ମହାତ୍ମା ଗାନ୍ଧୀଙ୍କୁ ନିଜ ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯିବାକୁ ଯୋଜନା କରାଯାଇଛି। ୧୮୬୯ ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରଠାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସମଗ୍ର ବିଶ୍ୱରେ ତାଙ୍କୁ ଅହିଂସାର ପୂଜାରୀ ଭାବେ ଆଖ୍ୟା ଦିଆଯାଇଥିବା ବେଳେ ଭାରତର ସ୍ବାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ସ୍ବାଧୀନତା ପାଇଁ ଗାନ୍ଧିଜୀ ବିଭିନ୍ନ ରାଜ୍ୟର ବହୁ ସ୍ଥାନକୁ ପରିଭ୍ରମଣ କରି ଲୋକଙ୍କୁ ଏକଜୁଟ କରିଥିଲେ। ତେବେ ଏଭଳି ଏକ ରାଜ୍ୟ ରହିଛି ଯାହା ମହାତ୍ମା ଗାନ୍ଧୀଙ୍କୁ ‘ମହାତ୍ମା’ ବନାଇବାରେ ସହାୟକ ହୋଇଛି। ଏଥିପାଇଁ କେବଳ ବିହାରର ଚମ୍ପାରଣର ହାତ ନାହିଁ ବରଂ ଭାଗଲପୁରର ମଧ୍ୟ ଅଂଶୀଦାର ରହିଛି। ନିଜର ସାଦାସିଧା ଜୀବନ ଓ ଉଚ୍ଚ ବିଚାର ପାଇଁ ତାଙ୍କୁ ଭାରତୀୟମାନେ ବାପୁ ବୋଲି ସମ୍ବୋଧନ କରିଥାନ୍ତି। ତାଙ୍କ ଜୀବନ ଯେତିକି ସରଳ ସେତିକି ରୋମାଞ୍ଚକର ମଧ୍ୟ। ତାଙ୍କ ଜୀବନ ବହୁ ସମସ୍ୟା ଓ କଷ୍ଟରେ ଅତିବାହିତ ହୋଇଛି। ହେଲେ ସେ କେବେ ହାରି ନାହାନ୍ତି। ସବୁବେଳେ ଲୋକଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଦେଇଛନ୍ତି। ତାଙ୍କ ଜୀବନରେ ଏମିତିବି ଏକ ସମୟ ଆସିଥିଲା ଯେବେ ଗାନ୍ଧିଜୀଙ୍କୁ ନିଜର ଅଟୋଗ୍ରାଫ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ସ୍ବାଧୀନତା ସଂଗ୍ରାମ ପାଇଁ ଲୋକଙ୍କୁ ଏକତ୍ରିତ କରିବା ଲାଗି ଗାନ୍ଧୀ ବିହାରର ଭାଗଲପୁରକୁ ଆସିଥିଲେ। କଂଗ୍ରେସ ଶାସନ ସମୟରେ ୧୯୩୪ରେ ଭାଗଲପୁରରେ ହୋଇଥିବା ଭୂକମ୍ପରେ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ ଗାନ୍ଧିଜୀ। କେବଳ ସାହାଯ୍ୟ ନୁହେଁ ବରଂ ସେମାନଙ୍କ ପାଇଁ ସହାୟତା ରାଶି ମଧ୍ୟ ଏକତ୍ରିତ କରିଥିଲେ। ଆଉ ଏହି ରାଶି ପାଇଁ ସେ ନିଜର ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ସବୁବେଳେ ପୂଜନୀୟ ହୋଇ ରହିଛନ୍ତି। ଆଜି ବି ଲୋକେ ତାଙ୍କ କାର୍ଯ୍ୟକୁ ସ୍ମରଣ କରିବା ସହ ଆଚରଣକୁ ନିଜ ଜୀବନରେ ଆପଣାଇବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପା-ଏଏପି କାଉନସିଲର ମୁହାଁମୁହିଁ

ନୂଆଦିଲ୍ଲୀ,୬।୧: ଶୁକ୍ରବାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ଭାଜପା...

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାଙ୍ଗରେ ଲାଗିଲା ମୋଦି- ଅମିତ ଶାହଙ୍କ ପୋଷ୍ଟର: ବଢ଼ିଲା ରାଜନୈତିକ ଉଷ୍ମତା

ଭୋପାଳ,୧୧।୧୦: ମଧ୍ୟପ୍ରଦେଶ କଂଗ୍ରେସରେ ରାଜନୈତିକ ଦଳ ମଧ୍ୟରେ କିଛି ସମୟ ଧରି କନ୍ଦଳ ଚାଲିଥିବା ବେଳେ ପୂର୍ବତନ ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ...

ଦୁର୍ନୀତିରେ ରାଜସ୍ଥାନ ଆଗରେ ରହିଛି: ଧାମି

ଜୟପୁର,୨୨।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଢେର ବଢିଯାଇଛି। ଆଉ ଦିନକୁ ଦିନ ଏହା...

୬୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ କାଟିବା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧।୧୧: ରାଜଧାନୀ ଦିଲ୍ଲୀର ଇନ୍ଦରପୁରୀଠାରେ ଥିବା ଏକ ୬୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛକୁ କାଟିବା ପାଇଁ ହେଉଥିବା ଯୋଜନା ଉପରେ ରୋକ ଲାଗିଛି। ଦିଲ୍ଲୀ...

ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌…

ଶ୍ରୀନଗର,୧୧।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି। ପୁଞ୍ଚ୍‌ ଜିଲାର ସୁରନ୍‌କୋଟ ଅର୍ନ୍ତଗତ...

ଅଗଷ୍ଟ ୫କୁ ମନେ ରଖିବ ଦେଶ, ବିରୋଧୀ କରୁଛନ୍ତି ସେଲ୍ଫ ଗୋଲ, କହିଲେ ମୋଦି…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରପ୍ରଦେଶରେ ’ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା...

ଦଶମ ଶ୍ରେଣୀରେ ସମସ୍ତେ ପାସ୍‌

ଚେନ୍ନାଇ, ୧୦ା୬: ତାମିଲନାଡ଼ୁରେ ଦଶମ ବୋର୍ଡ ପରୀକ୍ଷାକୁ ମଙ୍ଗଳବାର ବାତିଲ କରାଯାଇଛି। ଜୁନ୍‌ ୧୫ରୁ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ମୁଖ୍ୟମନ୍ତ୍ରୀ ଇ. କେ....

ଆତ୍ମହତ୍ୟା କରିବାକୁ ଯାଉଥିଲେ ସ୍ତ୍ରୀ, ରୋକିବା ବଦଳରେ ଭିଡିଓ କଲେ ସ୍ବାମୀ

ନେଲୋର,୨୩ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ...

Advertisement
Archives

Model This Week