ମହାପ୍ରଭୁଙ୍କ ପ୍ରତି ଅସମ୍ମାନ:ତୁଳସୀ ମାଳ ପକାଇ ଶ୍ରୀମନ୍ଦିର ପ୍ରରିକ୍ରମା କଲେ ସାଧୁ

ପୁରୀ ଅଫିସ, ୨୮ା୭: ଶ୍ରୀକ୍ଷେତ୍ର ମାଟିରେ ପୁଣି ଶ୍ରମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ। କଳା ଠାକୁରଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ତୁଳସୀ ମାଳକୁ ବେକରେ ଧାରଣ କରି ବଡ଼ଦେଉଳ ପରିକ୍ରମା କରିଛନ୍ତି ମହାରାଷ୍ଟ୍ରର ସାଧୁ ମହାମଣ୍ଡଳେଶ୍ୱର ଶାନ୍ତିଗିରିଜୀ ମହାରାଜ। କେବଳ ତୁଳସୀ ନୁହେଁ, ପଦ୍ମ ଫୁଲ ମାଳ ପକାଇ କାଠ ନିର୍ମିତ ପଦ୍ମାସନ ପୀଢାରେ ବସି ଶ୍ରୀମନ୍ଦିର ପରିକ୍ରମା କରିଛନ୍ତି। ଏହି ଘଟଣାକୁ ଶ୍ରୀଜଗନ୍ନାଥପ୍ରେମୀ ନାପସନ୍ଦ କରିଥିବା ବେଳେ ଗବେଷକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ସାଧୁ ଏଥିପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି ସେମାନେ ଦାବି କରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ମଥାରେ ସର୍ବଦା ତୁଳସୀ ଶୋଭା ପାଉଥାଏ। ତୁଳସୀ ଓ ଦୟଣା ପ୍ରିୟ ଶ୍ରୀଜଗନ୍ନାଥ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ ଆଉ ମହାପ୍ରସାଦରେ ବି ତୁଳସୀ। ତୁଳସୀ ପ୍ରିୟ ଠାକୁର ସେ। ସେଇଥିପାଇଁ ତ ମହାପ୍ରଭୁଙ୍କ ଟାହିଆ, ଟୋପର, ଗୁଣା, ନାକଚଣା ସମେତ ପ୍ରତିଟି ପୁଷ୍ପାଳଙ୍କାରରେ ତୁଳସୀ ବ୍ୟବହୃତ ହୋଇଥାଏ। ମହାପ୍ରଭୁଙ୍କର ଏମିତି ନୀତି ନାହିଁ, ଯେଉଁଠି ତୁଳସୀ ନ ଥାଏ। ହେଲେ ମହାପ୍ରଭୁଙ୍କ ଏହି ପ୍ରିୟ ତୁଳସୀକୁ ଜଣେ ମାନବ ଦେହଧାରୀ ଗଳାରେ ମାଳ ପକାଇ ପୁଣି ଶ୍ରୀମନ୍ଦିର ପରିକ୍ରମା କରିବାକୁ ନେଇ ଉଠିଛି ବିବାଦ। ରବିବାର ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶାନ୍ତିଗିରିଜୀ ମହାରାଜ ଓ ତାଙ୍କ ଶିଷ୍ୟମାନେ ଯୋଗଦେଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ସମସ୍ତ ଭକ୍ତଙ୍କ ଦ୍ୱାରା ସମୂହ ଦୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଠାତ୍‌ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଶାନ୍ତିଗିରିଜୀ ମହାରାଜଙ୍କୁ ତାଙ୍କର ଶିଷ୍ୟମାନେ କାଠ ନିର୍ମିତ ପଦ୍ମାସନ ପୀଢାରେ ବସାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରାଇଥିଲେ। ଶାନ୍ତିଗିରିଜୀ ପୀଢାରେ ଠିଆ ହୋଇ ତାଙ୍କ ଶିଷ୍ୟମାନଙ୍କୁ ଆଶୀର୍ବାଦ କରୁଥିବାର ଦୃଶ୍ୟ ଦେଖି ସ୍ଥାନୀୟ ବାସିନ୍ଦା ଏବଂ ଅନ୍ୟ ଭକ୍ତମାନେ ନାପସନ୍ଦ କରିଥିଲେ। ଏହାକୁ ନେଇ ଅନେକ ସାରଥିଙ୍କ କଥା ଚର୍ଚ୍ଚା କରିଥିଲେ। କିଛିବର୍ଷ ତଳେ ଠିକ୍‌ ସାରଥି ମଧ୍ୟ ଏହିପରି ଫୁଲ ଓ ତୁଳସୀ ଧାରଣ କରିଥିବା ଆଲୋଚନ କରିଥିଲେ। ତେବେ ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନାପସନ୍ଦ କରିବା ସହ ଆଧ୍ୟାତ୍ମିକ ବିଡ଼ମ୍ବନା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶାନ୍ତିଗିରିଜୀଙ୍କ ଶିଷ୍ୟମାନେ ଏହା କୌଣସି ପ୍ରକାର ବ୍ୟତିକ୍ରମ ନୁହେଁ, ମହାରାଷ୍ଟ୍ରରେ ଏହିଭଳି ଭାବେ ଶାନ୍ତିଗିରିଜୀ ମହାରାଜଙ୍କୁ ବସାଇ ବୁଲାଇଥାନ୍ତି। ଏହାଦ୍ୱାରା କୌଣସି ପ୍ରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ କରାଯାଇ ନାହିଁ ବୋଲି ମତ ଦେଇଛନ୍ତି। ଅପରପକ୍ଷେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ରହିଥିବାରୁ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସେ ଯୋଗଦଇଛନ୍ତି। ଏହା ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ବୋଲି ଶାନ୍ତିଗିରିଜୀ ମହାରାଜ କହିଛନ୍ତି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଜଣେ ସାଧୁ ହୋଇ ମହାପ୍ରଭୁଙ୍କର ପ୍ରିୟ ତୁଳସୀକୁ ନିଜ ବେକରେ ପକାଇ ଶ୍ରୀକ୍ଷେତ୍ରରେ ଯେଭଳି ଆଚରଣ କରିଛନ୍ତି ତାହା ବାସ୍ତବିକ ପରିତାପର ବିଷୟ। ତେଣୁ ନିଜ ସାଧୁତାର ପ୍ରକୃତ ପରିଚୟ ଦେଇ ସେ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri