Posted inଜାତୀୟ

ମସ୍ତିଷ୍କ ଜ୍ୱର ୮ ବର୍ଷରେ ନେଇଛି ଦେଶର ୧୧ ହଜାର ଶିଶୁଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୧୮।୬: ମସ୍ତିଷ୍କ ଜ୍ୱରରେ ପୃଥିବୀର ୨୪ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏସବୁ ଦେଶର ୩ ଶହ କୋଟି ଲୋକ ଏହି ଜ୍ୱରରେ ସଂକ୍ରମିତ ହେବାର ଆଶଙ୍କ ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ଏସବୁ ଦେଶର ୧୩ ହଜାର ୬ଶହରୁ ୨୦ ହଜାର ୪ ଶହ ଶିଶୁଙ୍କ ମୃତ୍ୟୁ ଏହି ଜ୍ୱରରେ ହୋଇଥାଏ। ଏହି ଜ୍ୱର ପ୍ରଥମେ ଜାପାନରେ ୧୮୭୧ରେ ଦେଖାଦେଇଥିଲା। ଭାରତରେ ଗତ ୮ ବର୍ଷରେ ଏହି ଜ୍ୱରରେ ୧୧ ହଜାର ୨ ଶହ ୫୪ ଶିଶୁଙ୍କ ଜୀବନ ଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୯୧ ହଜାର ୯ଶହ ୬୮ଜଣ ଆକ୍ରାନ୍ତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୯୯ ପ୍ରତିଶତ ଶିଶୁଙ୍କ ବୟସ ୧୫ ମଧ୍ୟରେ ରହିଛି। ଦେଶର ୨୦ ରାଜ୍ୟର ୧୭୮ ଜିଲାରେ ଏହି ଜ୍ୱର ଦେଖାଦେଇଥାଏ। କ୍ୟୁଲେକ୍ସ ମଶା ଦ୍ୱାରା ବ୍ୟାପୁଥିବା ଏହି ରୋଗର ପ୍ରଭାବ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଦିଲ୍ଲୀ, ଗୋଆ, ହରିୟାଣା, ଝାଡ଼ଖଣ୍ଡ, କର୍ନାଟକ, କେରଳ,ମହାରାଷ୍ଟ୍ରରେ ଅଧିକ ରହିଛି। ସେହିପରି ମଣିପୁର, ମେଘାଳୟ,ନାଗାଲାଣ୍ଡ୍‌, ପଞ୍ଜାବ, ତ୍ରିପୁରା, ତାମିଲ୍‌ନାଡୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଏହି ଜ୍ୱର ଦେଖାଦେଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକାକୁ ଭୟ: ନେବାକୁ ଚାହୁଁ ନାହାନ୍ତି ୬୨ ପ୍ରତିଶତ ଲୋକ

ନୂଆଦିଲ୍ଲୀ,୧୯।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ତେବେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଦେଶର ୬୨...

ଡିସ୍‌କାଉଣ୍ଟ୍‌ ସେଲ୍‌: ୯ ଟଙ୍କାରେ ଟି-ଶର୍ଟ ନେବାକୁ ଦୋକାନ ଆଗରେ ଲମ୍ବା ଲାଇନ୍‌

ଚେନ୍ନାଇ, ୬।୯: କରୋନା ମହାମାରୀ ସମୟରେ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ ନ କରି ଡିସ୍‌କାଉଣ୍ଟ୍‌ ସେଲ୍‌ରେ କମ୍‌ ଦାମରେ ଜିନିଷ...

ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ

ମାଣ୍ଡ୍ୟା,୨୭।୧୧: ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ। ନିଜ ସମର୍ଥକଙ୍କୁ ସମ୍ବୋଧିତ କରିବା ସମୟରେ କାନ୍ଦି ପକାଇଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ। ସୂଚନାଯୋଗ୍ୟ, କର୍ନାଟକର...

ଶେଷରେ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର

ନୂଆଦିଲ୍ଲୀ,୨୯।୭: ଭାରତର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ’ କହି ସମ୍ବୋଧିତ କରିଥିଲେ। ଏହି ଆପତ୍ତିଜନକ ମନ୍ତବ୍ୟକୁ ନେଇ...

‘ଏବେ ଗୁଣ୍ଡାଗର୍ଦ୍ଦି ରାଜନୀତିକୁ ଓହ୍ଲାଇଛି ଭାଜପା’

ନୂଆଦିଲ୍ଲୀ,୩୧।୮: ଗୁଜରାଟରେ ଆମ୍‌ ଆଦମୀ ପାର୍ଟି ନେତା ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଏପି ଏମ୍‌ପି ରାଘବ ଚଢା ଭାଜପାକୁ ଘେରିଛନ୍ତି। ବର୍ତ୍ତମାନ...

ମେ’ ୧୪ ପରେ ଉଦ୍ଧବଙ୍କ ପର୍ଦ୍ଦାଫାଶ୍‌ କରିବାକୁ କହିଲେ ଫଡନାଭିସ …

ମୁମ୍ବାଇ, ୨।୫ : ମହାରାଷ୍ଟ୍ରର ରାଜନୀତିରେ ପୁଣି ଥରେ ଅଯୋଧ୍ୟା ବାବ୍ରି ମସଜିଦର ବିବାଦୀୟ ସ୍ଥଳର ପ୍ରତିଧ୍ୱନୀ ଶୁଣାଯାଉଛି। ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ...

ବ୍ୟବସାୟୀଙ୍କ କ୍ରୋଧ: ଜାଳିଦେଲେ ଚାଇନା ସାମଗ୍ରୀ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ଏବେ ଦିଲ୍ଲୀରେ ବ୍ୟବସାୟୀଙ୍କ କ୍ରୋଧ ଦେଖିବାକୁ ମିଳିଛି। କରୋଲ ବାଗରେ କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ...

ଶାରିରୀକ ସମ୍ପର୍କ ନ ରଖିବାକୁ ସ୍ତ୍ରୀ ରାଣ ପକାଇବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଅହମଦାବାଦ୍‌,୧୧।୮: ଗୁଜରାଟର ଅହମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୃତ...

Advertisement
Archives

Model This Week