ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ,୧୨ା୧୧: କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ସୋମବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ପ୍ରାତଃରେ ଠାକୁରଙ୍କ ଅବକାଶ ନୀତି ପରେ ଏହି ବେଶ କରାଯାଇଥିଲା। ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ରତ୍ନସିଂହାସନରେ ମହାପ୍ରଭୁଙ୍କ ଦୁଲର୍‌ଲଭ ସୁନାବେଶ ଅନୁଷ୍ଠିତ ହେବ।
ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ବଡଠାକୁର ସୁବର୍ଣ୍ଣର ହଳ ମୂଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରୁପାର ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଚୂଳରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥିଲା। ଏଥିସହ ସୋଲ ଓ ଜରିରେ ନିର୍ମିତ ବିଭିନ୍ନ ଫୁଲ ଧାରଣ କରିଥିଲେ। ଏହି ବେଶରେ ଠାକୁରମାନେ ପାଟବସ୍ତ୍ରରେ ବିଭୂଷିତ ହେବା ସହ ବିଭିନ୍ନ ସୁବାସିତ ପୁଷ୍ପରେ ମଣ୍ଡିତ ହୋଇଥିଲେ। ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା। ଧର୍ମ ମାସ କାର୍ତ୍ତିକର ଶେଷ ଦିବସ। ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଏହି ବେଶକୁ ସୁନାବେଶ କୁହାଯାଇଥାଏ। ବିଭିନ୍ନ ପାଟ ବସ୍ତ୍ର ଏବଂ ରତ୍ନ ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ। ଭକ୍ତଙ୍କ ସୁନାବେଶ ଦର୍ଶନ ଏବଂ ନୀତି ସୁରୁଖୁରୁରେ ସମ୍ପନ୍ନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: କହିଲେ ‘ଓଡ଼ିଶା ବାତ୍ୟାକୁ ସାହସିକତାର ସହ ମୁକାବିଲା କରିଛି’

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ଅମ୍ଫନ ମୁକାବିଲା ନେଇ ରାଜ୍ୟସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଗୁରୁବାର ଟୁଇଟ୍‌ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ସାହସିକତାର ସହ...

ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ

ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍‌, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍‌ବେଗ ପ୍ରକାଶ କରିବା...

‘ଉତ୍ତମ ଜନସ୍ବାସ୍ଥ୍ୟ ସେବା ଲାଗି ବହୁମୁଖୀ ଉଦ୍ୟମ ଲୋଡ଼ା’

ଭୁବନେଶ୍ୱର,୨୪ା୨:ଉତ୍ତମ ଜନସ୍ବାସ୍ଥ୍ୟ ସେବା ପାଇଁ ବହୁମୁଖୀ ଏବଂ ବହୁବିଧ ଉଦ୍ୟମର ଆବଶ୍ୟକତା ରହିଛି। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ବିଶେଷଜ୍ଞମାନେ ଉତ୍ତମ ଜନସ୍ବାସ୍ଥ୍ୟ...

ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ଦ୍ୱିତୀୟ ଲହରରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଯାତ୍ରୀବାହୀ ବସ୍‌ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍‌ଡାଉନ,...

ବୃତ୍ତିକୁ ବ୍ରତ ଭାବେ ଗ୍ରହଣ କରିଛି

ଟିମ୍‌ ଆଡ୍‌ମାର୍କର ପରିକଳ୍ପନା ଓ ଏହାର ଯାତ୍ରା କିଭଳି ଜାରି ରହିଛି? ରେଭେନ୍‌ଶା ମହାବିଦ୍ୟାଳୟରୁ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକଲା ପରେ ବାପାଙ୍କ ବ୍ୟବସାୟରେ ଯୋଗଦେଇ ଦେଖାଶୁଣା...

ଶେଷ ହେଲା ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’; ପୁରସ୍କୃତ ହେଲେ ଓଡ଼ିଶାର ୩୯ ପ୍ରତିଷ୍ଠିତ ବ୍ୟବସାୟୀ

ଭୁବନେଶ୍ୱର,୨।୪(ବ୍ୟୁରୋ): ଶେଷ ହୋଇଛି ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୨’। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ...

ଚିପଟ ଅସ୍ତିଆବାସୀ ଅବହେଳାର ଶିକାର, ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୭ା୮- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସୀମାଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ ଶାମାଖୁଣ୍ଟା ବ୍ଲକର ଚିପଟ ଅସ୍ତିଆ ଗ୍ରାମ ଜନସାଧାରଣ ଦୀର୍ଘ...

ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ...

Advertisement
Archives

Model This Week