Posted inଜାତୀୟ

ସୁରକ୍ଷା ପ୍ରତିଶ୍ରୁତି ଦେଲେ ମମତା: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡାକ୍ତର ରାଜି

କୋଲକାତା,୧୭ା୬(ପି.ଟି.)
ପଶ୍ଚିମବଙ୍ଗରେ ୨ ଜଣ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ପାଇଁ ନୂଆ ସୁରକ୍ଷା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମମତାଙ୍କ ସହ ଆଲୋଚନା ପରେ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ରାଜି ହୋଇଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଆନ୍ଦୋଳନରତ ଡାକ୍ତରମାନଙ୍କ ପ୍ରତିନିଧିଙ୍କୁ ଭେଟି ସୁରକ୍ଷା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ଲାଗି ନୋଡାଲ ଅଫିସର ନିଯୁକ୍ତ କରିବାକୁ ସେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ୩୧ ଜଣ ଜୁନିୟର ଡାକ୍ତରଙ୍କ ସହ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ରୁଦ୍ଧଦ୍ୱାର ବୈଠକ କରିବାକୁ ଚାହୁଁଥିବା ମମତା ଗଣମାଧ୍ୟମ ସମ୍ମୁଖରେ ଆଲୋଚନା ପାଇଁ ରାଜି ହୋଇଥିଲେ। କୌଣସି ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହେବନି ବୋଲି ମମତା ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ସନ୍ତୁଷ୍ଟ ବୋଲି ଡାକ୍ତରମାନଙ୍କର ଜଣେ ପ୍ରତିନିଧି ଗଣମାଧ୍ୟମକୁ କହିଛନ୍ତି। ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଜଣାପଡିଛି। ଉକ୍ତ ହସ୍ପିଟାଲରେ ସୋମବାର ରାତିରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କର ସମ୍ପର୍କୀୟମାନେ ଦୁଇଜଣ ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଏବଂ ଡାକ୍ତରମାନଙ୍କ ସୁରକ୍ଷା ଦାବି କରି ସେଠାରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିବା ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। କାର୍ଯ୍ୟରେ ତୁରନ୍ତ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମମତାଙ୍କ ଚେତାବନୀକୁ ଡାକ୍ତରମାନେ ଗ୍ରହଣ କରି ନ ଥିଲେ। ପଶ୍ଚିମବଙ୍ଗ ଡାକ୍ତରଙ୍କ ସମର୍ଥନରେ ଭାରତୀୟ ମେଡିକାଲ ସଂଘ ଏବଂ ବିଭିନ୍ନ ସଂଗଠନ ବାହାରିବା ପରେ ମମତ ମୁଣ୍ଡ ନୁଆଁଇଥିଲେ। ସେ ଡାକ୍ତରମାନଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି କହିବା ପରେ ସୋମବାର ଆଲୋଚନା ପାଇଁ ଜୁନିୟର ଡାକ୍ତର ସଂଘ ରାଜି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ବିରୋଧୀ ପୋଷ୍ଟର: ୧୫ ଗିରଫ

କରୋନା ମହାମାରୀ ନିୟନ୍ତ୍ରଣ ଓ ଟିକା ପରିଚାଳନାର ବିଫଳତାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମାଲୋଚିତ ହୋଇଛନ୍ତି। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ...

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମଦାବାଦ , ୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ...

ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ ଯୋଗୀ ସରକାରଙ୍କ ନୂଆବର୍ଷ ଭେଟି: ବର୍ଷକୁ ମିଳିବ ୬ ହଜାର

ଲକ୍ଷ୍ନୌ, ୨୮।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ ନୂଆବର୍ଷ ଭେଟି ଦେବାକୁ ଯୋଜନା କରିଛନ୍ତି। ବର୍ଷକୁ ଏଭଳି ମୁସଲମାନ୍‌ ମହିଳାଙ୍କୁ...

କରୋନା ଭାଇରସକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଟପିଲା, ସୁସ୍ଥ ହେଲେଣି ୩

ନୂଆଦିଲ୍ଲୀ,୪।୩: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍‌ ଏବେ ଭାରତରେ ଆତଙ୍କ ସୃଷ୍ଟି କରିଛି। ଧିରେ ଧିରେ ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ...

‘ଯଦି ନ କରିପାରେ ଗୋଇଠା ମାରି ତଡ଼ିଦେବ’

ଭରୁଚ(ଗୁଜରାଟ),୧।୫ : ଆମ ଆଦମି ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଗୁଜରାଟରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିବା ସହ ଦିଲ୍ଲୀର ସଫଳ ଶାସନ...

ସପ୍ତାହରେ ଗୋଟିଏ ଦିନ ବିନା ବସ୍ତାନୀରେ ସ୍କୁଲ ଯିବେ ପିଲା…

ଭୋପାଳ, ୩।୯ : ମଧ୍ୟପ୍ରଦେଶର ସମସ୍ତ ସରକାରୀ, ଅଣ-ସରକାରୀ ଏବଂ ସହାୟକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବ୍ୟାଗ ବିନା ପାଠପଢ଼ିକୁ ଯିବେ ।...

ବିଗ୍‌ ବି ନେଲେ ଦ୍ୱିତୀୟ ଡୋଜ୍‌…

ମୁମ୍ବାଇ,୧୬।୫: ବିଗ୍‌ ବି ଅମିତାଭ ବଚ୍ଚନ ରବିବାର ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇଛନ୍ତି। ଏସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଫଟୋ ଅପ୍‌ଲୋଡ୍‌ କରିଛନ୍ତି।...

ରାମ ରହିମଙ୍କୁ ଜେଡ ପ୍ଲସ ସୁରକ୍ଷା

ଚଣ୍ଡିଗଡ଼,୨୨ ।୨: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂ ହତ୍ୟା ମାମଲରେ ସିଧା ସଳଖ ସମ୍ପୃକ୍ତ ନୁହେଁ । ସେ ବାସ୍ତବିକ...

Advertisement
Archives

Model This Week