ମରାମତି ହେଉନି ଟ୍ରାନ୍ସଫର୍ମର: ୬ ମାସ ହେଲା ଅନ୍ଧାରରେ ମଲ୍ଲାର ବସ୍ତିବାସିନ୍ଦା

ସୁକିନ୍ଦା,୨୩ା୫(ଡି.ଏନ.ଏ.)-ଦିନେ କିମ୍ବା ମାସେ ନୁହେଁ ଦୀର୍ଘ ୬ମାସ ହେବ ଅନ୍ଧାରରେ କାଳାତିପାତ କରୁଛନ୍ତି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ମୁଳଖମ୍ବ ଗ୍ରାମରେ ଥିବା ବିରଳ ଜନଜାତି ମଲ୍ଲାର ବସ୍ତିବାସିନ୍ଦା। ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ସେମାନେ ଏପରି ଅସୁବିଧା ଭୋଗ କରୁଛନ୍ତି। ତେଣୁ ଯଦି ଆଗାମୀ ଦିନରେ ବିଦ୍ୟୁତ୍‌ ସଂଯୋଗ ଦିଆ ନ ଯାଏ ବସ୍ତିବାସିନ୍ଦା ସ୍ଥାନୀୟ ବିଧାୟକଙ୍କୁ ଅବଗତ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବସ୍ତିବାସିନ୍ଦାଙ୍କୁ ବିନାମୂଲ୍ୟରେ ବିଦ୍ୟୁତ୍‌ ସଂଯୋଗ ମିଳିଥିଲା। ସଂଯୋଗୀକରଣର କିଛି ଦିନ ପର୍ଯ୍ୟନ୍ତ ବିନାମୂଲ୍ୟରେ ଉପଭୋକ୍ତା ବିଦ୍ୟୁତ୍‌ ବ୍ୟବହାର କରିଥିଲେ। କିନ୍ତୁ ପରେ ମାସକୁ ୩୦, ୬୦ ଓ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା। ବସ୍ତିବାସିନ୍ଦା ମଧ୍ୟ ବିଲ ପୈଠ କରିଆସୁଥିଲେ। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ମିଟର ବସାଯାଇ ବିଲ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଯେଉଁମାନେ ମିଟର ରିଡିଂ ଅନୁସାରେ ଲୋକଙ୍କଠାରୁ ଚାରି ପାଞ୍ଚ ମାସର ବିଲ୍‌ ଆଦାୟ କଲେ ସେମାନେ ରଶିଦ ଦେଲେନାହିଁ। ଏହାରି ମଧ୍ୟରେ ଅଚାନକ ବର୍ଷା ପବନ ହେବାରୁ ବସ୍ତିବାସିନ୍ଦାଙ୍କ ପାଇଁ ବସିଥିବା ଟ୍ରାନ୍ସଫର୍ମରର ଦୁଇଟି ଶଙ୍ଖ ଜଳି ଯିବା ସହ ଫ୍ୟୁଜ୍‌ ଉଡିଯାଇଥିଲା। ସେ ସମୟରେ ବିଭାଗୀୟ କର୍ମଚାରୀ ଆସି ମରାମତି କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବସ୍ତିବାସିନ୍ଦା ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିଲେ ହେଁ ମରାମତି ସମ୍ଭବ ହୋଇ ପାରୁନାହିଁ। ବିଭାଗ ପକ୍ଷରୁ ବକେୟା ବିଲ ପୈଠ କଲେ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯିବ ବୋଲି କୁହାଯାଉଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ବସ୍ତିବାସିନ୍ଦା ଶ୍ରମିକ ଶ୍ରେଣୀର ହୋଇଥିବାରୁ ଲକ୍‌ଡାଉନ ସମୟରେ ବକେୟା ପୈଠ କରିବାକୁ ଅସମର୍ଥ ପ୍ରକାଶ କରିଛନ୍ତି। ତେଣୁ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସୁକିନ୍ଦା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଅହମ୍ମଦ ଆଜାନ୍‌ କହିଛନ୍ତି, ବସ୍ତିବାସିନ୍ଦା ବକେୟା ରାଶି ପୈଠ କରିବା ପରେ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri