ମସଜିଦ୍‌ରେ ପଶିଲେ ୧୭ ବିଦେଶୀ ନାଗରିକ: ତଦନ୍ତ କଲା ପୋଲିସ

କୁଜଙ୍ଗ,୧।୧୧(ସ୍ବ.ପ୍ର.): ସାରା ଦେଶରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବାବେଳେ କୁଜଙ୍ଗର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନରେ ଏହି ଦିବସ ପାଳନ କରାଯାଇଛି। ତେବେ ଏହି ଅବସରରେ ସନ୍ଧ୍ୟା ସାଢେ ୭ଟାରେ କୁଜଙ୍ଗ ବଜାରର ଏକ ମସ୍‌ଜିଦ୍‌ରେ ୧୭ଜଣ ବିଦେଶୀ ନାଗରିକ ପ୍ରବେଶ କରିଥିବା ପ୍ରଚାର ହୋଇଥିଲା। ଯେହେତୁ କୁଜଙ୍ଗ-ପାରାଦୀପ ଭଳି ଉପକୂଳ ଅଞ୍ଚଳ ପ୍ରତି ଆତଙ୍କବାଦୀ ପ୍ରବେଶ ଭୟ ରହିଥିବା ପୂର୍ବରୁ ଗୁଇନ୍ଦା ବିଭାଗ ସତର୍କତା ଜାରି କରିଥିଲା, ତେଣୁ ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ଖବରପାଇ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ ସଦଳବଳ ଉକ୍ତ ମସ୍‌ଜିଦ୍‌କୁ ଯାଇ ତଦନ୍ତ କରିବା ପରେ ଏହି ୧୭ ଜଣ ବିଦେଶୀ ନାଗରିକ ଇଣ୍ଡୋନେସିଆ ଓ ମାଲେସିଆ ପର୍ଯ୍ୟଟକ ବୋଲି ଜାଣିବାକୁ ପାଇଥିଲେ। ସେମାନେ ହେଲେ ଇଣ୍ଡୋନେସିଆର ମହମଦ୍‌ ଫରିଦ୍‌, ମୁସ୍‌କାର, ଅରାଫ୍‌, କାଡେମୀ, ସାଣ୍ଡି ରୋହନୀ, ଅବଦୁଲ ରହିମ, ଜଫାରଦ୍ଦିନ, ଏସ୍‌.ଏମତ୍‌ କାର୍ସୋ ଆଟ୍‌ମୀ, ସ୍ୟାମସୁରଜାଲ, ଲା ଓଡେ ତାଜ୍‌ଲନ୍‌, ଜଭେଦ୍‌ ଫର୍ଣ୍ଣାଡୋ, ନଦଜୀବ୍‌, କଡୋରିନ୍‌, ସୁୟାନୋ ଓ ଅନ୍ୟ ୩ ଜଣ ହେଲେ ମାଲେସିଆର କମଲ ସୁଆଜିଦ୍‌ ବିନ୍‌ ମହମଦ୍‌ କମଲ, ମହାଦୁଜିମ୍‌ ମିନ୍‌ ମାଟ୍‌ ଦାଉଦ୍‌, ଅବଦୁଲ ରହିମ ବିନ୍‌ ବକର। ଏହି ପର୍ଯ୍ୟଟକମାନେ ୨୩ରୁ ୨୭ ତାରିଖ ଜଗତ୍‌ସିଂହପୁର ଥାନାର ୫ ମସ୍‌ଜିଦ୍‌, ତିର୍ତ୍ତୋଲର ୨, ରଘୁନାଥପୁରର ୧, ବିରିଡ଼ିର ୧, କୁଜଙ୍ଗର ୧ ଓ ପାରାଦୀପର ୨ ମସଜିଦ୍‌ ଭ୍ରମଣ କରିବାର ଯୋଜନା ରହିଛି। ସେମାନେ ଗସ୍ତ ସମ୍ପର୍କରେ ପୂର୍ବରୁ ଜଗତ୍‌ସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଥିବା ବେଳେ ଗୁରୁବାର କୁଜଙ୍ଗରେ ପହଞ୍ଚତ୍ଥିଲେ। ଏହି ଅବସରରେ କୁଜଙ୍ଗ ଥାନା ପକ୍ଷରୁ ବିଦେଶୀ ନାଗରିକମାନେ ଆଣିଥିବା ବ୍ୟାଗ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଯାଞ୍ଚ କରାଯାଇଥିଲା। ସେମାନଙ୍କ ପାଖରେ ଥିବା ଭିସା ସହ ଅନ୍ୟାନ୍ୟ କାଗଜ ପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ରେଞ୍ଜର

କଟକ ଅଫିସ,୨୭।୫: ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ମନମୋହନ ସ୍ବାଇଁଙ୍କୁ ମଙ୍ଗଳବାର ସକାଳେ ଧରିଛି ଭିଜିଲାନ୍ସ। ସେ...

୮୫ ହଜାର ଲୁଟ୍‌ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅଧୀନ ଦୁବୁଲାଗଡ଼ି ଗ୍ରାମର ଜଣେ ଭୁଟୁଭୁଟି ମାଲିକ ଅଜାମିଲ ବେରାଙ୍କ ମୁହାଣସ୍ଥିତ ଗୋଦାମ ଓ ଅଫିସ୍‌...

ଏସ୍‌ସିବିରେ ଖୋଲିବ ଫୁସ୍‌ଫୁସ୍‌ ରୋଗ ଔଷଧୀୟ ପାଠ୍ୟକ୍ରମ

ଭୁବନେଶ୍ୱର, ୪।୭(ବ୍ୟୁରୋ)- କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଫୁସ୍‌ଫୁସ୍‌ ରୋଗ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ପାଠ୍ୟକ୍ରମ ଖୋଲିବ। ଏଥିପାଇଁ ଭାରତୀୟ ମେଡିକାଲ...

ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ

ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ...

ପୁନରୁଦ୍ଧାର ହେଲା, ଗେଟ୍‌ ଲାଗିଲାନି

ଲୋଇସିଂହା,୨୫।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ବଙ୍ଗାବାହାଲ ଗଁାରେ ରହିଛି ଦେହେରୀ କଟାଁ। ୨୦ଏକର ପରିମିତ ଏହି ଜଳାଶୟର ପୁନରୁଦ୍ଧାର ଚଳିତ...

ଦନ୍ତା ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ସମ୍ବଲପୁର, ୧।୪ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଯୁଯୁମୁରା ଥାନା କୋଲଗାଁରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର...

ଗାଁମୁହାଁ ବନ୍ୟପ୍ରାଣୀ, ବଢୁଛି ଭୟ

ଯୋଡ଼ା/ କେନ୍ଦୁଝର,୭ା୪(ଡି.ଏନ୍‌.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ-ମଣିଷ ଲଢ଼େଇ ପରେ ଏବେ ବାର୍‌ହା-ମଣିଷ ଲଢ଼େଇ ବନ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି। ଖାଦ୍ୟ ଅଭାବ ଓ...

ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨ ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର...

Advertisement
Archives

Model This Week