ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ ଅଗ୍ନି ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। ଏହା ସାଧାରଣ ଅଗ୍ନି ନିର୍ବାପକ ଯନ୍ତ୍ରର ବିପରୀତ ଶୈଳୀରେ କାର୍ଯ୍ୟ କରିବ। ସାଧାରଣ ଯନ୍ତ୍ର ନିଆଁ ଉପରେ ରାସାୟନିକ ପଦାର୍ଥ ସ୍ପ୍ରେ କରୁଥିବାବେଳେ ଏହି ନୂତନ ଯନ୍ତ୍ର ଅଗ୍ନିକୁ ଅବଶୋଷ କରିବାକୁ ସକ୍ଷମ ହେବ ବୋଲି ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ସ୍ପ୍ରେ ଯନ୍ତ୍ର ଦ୍ୱାରା ଅଧିକ ପରିମାଣର କାର୍ବନ ଡାଇଅକ୍ସାଇଡ୍‌ ସୃଷ୍ଟି ହୋଇଥାଏ। ତେଣୁ ଏହାର ବ୍ୟବହାର ସମୟରେ ଅକ୍ସିଜେନ ମାକ୍ସ୍‌ ଲଗାଇବାକୁ ପଡ଼ିଥାଏ। ତେବେ ଏହି ନୂତନ ଯନ୍ତ୍ରର ବ୍ୟବହାର ସମୟରେ କାର୍ବନ ଡାଇଅକ୍ସାଇଡ୍‌ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ। ଏହାକୁ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର ଭାବେ ନାମିତ କରାଯାଇଛି। ଏହା ଆଗାମୀ ମହାକାଶ ମିଶନରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜାପାନର ତିୟୋଶାହି ବିଶ୍ୱବିଦ୍ୟାଳୟର ଗବେଷକ ଏହି ଯନ୍ତ୍ରର ଡିଜାଇନିଂ କରିଛନ୍ତି। ଏହା ଉପରେ ଅଧିକ ପରୀକ୍ଷଣ ଜାରି ରହିଛି। ଏହା ସଫଳ ହେଲେ ଏହାକୁ ମହାକାଶ କେନ୍ଦ୍ରରେ ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ବ୍ରିଟେନ-ଫ୍ରାନ୍ସ-ୟୁଏଇ…

ଜେନେଭା,୧୫।୧୨ : ବ୍ରିଟେନ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି।...

ୟୁକ୍ରେନର ରକ୍ତଦାନ କେନ୍ଦ୍ର ଉପରେ ଆକ୍ରମଣ କଲା ରୁଷିଆ…

କିଭ,୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୫ ମାସରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ସୈନ୍ୟ କ୍ରମାଗତ ଭାବରେ ପରସ୍ପର...

କିଭ୍‌ରେ ଡ୍ରୋନ୍‌ ଆକ୍ରମଣ: ୬ ନିହତ

କିଭ୍‌, ୧୮ା୧୦: ମିଶାଇଲ ମାଡ଼ର କିଛି ଦିନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷିଆ ସୋମବାର ଘନଘନ ଡ୍ରୋନ ଆକ୍ରମଣ କରିଛି। ଏହାସହ ପୂର୍ବ...

ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ: ମାର୍କୋସ୍‌ ଜୁନିୟର ଆଗରେ

ମାନିଲା,୧୦।୫: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇ ଭୋଟଗଣତି ଜାରି ରହିଛି। ସ୍ଥାନୀୟ ସମୟରାତି ରାତି ୧ଟା ୪୭ ସୁଦ୍ଧା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ...

ଗିଲ୍‌ଗିଟ୍‌-ବଲ୍ଟିସ୍ତାନ-ପିଓକେରେ ବଢୁଛି କରୋନା ସଂକ୍ରମଣ: ପାକିସ୍ତାନ ସରକାରଙ୍କ ନାହିଁ ନିଘା

ଇସଲାମାବାଦ,୧୨।୪: କରୋନା ସଂକ୍ରମଣ ଯୋଗୁ ପାକିସ୍ତାନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଗିଲ୍‌ଗିଟ୍‌, ବଲ୍ଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସଂକ୍ରମିତଙ୍କ ସଂଖ୍ୟାରେ...

ପରସ୍ପରକୁ ଆଖି ଦେଖାଇଲେ ଚାଇନା-ଆମେରିକା

ଓ୍ବାଶିଂଟନ୍‌,୧୯।୩: ଆମେରିକାରେ ନୂତନ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଚାଇନା ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦୁଇ...

୮ ଦେଶର ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ…

ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି।...

ଇରାନ-ସୌଦି ଶାନ୍ତି ପାଇଁ ପ୍ରସ୍ତୁତ: ଜିନପିଙ୍ଗ…

ବେଜିଂ,୨୮।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ମଙ୍ଗଳବାର କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଉଭୟ ଇରାନ ଏବଂ ସୌଦି ଆରବ ସେମାନଙ୍କ...

Advertisement
Archives

Model This Week