ମଲ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଶପିଂ ମଲ୍‌ଗୁଡିକୁ ବନ୍ଦ କରାଯାଇଛି। ହେଲେ ମଲ୍‌ ଭିତରେ ରହିଥିବା ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ପୋଲିସ ସେବା ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, କରୋନା ଭୟରେ ବ୍ୟବସାୟୀମାନେ ସବୁ ଦୋକାନ ବଜାର ବନ୍ଦ କରନ୍ତୁ ନାହିଁ। ଶପିଂ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଥିବାବେଳେ ସେଠାରେ ଥିବା କ୍ଷୀର, ଫଳ, ପନିପରିବା, ଗ୍ରୋସରୀ ଦୋକାନ ଖୋଲା ରହିବ। ଏହାସହ ସହରରେ ଥିବା ଛୋଟ ଛୋଟ ଲୁଗା ଓ ଅନ୍ୟାନ୍ୟ ଦୋକାନ ଖୋଲା ରହିବ। କାରଣ ସେଠାରେ ଗହଳି ସେପରି ନ ଥିବାରୁ କରୋନା ଭାଇରସ୍‌ ସଂକ୍ରମଣ ସମ୍ଭାବନା କମ୍‌। ସାମାଜିକ ଦାଇତ୍ୱବୋଧ ଆମ ସମସ୍ତଙ୍କ ଉପରେ ନିର୍ଭର କରେ। ନିଜ ସହ ଅନ୍ୟମାନଙ୍କ ସୁରକ୍ଷା ସଂକ୍ରାନ୍ତରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ସତର୍କ ରହିଲେ ହିଁ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିପାରିବା। ଅଯଥା ଭୟଭୀତ ହୋଇ ଅଧିକ ସାମଗ୍ରୀ କିଣିବାର କୌଣସି ଆବଶ୍ୟକତା ନାହିଁ ବୋଲି ଷଡ଼ଙ୍ଗୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ସେହିଭଳି ବାହାଘର କଟକଣା ମାନିବାକୁ ପୋଲିସ କମିଶନର ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବାହାଘର କରୁଥିଲେ କେବଳ ନିଜ ସମ୍ପକୀୟମାନଙ୍କୁ ବା କମ୍‌ ଲୋକଙ୍କୁ ସାମିଲ କରନ୍ତୁ। କରୋନା ପ୍ରଭାବ କମିବା ପର୍ଯ୍ୟନ୍ତ ରିସେପ୍‌ଶନକୁ ଘୁଞ୍ଚାଇ ଦିଅନ୍ତୁ। ଏହାସହ ନିଜ ଘରକୁ ଏକାଧିକ ଅତିଥିଙ୍କୁ ଡାକନ୍ତୁ ନାହିଁ। ଜରୁରୀ କାର୍ଯ୍ୟ ପାଇଁ ଆସୁଥିଲେ ଘରକୁ ଯିବା ପୂର୍ବରୁ ସେମାନଙ୍କ ହାତ ଧୋଇବାକୁ କୁହନ୍ତୁ। ସେହିଭଳି ଯେଉଁମାନେ ଜରୁରୀ ପାଇଁ ଆରଟିଓ ଅଫିସକୁ ଯାଉଛନ୍ତି ସେମାନେ ପରସ୍ପରଠାରୁ ଗୋଟିଏ ଫୁଟ ଦୂରତା ରଖନ୍ତୁ। ଏହାସହ ଅଯଥାରେ ମାସ୍କ ପିନ୍ଧନ୍ତୁ ନାହିଁ। ଯେଉଁମାନେ ଥଣ୍ଡା, କାଶ, ଜ୍ୱରରେ ପୀଡିତ ଅଛନ୍ତି ଓ କରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁନ୍ତି ସେମାନେ ମାସ୍କ ପିନ୍ଧନ୍ତୁ। ଜଣେ ସୁସ୍ଥ ଲୋକ ମାସ୍କ ପିନ୍ଧି କଳାବଜାରିଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ଲୋକେ ନିଜେ ସଚେତନ ରହି ଭିଡ଼ରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ କମିଶନର କହିଛନ୍ତି, ଥାନାଗୁଡିକରେ ହାତ ଧୋଇବା ବ୍ୟବସ୍ଥା କରିବା ସହ କର୍ମଚାରୀଙ୍କୁ ସାନିଟାଇଜର ଓ ମାସ୍କ ଲଗାଇବା ପାଇଁ କୁହାଯାଇଛି। ଏଥପାଇଁ ଥାନାଗୁଡିକୁ ଅର୍ଥ ମଧ୍ୟ ଯୋଗାଇ ଦିଆଯାଇଛି। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମଧ୍ୟ ହାତ ଧୋଇ ପ୍ରବେଶ କରିବାକୁ କୁହାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri