ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର: ବାଲେଶ୍ୱରରେ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୨୦।୧- ରାଷ୍ଟ୍ରୀୟ ଯୁବ ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ଅଭିଯାତ୍ରୀ ଦଳ ଶାନ୍ତି-ସଂହତି-ସଦ୍‌ଭାବନା ଯାତ୍ରାରେ ଗତ ୧୩ ତାରିଖରୁ ଝାରସୁଗୁଡ଼ାରୁ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜିଲା ପରିକ୍ରମା କରୁଛନ୍ତି। ସୋମବାର ପୂର୍ବାହ୍ନ ୧୦ଟା ବେଳେ ଏହି ଦଳ ବାଲେଶ୍ୱର ସହରସ୍ଥିତ ଫକୀର ମୋହନ ଗୋଲେଇ ନିକଟରେ ପହଞ୍ଚିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଅଭିଯାତ୍ରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଖାଉଟି ଅଦାଲତ ସମ୍ମୁଖରେ ପହଞ୍ଚିବା ପରେ ବାଲେଶ୍ୱରର ବହୁ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଓ ଗଣସଙ୍ଗଠନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୋକଶକ୍ତିର ନିର୍ଦ୍ଦେଶକ ରବି ରାୟ, ବରିଷ୍ଠ ଖବରଦାତା ବିପ୍ଳବ କୁମାର ମହାନ୍ତି, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଯୁବନେତା ତୁଷାରକାନ୍ତି ତପସୀ, ଗୋବିନ୍ଦ ଦଳାଇ, ମନୋଜ ନାୟକ, ଇଂ. ହୃଷୀକେଶ ସାହୁ, ବିଧାନ ରାୟ, ଭାଗବତ ପ୍ରତିହାରୀ, ଆଇନଜୀବୀ ଶମ୍ଭୁନାଥ ମହାନ୍ତି ଓ ସ୍ବାଗତ କମିଟି ଆବାହକ ରାଜେଶ ଗିରି ପ୍ରମୁଖ ଅଭିଯାତ୍ରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରି ହିଂସା ଓ ନିଶା ବିରୋଧରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ।
ଅଭିଯାତ୍ରୀ ଦଳରେ ସାମିଲ ଥିବା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିଶାକର ଦାସ ଆଜିର ସମାଜରେ ଗାନ୍ଧୀଙ୍କ ଆଦର୍ଶ ଦେଶବାସୀଙ୍କ ଏକମାତ୍ର ପଥପ୍ରଦର୍ଶକ ବୋଲି କହିଥିଲେ। ରାଷ୍ଟ୍ରୀୟ ଯୁବ ସଙ୍ଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ ଏହି ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଡ. ବିଶ୍ୱଜିତ୍‌, ରଞ୍ଜିତ୍‌ ଦେହୁରୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ପ୍ରଜ୍ଞା ବେହେରା, ଚିନ୍ମୟୀ ସୁତାର, ତ୍ରିଲୋଚନ ମଲ୍ଲ, ବିଶ୍ୱଜିତ୍‌ ମହାନ୍ତି, ବିକ୍ରମ ପଣ୍ଡା, ଅଲିଭା ଦାସ, ମାମାଲି ଗଡ଼ନାୟକ, ସାଗର ଦାସ, ଫୁଲଲତା ସେଠୀ, ଦୀପାଞ୍ଜଳି ଭୋଇ ଓ ଅରବିନ୍ଦ ନାୟକ ପ୍ରମୁଖ ଅଭିଯାତ୍ରୀ ଦଳରେ ସାମିଲ ଥିଲେ। ‘ଗୋଟିଏ ଶବ’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା। ନାଟକର ଲେଖକ ଓ ଅଭିନେତାମାନଙ୍କୁ ଦର୍ଶକମାନେ ପ୍ରଶଂସା କରିଥିଲେ। ବାଲେଶ୍ୱର ସହରରୁ ରେମୁଣା, ନୀଳଗିରି, ଇଞ୍ଚୁଡ଼ି, ସୋର, ତୁଡ଼ିଗଡ଼ିଆ ଆଦି ଅଞ୍ଚଳ ଅଭିଯାତ୍ରୀମାନେ ପରିକ୍ରମା କରିବେ। ଆସନ୍ତା ୩୦ ତାରିଖରେ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ଯାତ୍ରା ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri