ମଲ୍‌, ହସ୍ପିଟାଲ, ମଲ୍ଟିପ୍ଲେକ୍ସରେ ପାର୍କିଂ ଫି ଆଦାୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌ ଓ ଆପାର୍ଟମେଣ୍ଟ ଆଦିରେ ଥିବା ପାର୍କିଂସ୍ଥଳରୁ ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ଏକ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ବିଡିଏ ଦ୍ୱାରା ଅନୁମୋଦିତ ହେଉଥିବା ବିଲ୍ଡିଂ ପ୍ଲାନ୍‌ ଓ ରହିଥିବା ନିୟମ ଅନୁସାରେ ଏହା ଠିକ୍‌ ନୁହେଁ। ତେଣୁ ବେଆଇନ ଭାବେ ଆଦାୟ କରାଯାଉଥିବା ପାର୍କିଂ ଫି ତୁରନ୍ତ ବନ୍ଦ କରା ନ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ବିଲ୍‌ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ସମୟରେ ଯେତିକି ପାର୍କିଂ ସ୍ଥାନ ଅନୁମୋଦନ କରାଯାଇଛି, ତାହା ଅନ୍ୟ ଉଦ୍ଦେଶ୍ୟରେ ଉପଯୋଗ ହେଉଛି। ରାସ୍ତାରେ ଗାଡ଼ିପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥିପ୍ରତି କଡ଼ା ନଜର ରଖାଯାଇଛି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ଟୁଇଟ୍‌ରେ ମାଧ୍ୟମରେ ସୂଚନା ଦେଇଛନ୍ତି। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି, କୌଣସି ମଲ୍‌ କିମ୍ବା ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ତଥା ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପାର୍କିଂ ଆଦାୟ କରିବାର କ୍ଷମତା ନାହିଁ। ଖିଲାପ କରାଯାଉଥିବା ନଜରକୁ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟୀକରଣ: ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟବହାର କରିବେ ଦୁଇ ଚକିଆ ଯାନ

କଟକ ଅଫିସ, ୧୦।୩: ପାଦ ଚଲା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବା ଯୋଗୁ ବାଇକ୍‌ ବ୍ୟବହାର କଟକଣାକୁ କୋହଳ କରିବା ପାଇଁ ଗୁରୁବାର...

ଆର୍ଦ୍ରଭୂମି ତାଲିକାରେ ତାମ୍ପରା ହ୍ରଦ ସାମିଲ

ଛତ୍ରପୁର,୨ା୨(ଡି.ଏନ୍‌.ଏ.): ଆଜି ବିଶ୍ବ ପାଳୁଛି ‘ଓ୍ବେଟଲାଣ୍ଡ ଡେ’। ଏହି ଅବସରରେ ନୂଆ କରି ରାମସର ଆର୍ଦ୍ରଭୁମି (୨୪୮୯) ତାଲିକାରେ ସାମିଲ ହୋଇଥିବା ଗଞ୍ଜାମ ଜିଲାର ତାମ୍ପରା...

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ନବରଙ୍ଗପୁର,୬।୧(ବି.ପ୍ର.): ନବରଙ୍ଗପୁର ବ୍ଲକ ଅଧୀନ ସାନମସିଗାଁ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର) ଜଗଦୀଶ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ...

ଆଜିଠାରୁ ଯୁକ୍ତ ୨ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର,୨।୬(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ମୂଲ୍ୟାୟନ ଆରମ୍ଭ ହେଉଛି। ୨ ଟି ପର୍ଯ୍ୟାୟରେ ଏହି ମୂଲ୍ୟାୟନ ହେବାକୁ ଥିବା ବେଳେ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫ୍‌ଲାଇନ୍‌...

ଓଡ଼ିଶା ହସ୍ତତନ୍ତ, ହସ୍ତଶିଳ୍ପ ଉନ୍ନୟନ, ବିକାଶ ପରିଷଦ ପୁନର୍ଗଠିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଏବଂ ବିକାଶ ପରିଷଦ ପୁନର୍ଗଠିତ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁନର୍ଗଠିତ ହୋଇଥିବା ଏହି ପରିଷଦରେ...

ମାଟ୍ରିକ ପରୀକ୍ଷା-୨୦୨୫ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି

କଟକ,୩୦ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ମାଟ୍ରିକ-୨୦୨୫ ପରୀକ୍ଷା ନିମନ୍ତେ ଛାତ୍ରୀଛାତ୍ରଙ୍କ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏନେଇ ବିଜ୍ଞପ୍ତି...

ନବୀନ ନିବାସରେ ବାଦ୍‌ ପଡ଼ିଥିବା ମନ୍ତ୍ରୀ

ଭୁବନେଶ୍ୱର,୬ା୬(ବ୍ୟୁରୋ): ନବୀନ ସରକାର ରବିବାର ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି। ତେବେ ଏହି ମନ୍ତ୍ରିମଣ୍ଡଳରୁ ୧୦ ମନ୍ତ୍ରୀ ବାଦ୍‌ ପଡ଼ିଛନ୍ତି। ବାଦ୍‌ ପଡ଼ିଥିବା ଏହି ମନ୍ତ୍ରୀମାନେ...

ଜନସ୍ବାସ୍ଥ୍ୟ ବିଭାଗର ମନମୁଖି କାର୍ଯ୍ୟ: ଦୁଇ ଦିନ ହେଲା ସହରକୁ ଜଳଯୋଗାଣ ବନ୍ଦ

ଫୁଲବାଣୀ ଅଫିସ, ୮ା୧-ଫୁଲବାଣୀ ସହରରେ ଦୁଇ ଦିନ ହେଲା ଜନସ୍ବାସ୍ଥ୍ୟ ଉପବିଭାଗ ପକ୍ଷରୁ ଜଳ ଯୋଗାଣ ହେଉ ନ ଥିବାରୁ ଲୋକେ ନାହିଁ ନ ଥିବା...

Advertisement
Archives

Model This Week