Posted inଜାତୀୟ

ମହଙ୍ଗା ପଡ଼ିଲା କଂଗ୍ରେସ ନେତାଙ୍କୁ ପିଆଜ ବିକିବା: ଆଙ୍ଗୁଠି କାମୁଡ଼ିଲେ ଯୁବକ

ନୈନିତାଲ,୭।୧୨: ଶସ୍ତାରେ ପିଆଜ ବିକ୍ରି କରିବା କଂଗ୍ରେସ ନେତାଙ୍କୁ ପଡ଼ିଲା ମହଙ୍ଗା। ପିଆଜ ଷ୍ଟଲରେ ପହଞ୍ଚି ଜଣେ ଯୁବକ ତାଙ୍କ ହାତର ଆଙ୍ଗୁଳିକୁ ଦାନ୍ତରେ କାମୁଡି ପକାଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ହଲଦ୍ୱାନିରେ। ସୂଚନାଯୋଗ୍ୟ, କଂଗ୍ରେସ ନେତା ନନ୍ଦନ ମେହେରା ପିଆଜର ଏକ ଷ୍ଟଲ ଖୋଲି ଲୋକଙ୍କୁ ଶସ୍ତାରେ ବିକ୍ରି କରୁଥିଲେ। ସେହି ସମୟରେ ମନୀଷ ବିଷ୍ଟ ନାମକ ଜଣେ ଯୁବକ ଷ୍ଟଲ ପାଖରେ ପହଞ୍ଚି ମୋଦି ବିରୋଧୀ ସ୍ଲୋଗାନ ଦେବା ସହ କଂଗ୍ରେସ ନେତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ସେ ଷ୍ଟଲ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅଟକାଇବାରୁ ସେ କଂଗ୍ରେସ ନେତା ନନ୍ଦନଙ୍କ ଆଙ୍ଗୁଳିକୁ ଦାନ୍ତରେ କାମୁଡି ପକାଇଥିଲେ। ତେବେ ଅନ୍ୟ କଂଗ୍ରେସ ନେତା ତାଙ୍କୁ କାବୁ କରିନେଇ ମାଡ଼ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗେଜ ଖୋଜିବା ପାଇଁ ଇଣ୍ଡିଗୋ ଓ୍ବେବସାଇଟ୍‌କୁ ହ୍ୟାକ କଲେ ଯାତ୍ରୀ

ମୁମ୍ବାଇ,୩୧।୩: ଜଣେ ଇଣ୍ଡିଗୋ ଯାତ୍ରୀ ହଜି ଯାଇଥିବା ଲଗେଜ ଖୋଜିବା ପାଇଁ ଏୟାରଲାଇନ ସିଷ୍ଟମକୁ ହ୍ୟାକ କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଟୁଇଟର ପ୍ରୋଫାଇଲ...

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରକୋଡ ଓ୍ବାର୍ଡ ଥିଲା ‘ଅପରେଶନ୍‌ ବନ୍ଦର’

ନୂଆଦିଲ୍ଲୀ,୨୨ା୬: ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍‌ ଯବାନ ଶହୀଦ ହେବା ପରେ ସୀମା ଆରପଟେ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ...

ରାଜ ଠାକରେଙ୍କୁ ଭେଟିଲେ ଫଡନବୀସ: ଜୋରଧରିଲା ରାଜନୀତି

ମୁମ୍ବାଇ,୮।୧: ଶିବସେନା ହାତ ଛାଡିବା ପରେ ଏବେ ଭାଜପା ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍‌) ସହ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିଛି। ଏମ୍‌ଏନ୍‌ଏସ୍‌ ପ୍ରମୁଖ ରାଜ ଠାକରେଙ୍କୁ...

ସମାଜ ସୁଧାରକଙ୍କ ମଧ୍ୟରେ ମୋଦିଙ୍କ ନାଁ ଲିପିବଦ୍ଧ ହେବ: ଅମିତ୍‌ ଶାହ

ନୂଆଦିଲ୍ଲୀ,୧୮ା୮: ତିନି ତଲାକ୍‌କୁ ବିରୋଧ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେ କହିଛନ୍ତି,...

ଦେଶର ପ୍ରଥମ କରୋନା ସଂକ୍ରମିତ ପୁଣିଥରେ କରୋନା କବଳରେ

ଥିରୁଭାନନ୍ତପୁରମ,୧୩ ।୭: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସମୟ କ୍ରମେ ଏହା କମ୍ ହେବାରେ ଲାଗିଛି । ହେଲେ କିଛି ରାଜ୍ୟରେ ଏବେବି...

ରାହୁଲଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଲେ ଲାଲୁ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ହାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ନେଇ ମଙ୍ଗଳବାର ଅଡି ବସିଥିଲେ। ଏହି...

ସମସ୍ତଙ୍କୁ ମିଳିବ ସ୍ମାର୍ଟ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ,୧୫।୮: ଦେଶର ସମସ୍ତ ଲୋକଙ୍କୁ ଏବେ ମିଳିବ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗର ବିବରଣୀ, ଔଷଧ ବିଷୟରେ ଆବଶ୍ୟକ ତଥ୍ୟ,...

ଆତଙ୍କବାଦୀଙ୍କ ଧମକ ସତ୍ତ୍ୱେ ସେନା ଚାହୁଁଛି ସ୍ବାଭାବିକ ସ୍ଥିତି: ମଝିରେ ଫସିଛନ୍ତି କଶ୍ମୀରୀ

ନୂଆଦିଲ୍ଲୀ/ଶ୍ରୀନଗର,୧୮ା୯: ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାରକୁ ମଙ୍ଗଳବାର ୪୪ ଦିନ ପୂରିଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତି ପରେ ସ୍ଥିତି କ୍ରମଶଃ ସ୍ବାଭାବିକ...

Advertisement
Archives

Model This Week