କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଟପଦାପଡ଼ା ସ୍କୁଲରେ ପଢ଼ାକୁଠି ଅଭାବ: ଗୋଷ୍ଠୀ କେନ୍ଦ୍ରରେ ଚାଲିଛେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା

ଲାଠୋର, ୨୨।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗୋଷ୍ଠୀ କେନ୍ଦ୍ରରେ ଅନେକ ମାସ ହେଲା ଥାନୀଅ ହାଟପଦାପଡ଼ା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରକଁର...

ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଅଭିଭାବକଙ୍କ ଧାରଣା

ବାଲିଗୁଡ଼ା,୧୮।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷକଙ୍କ ଆନ୍ଦୋଳନ ସୋମବାର ୧୦ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ କନ୍ଧମାଳ ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି...

ବଜ୍ରପାତରେ ୨୩ ଗୋରୁ ମୃତ

ପାଲଲହଡ଼ା, ୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତ ବାଲିବାହାଳ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ୨୩ ଗୋରୁଙ୍କ ମୃତ୍ୟୁ ଘଟିଛି।...

ଓଏଚ୍‌ଆର୍‌ସିରେ ୪୦ ପ୍ରତିଶତ କର୍ମଚାରୀ ପଦ ଖାଲି: ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଆଇନଜୀବୀ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମାନବୀକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ୬୯ ପଦବୀ ରହିଥିବାବେଳେ ୪୦ ପ୍ରତିଶତ ଅର୍ଥାତ୍‌ ୨୭ଟି ଖାଲି ପଡିଛି। ଏହାକୁ ପୂରଣ କରାଯାଉ ନ...

କଂଗ୍ରେସ ଭବନରେ ବୋମାମାଡ଼

ଭୁବନେଶ୍ୱର,୯ା୧(ବ୍ୟୁରୋ): ଗୋଷ୍ଠୀ କନ୍ଦଳକୁ ନେଇ ଶନିବାର ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକକୁ...

ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି।...

୨୧ ଦିନିଆ ସ୍ବତନ୍ତ୍ର ଛୁଟିରେ ଗଲେ ୧୧ କଏଦୀ

କେନ୍ଦୁଝର,୮ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହା କରୋନା ମୁକାବିଲା ଦିଗରେ ସମସ୍ୟା ସୃଷ୍ଟି କରିବା ଆଶଙ୍କା କରି ସରକାର ବିଚାରାଧିନ ବନ୍ଦୀଙ୍କୁ...

ଏମ୍ସ ଏବେ ‘ଓଡିଏମ୍‌ ବିଜ୍‌ନେସ ସ୍କୁଲ’ ଭାବେ ନାମିତ

ଭୁବନେଶ୍ୱର,୨୫।୪: ରାଜ୍ୟର ଏକ ଅଗ୍ରଣୀ ଏମ୍‌ବିଏ କଲେଜ ଭାବେ ଜଣାଶୁଣା ଆଷ୍ଟ୍ରଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ(ଏମ୍ସ) ର ନାମ ପରିବର୍ତ୍ତନ (ରି ବ୍ରାଣ୍ଡ) କରାଯାଇଛି।...

Advertisement
Archives

Model This Week