ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ

ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା ଅଧିକାର ସଂଘ ପକ୍ଷରୁ ବାଲିଆପାଳ ତହସିଲ ସମ୍ମୁଖରେ ଗଣଆନ୍ଦୋଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନାଙ୍କ ନେତୃତ୍ୱରେ ଏବଂ ସୂଚନା ଅଧିକାର ସଂଘର ଆବାହକ ଅନୁଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାଲିଆପାଳ ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗଣଆନ୍ଦୋଳନ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା କୃଷକ ସଭାର ସଭାପତି ଦିଲୀପ କୁମାର ଗିରି ମୁଖ୍ୟଅତିଥି ଏବଂ ବୈଲୋଚନ ପାତ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ସେମାନେ ବର୍ଷା ଅଭାବରୁ ବାଲିଆପାଳ ସମେତ ବାଲେଶ୍ୱର ଜିଲାର ସମସ୍ତ ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା କରିବା, ଅକାମୀ ହୋଇପଡ଼ିଥିବା ଉଠାଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବା, ଚାଷୀଙ୍କୁ ମାଗଣାରେ ଡିଜେଲ ସେଟ ଯୋଗାଇ ଦେବା, ରାଜଧାନୀ ଢାବାରେ ନାବାଳକଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ, ତାଙ୍କ ଭାଇଙ୍କୁ ଗିରଫ, ୨୦ଲକ୍ଷ ଟଙ୍କାର କ୍ଷତିପୂରଣ, କୋଷ୍ଟକେନାଲର ପୁନରୁଦ୍ଧାର, ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା, ଆଗାମୀ ରବି ଫସଲ ପାଇଁ ବିହନ, ସାର, ଓଷଧ ଏବଂ ଡାଳୁଅ ଧାନ ଚାଷ ପାଇଁ ସହାୟତା, ଦୀର୍ଘ ବର୍ଷ ହେଲା ଅକାମୀ ହୋଇପଡିଥିବା ବାଲିଆପାଳ ସୂତାକଳକୁ ପୁନଃ ଚାଲୁ କରିବା, ଭୂମିହୀନମାନଙ୍କୁ ଘରବାଡି ପଟ୍ଟା ପ୍ରଦାନ, ବାଲିଆପାଳ ଅଞ୍ଚଳର ଚାଷ ଜମିକୁ ଅଣକୃଷି କାର୍ଯ୍ୟ ପାଇଁ ହସ୍ତାନ୍ତର ନ କରିବା, ବାଦ୍‌ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା, ସୂଚନା ଅଧିକାର ଆଇନ ୨୦୦୫କୁ ସଂଶୋଧନ କରିବାରୁ କ୍ଷାନ୍ତ ରହିବା ଆଦି ୧୧ଦଫା ଦାବିଗୁଡିକ ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଏକ ପ୍ରତିନଧି ଦଳ ୧୧ ଦଫା ଦାବି ସମ୍ମିଳିତ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା କୁଶଧ୍ୱଜ ଜେନା, କ୍ଷୀତିଶ ଜେନା, ଅନନ୍ତ ଜେନା, ମୃତ୍ୟୁଞ୍ଜୟ ରାଉତ ପ୍ରମୁଖ ଯୋଗଦେଇ ସରକାରଙ୍କ କୃଷକମାରଣ ନୀତିକୁ ବିରୋଧ କରିବା ସହିତ ତୁରନ୍ତ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବି କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବରଦା ଦାସ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବରଦା ପ୍ରସନ୍ନ...

ଥାନା ଭିତରେ ଲାଠି, ଗୋଇଠା ମାଡ଼ ମାମଲା: ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ହିନ୍ଦୋଳ,୩୦।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା ଶନିବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ରଶ୍ମି ରଞ୍ଜନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ...

ଅନ୍ତୁଡ଼ିଶାଳରେ ଅଣଦେଖା

ଢେଙ୍କାନାଳ ଅଫିସ, ୨୯।୮: ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରୟାସରେ ଅଲିମ୍ପିକ୍‌ରେ ଦୀର୍ଘବର୍ଷ ପରେ ଭାରତୀୟ...

ହୋଲିରେ ଅଘଟଣ: ହାତରେ ବାଣ ଫୁଟିଗଲା

ପାଟଣା,୧୯।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମର ଉପରସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବାହ୍ନରେ ବାଣ ବିସ୍ପୋରଣ...

ଦୁଇଦିନ ବର୍ଷା ସହ ବଜ୍ରପାତ: ତାପମାତ୍ରା ଆହୁରି ବଢ଼ିବ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ସାରା ରାଜ୍ୟରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି। ଦିନବେଳା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ହେଲେ ଅପରାହ୍ନରୁ ହଠାତ ପାଗରେ ପରିବର୍ତ୍ତନ ଘଟୁଛି। ରବିବାର ରାଜ୍ୟର...

କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ସୁରାକ ମିଳିଲା, ଜରିିଗୋଟାଳି ଅଭିଯୁକ୍ତ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସୁରାକ ପାଇଛି ପୋଲିସ। ସେ ଜଣେ ଜରିଗୋଟାଳି ଓ ମାନସିକ ରୋଗୀ ବୋଲି...

ଟିପଚିହ୍ନ ଦେଉଛନ୍ତି ପାଠୁଆ ଭୋଟର

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୭୮ ପ୍ରତିଶତ ମତଦାନ ହେଉଥିବା ରାଜ୍ୟ ନିର୍ବାଚନ କମିଶନର...

Advertisement
Archives

Model This Week