ମହାତ୍ମା ଗାନ୍ଧୀଙ୍କୁ ନିଜ ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯିବାକୁ ଯୋଜନା କରାଯାଇଛି। ୧୮୬୯ ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରଠାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସମଗ୍ର ବିଶ୍ୱରେ ତାଙ୍କୁ ଅହିଂସାର ପୂଜାରୀ ଭାବେ ଆଖ୍ୟା ଦିଆଯାଇଥିବା ବେଳେ ଭାରତର ସ୍ବାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ସ୍ବାଧୀନତା ପାଇଁ ଗାନ୍ଧିଜୀ ବିଭିନ୍ନ ରାଜ୍ୟର ବହୁ ସ୍ଥାନକୁ ପରିଭ୍ରମଣ କରି ଲୋକଙ୍କୁ ଏକଜୁଟ କରିଥିଲେ। ତେବେ ଏଭଳି ଏକ ରାଜ୍ୟ ରହିଛି ଯାହା ମହାତ୍ମା ଗାନ୍ଧୀଙ୍କୁ ‘ମହାତ୍ମା’ ବନାଇବାରେ ସହାୟକ ହୋଇଛି। ଏଥିପାଇଁ କେବଳ ବିହାରର ଚମ୍ପାରଣର ହାତ ନାହିଁ ବରଂ ଭାଗଲପୁରର ମଧ୍ୟ ଅଂଶୀଦାର ରହିଛି। ନିଜର ସାଦାସିଧା ଜୀବନ ଓ ଉଚ୍ଚ ବିଚାର ପାଇଁ ତାଙ୍କୁ ଭାରତୀୟମାନେ ବାପୁ ବୋଲି ସମ୍ବୋଧନ କରିଥାନ୍ତି। ତାଙ୍କ ଜୀବନ ଯେତିକି ସରଳ ସେତିକି ରୋମାଞ୍ଚକର ମଧ୍ୟ। ତାଙ୍କ ଜୀବନ ବହୁ ସମସ୍ୟା ଓ କଷ୍ଟରେ ଅତିବାହିତ ହୋଇଛି। ହେଲେ ସେ କେବେ ହାରି ନାହାନ୍ତି। ସବୁବେଳେ ଲୋକଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଦେଇଛନ୍ତି। ତାଙ୍କ ଜୀବନରେ ଏମିତିବି ଏକ ସମୟ ଆସିଥିଲା ଯେବେ ଗାନ୍ଧିଜୀଙ୍କୁ ନିଜର ଅଟୋଗ୍ରାଫ ୫ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ସ୍ବାଧୀନତା ସଂଗ୍ରାମ ପାଇଁ ଲୋକଙ୍କୁ ଏକତ୍ରିତ କରିବା ଲାଗି ଗାନ୍ଧୀ ବିହାରର ଭାଗଲପୁରକୁ ଆସିଥିଲେ। କଂଗ୍ରେସ ଶାସନ ସମୟରେ ୧୯୩୪ରେ ଭାଗଲପୁରରେ ହୋଇଥିବା ଭୂକମ୍ପରେ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ ଗାନ୍ଧିଜୀ। କେବଳ ସାହାଯ୍ୟ ନୁହେଁ ବରଂ ସେମାନଙ୍କ ପାଇଁ ସହାୟତା ରାଶି ମଧ୍ୟ ଏକତ୍ରିତ କରିଥିଲେ। ଆଉ ଏହି ରାଶି ପାଇଁ ସେ ନିଜର ଅଟୋଗ୍ରାଫକୁ ୫ଟଙ୍କାରେ ବିକ୍ରି କରିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ସବୁବେଳେ ପୂଜନୀୟ ହୋଇ ରହିଛନ୍ତି। ଆଜି ବି ଲୋକେ ତାଙ୍କ କାର୍ଯ୍ୟକୁ ସ୍ମରଣ କରିବା ସହ ଆଚରଣକୁ ନିଜ ଜୀବନରେ ଆପଣାଇବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri