ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ ଅଗ୍ନି ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। ଏହା ସାଧାରଣ ଅଗ୍ନି ନିର୍ବାପକ ଯନ୍ତ୍ରର ବିପରୀତ ଶୈଳୀରେ କାର୍ଯ୍ୟ କରିବ। ସାଧାରଣ ଯନ୍ତ୍ର ନିଆଁ ଉପରେ ରାସାୟନିକ ପଦାର୍ଥ ସ୍ପ୍ରେ କରୁଥିବାବେଳେ ଏହି ନୂତନ ଯନ୍ତ୍ର ଅଗ୍ନିକୁ ଅବଶୋଷ କରିବାକୁ ସକ୍ଷମ ହେବ ବୋଲି ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ସ୍ପ୍ରେ ଯନ୍ତ୍ର ଦ୍ୱାରା ଅଧିକ ପରିମାଣର କାର୍ବନ ଡାଇଅକ୍ସାଇଡ୍‌ ସୃଷ୍ଟି ହୋଇଥାଏ। ତେଣୁ ଏହାର ବ୍ୟବହାର ସମୟରେ ଅକ୍ସିଜେନ ମାକ୍ସ୍‌ ଲଗାଇବାକୁ ପଡ଼ିଥାଏ। ତେବେ ଏହି ନୂତନ ଯନ୍ତ୍ରର ବ୍ୟବହାର ସମୟରେ କାର୍ବନ ଡାଇଅକ୍ସାଇଡ୍‌ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ। ଏହାକୁ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର ଭାବେ ନାମିତ କରାଯାଇଛି। ଏହା ଆଗାମୀ ମହାକାଶ ମିଶନରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜାପାନର ତିୟୋଶାହି ବିଶ୍ୱବିଦ୍ୟାଳୟର ଗବେଷକ ଏହି ଯନ୍ତ୍ରର ଡିଜାଇନିଂ କରିଛନ୍ତି। ଏହା ଉପରେ ଅଧିକ ପରୀକ୍ଷଣ ଜାରି ରହିଛି। ଏହା ସଫଳ ହେଲେ ଏହାକୁ ମହାକାଶ କେନ୍ଦ୍ରରେ ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ଆଗାମୀ ୫ ବର୍ଷ ମଧ୍ୟରେ ଇସ୍ରାଏଲ ୫୦ ହଜାର ଭାରତୀୟଙ୍କୁ ଚାକିରି ଯୋଗାଇବ

ତେଲ ଅଭିଭ,୭।୬: ତେଲ ଅଭିଭ ବେନ ଗୁରିଅନ ବିମାନବନ୍ଦରରେ ଅବତରଣ କରିବା ସମୟରେ ଯାତ୍ରୀମାନଙ୍କୁ ଏକ ଅନନ୍ୟ ଦୃଶ୍ୟ ସୱାଗତ କରେ। ଦୁବାଇ କିମ୍ବା ଆବୁଧାବିର ବିମାନବନ୍ଦରରେ…

ପୁଣି ମଧ୍ୟସ୍ଥତା କରିବାକୁ ତେହରାନ ପହଞ୍ଚିଲା ପାକିସ୍ତାନ! ଶେହବାଜ-ମୁନିର ପଠାଇଛନ୍ତି ବାର୍ତ୍ତା

ତେହରାନ,୭।୬: ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ପୁଣି ଥରେ ତେହରାନରେ ପହଞ୍ଚିଛନ୍ତି। ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବାର୍ତ୍ତା ଦେବା…

ଟ୍ରମ୍ପଙ୍କୁ ଆଉ ଏକ ଝଟ୍‌କା: ଆମେରିକାକୁ AIରେ ଶୀର୍ଷରେ ପହଞ୍ଚାଇଥିବା ଏହି ଭାରତୀୟ ବଂଶୋଦ୍ଭବ ଦେଲେ ଇସ୍ତଫା

ଓ୍ବାଶିଂଟନ,୭ା୬: ଟ୍ରମ୍ପ ପ୍ରଶାସନର ଅନ୍ୟତମ ପ୍ରମୁଖ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ପ୍ରଯୁକ୍ତି ପରାମର୍ଶଦାତା ଶ୍ରୀରାମ କ୍ରିଷ୍ଣନ୍‌ ହ୍ବାଇଟ୍‌ ହାଉସ୍‌ରେ ତାଙ୍କ ଚାକିରି ଛାଡ଼ିବାକୁ ଯାଉଛନ୍ତି। ଗତ ୧୮…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri