Posted inଫୁରସତ

ମହାକାଶଚାରୀଙ୍କୁ ସୁସ୍ଥ ରଖିବ ରେଡ୍‌ ଓ୍ବାଇନ୍‌

ନ୍ୟୁୟର୍କ: ଭବିଷ୍ୟତରେ ପୃଥିବୀରୁ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶଚାରୀମାନେ ଯିବେ ସେମାନଙ୍କୁ ରେଡ୍‌ ଓ୍ବାଇନ୍‌ ସୁସ୍ଥ ରଖିବ ବୋଲି ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଅଭାବରୁ ଅସ୍ଥି ଓ ମାଂସପେଶୀ ଦୁର୍ବଳ ହୋଇଯାଏ। ପ୍ରଥମେ କାଫ୍‌ ମାଂସପେଶୀ ଭଳି ଶରୀରର ଓଜନ ସମ୍ଭାଳୁଥିବା ଅନ୍ୟ ମାଂସପେଶୀଗୁଡିକ ନଷ୍ଟ ହେବାକୁ ଲାଗେ। ତିନି ସପ୍ତାହ ପରେ ଏହି ମାଂସପେଶୀ ତିନି ଭାଗରୁ ଏକ ଭାଗ ସଙ୍କୁଚିତ ହୋଇଯାଏ। ଏହାପରେ ମାଂସପେଶୀର ତନ୍ତୁ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ମଙ୍ଗଳର ମାଧ୍ୟାକର୍ଷଣ ଶକ୍ତି (ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ମାତ୍ର ୪୦ ଭାଗ) ରେ ମାଂସପେଶୀ ଅଧିକ କ୍ଷତି ହେବାର ଆଶଙ୍କା ରହିଥିବାରୁ ଏହାକୁ ସୁରକ୍ଷା ଦେବାକୁ ଗବେଷଣା କରାଯାଇଥିଲା। ଗବେଷକମାନେ ୨୪ଟି ଅଣ୍ଡିରା ମୂଷାକୁ ଯନ୍ତାର ସିଲିଂରୁ ଝୁଲାଇ ପୃଥିବୀର ମଙ୍ଗଳର ମାଧ୍ୟାକର୍ଷଣ ଶକ୍ତି ରହିଥିବା ଭଳି ଏକ ପରିବେଶରେ ରଖିଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧାଙ୍କୁ ଦିନକୁ ଓଜନ ଅନୁଯାୟୀ ଖାଦ୍ୟ ସହିତ ପାଣିରେ ଅଙ୍ଗୁର ଚୋପା ଓ ବ୍ଲୁବେରିରେ ଥିବା ତତ୍ତ୍ୱ (ଯାହା ରେଡ୍‌ ଓ୍ବାଇନରେ ରହିଛି) ୧୫୦ ମିଲିଗ୍ରାମ ଦିଆଯାଇଥିଲା । ଆଉ ଅଧା ମୂଷାଙ୍କୁ କେବଳ ଖାଦ୍ୟ ଓ ପାଣି ଦିଆଯାଇଥଲା। ଏହି ମୂଷାଙ୍କ ତୁଳନାରେ ରେଡ୍‌ଓ୍ବାଇନ ତତ୍ତ୍ୱ ଗ୍ରହଣ କରୁଥିବା ମୂଷାଙ୍କ ମାiଂସପେଶୀ ଖୁବ୍‌ ମଜଭୁତ ରହିଥିବା ଗବେଷକମାନେ ଜାଣିବା ପରେ ରେଡ୍‌ ଓ୍ବାଇନ ମହାକାଶଚାରୀଙ୍କ ମାଂସପେଶୀ ମଜଭୁତ ରଖିବ ବୋଲି ନିଶ୍ଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା ପରଠାରୁ,…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri