ମହାନଦୀ ପଠାରୁ ଖସୁଛି ଅତଡ଼ା: ପଥର ପ୍ୟାକିଂ, ବୃକ୍ଷରୋପଣ ଦାବି

ତିର୍ତ୍ତୋଲ,୧୪ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଦେଇ ପ୍ରବାହିତ ମହାନଦୀର ଦକ୍ଷିଣ ପାର୍ଶ୍ୱ ବାଲିପାଟଣାଠାରୁ ତିର୍ତ୍ତୋଲ ପର୍ଯ୍ୟନ୍ତ ନଦୀପଠାରୁ ବ୍ୟାପକ ଅତଡ଼ା ଖସୁଛି। ନଦୀ ଶଯ୍ୟାରୁ ଅବାଧ ବାଲି ଉତ୍ତୋଳନ ଓ ପଠାରେ ଥିବା ସବୁଜିମା ଉଜୁଡ଼ିଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଏହି ସ୍ଥାନରେ ପଥର ପ୍ୟାକିଂ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପ୍ରକାଶ ଯେ, ବାଲିପାଟଣାରୁ ତିର୍ତ୍ତୋଲ ୪ କିମି ମଧ୍ୟରେ ଗତ କିଛିବର୍ଷ ହେଲା ମହାନଦୀ ପଠାରୁ ଅତଡ଼ା ଖସିଚାଲିଛି। ବିଶେଷ କରି ତିର୍ତ୍ତୋଲ-ପୋଷଲ ଘାଟ ନିକଟରେ ଅଧିକ ମାଟି ଅତଡ଼ା ଖସୁଥିବା ଦେଖାଯାଇଛି। ଏହି ସ୍ଥାନରେ ବିଗତ ୫ବର୍ଷ ମଧ୍ୟରେ ନଦୀପଠା ପ୍ରାୟ ୨୦୦ ମିଟରରୁ ଅଧିକ ଖାଇଗଲାଣି। ଫଳରେ ଏଠାରେ ନଦୀ ଦକ୍ଷିଣ ମୁହଁା ହେଲାଣି। ବନ୍ୟା ଆସିବା ସମୟରେ ନଦୀ ଅଧିକ ମାତ୍ରାରେ କୂଳ ଖାଉଛି। ଏଥିଯୋଗୁ ନଦୀର ବାମପାର୍ଶ୍ୱରେ ବାଲିସ୍ତୁପ ସୃଷ୍ଟି ହେଉଥିବାବେଳେ ଦକ୍ଷିଣ ପାର୍ଶ୍ୱ ନଦୀଗର୍ଭରେ ଲୀନ ହେବାରେ ଲାଗିଛି। ଏଭଳି ସ୍ଥିତି ଲାଗି ରହିଲେ କିଛିବର୍ଷ ମଧ୍ୟରେ ମହାନଦୀ ସୀମା ଦକ୍ଷିଣରେ ଥିବା କଟକ-ପାରାଦୀପ ରାସ୍ତା କଡକୁ ଲାଗି ଆସିବ। ଏହା ତିର୍ତ୍ତୋଲ, ତେନ୍ତୁଳିପଦା, ଜଡତିରା, ତରଜଙ୍ଗା, ମଣିଜଙ୍ଗା ପଞ୍ଚାୟତ ସମେତ ଅନ୍ୟ କେତେକ ପାଖ ପଞ୍ଚାୟତ ପ୍ରତି ବିପଦ ସୃଷ୍ଟି କରିବ। ଏବେ ନଦୀ ଅତଡ଼ା ଖାଇବା ଦ୍ୱାରା ବହୁ ଲୋକଙ୍କ ଜମି ନଦୀର୍ଗକୁ ଚାଲିଗଲାଣି। ଏପରି କି ତିର୍ତ୍ତୋଲ କଲେଜ କ୍ୟାମ୍ପସ ସମ୍ପ୍ରସାରଣ ପାଇଁ ଥିବା ଜମି ସହ ସରସ୍ବତୀ ଶିଶୁ ମନ୍ଦିର ପାଇଁ ଥିବା ଜମିର କିଛି ଅଂଶ ନଦୀରେ ମିଶିଗଲାଣି। ଏଥିସହ ଏହି ସ୍ଥାନରେ ଥିବା ପୁରାତନ ଝୁଲବାବା ମଠ ଏବେ ନଦୀ ଗର୍ଭକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହେଲାଣି। ଏହି ମଠ ପରିସରରେ ଥିବା ବହୁ ବଡ଼ ବଡ଼ ଗଛ ନଦୀଗର୍ଭକୁ ଚାଲିଗଲାଣି। ମଠ ସଂଲଗ୍ନ ଜମିରେ ପାର୍କ ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ଘୋଷଣା ହୋଇଥିଲା। ଏଥିପାଇଁ ବ୍ଲକ ପ୍ରଶାସନ ନିକଟରେ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ନଦୀପଠା ଖାଇବା ଓ ମଠ ପରିସର ସଙ୍କୁଚିତ ହେବା ଫଳରେ ଏଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏଠାରେ ପ୍ରଶାସନ ତରଫରୁ ପଥର ପ୍ୟାକିଂ ଓ ବ୍ୟାପକ ବୃକ୍ଷରୋପଣ କରିବାକୁ ଦାବି ହେଉଛି। ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ଯୋଜନାରେ ଏଠାରେ ସବୁଜ ବଳୟ ସୃଷ୍ଟି ହେଲେ ପଠାର ସୁରକ୍ଷା ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri