ମନ୍ଦିରକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ଯାଇଥିଲେ: ଜୀବନ ଗଲା

ବରଗଡ଼ ଅଫିସ୍‌,୨୩।୪: ବରଗଡ଼ ବ୍ଲକ ଖଣ୍ଡହଥା ନିକଟ ନୂଆଗଡ଼ ଗ୍ରାମରେ ବିଦ୍ୟୁତ ଆଘାତରେ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏହି ଗ୍ରାମର ଅନିଲ ସାହୁ। ସେ ଗାଁ ପାଖ ତେଲିଟିକ୍ରାରେ ରହିଥିବା ଏକ ମନ୍ଦିରକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବ୍ଲାଷ୍ଟିଂ, ଆଶଙ୍କାରେ ମତ୍ସ୍ୟଜୀବୀ

ବୀରମହାରାଜପୁର,୨୮।୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଦେଇ ପ୍ରବାହିତ ମହାନଦୀରେ ମାଛ ମାରିବା ପାଇଁ ବ୍ଲାଷ୍ଟିଂ କରାଯାଉଥିବା ବିଭିନ୍ନ ସମୟର ଅଭିଯୋଗ ହେଉଛି। ହେଲେ ପ୍ରଶାସନ ଏନେଇ କୌଣସି...

ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ କେନ୍ଦ୍ରାପଡ଼ାବାସୀ ଆତଙ୍କିତ: ୧୨୦ କିମି ବେଗରେ ବହୁଛି ପବନ, ୮ ହଜାର ଲୋକ ସ୍ଥାନାନ୍ତର

କେନ୍ଦ୍ରାପଡା ଅଫିସ, ୨୦ା୫: ସାମୁଦ୍ରିକ ଝଡ଼ ‘ଅମ୍ପନ’ କେନ୍ଦ୍ରାପଡ଼ା ଜିଲାରେ ବିଶେଷଭାବେ ପ୍ରଭାବ ପକାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାମାନ୍ୟ ବର୍ଷା, ପବନ ବୁଧବାର...

ରମଜାନ ମାସରେ ଖାଦ୍ୟ ବାଣ୍ଟୁଛନ୍ତି ୨୦ ମୁସ୍‌ଲିମ୍‌ ଯୁବକ

କଟକ ଅଫିସ,୩୦ା୪: ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ମାସ ରମ୍‌ଜାନ୍‌। ଏହି ମାସଟିକୁ ସେମାନେ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ଦାନ ଓ ପୂଣ୍ୟ ମାସ...

କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ...

ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି

ତେନ୍ତୁଳିଖୁଣ୍ଟି,୧।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ଗ୍ରାମପଞ୍ଚାୟତ ଖାତିଗୁଡାଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ।...

୧୧୬୧ ଜଣଙ୍କ ୧୪ ଦିନିଆ ଆଇସୋଲେଶନ ଅବଧି ସରିଲା

ଶେରଗଡ଼,୬ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକକୁ ଗତ ୨୨ ତାରିଖ ପୂର୍ବରୁ ରାଜ୍ୟ ବାହାରୁରୁ ୧୧୬୧ ଜଣ ବ୍ୟକ୍ତି ଫେରିଥିଲେ। ବ୍ଲକ ପ୍ରଶାସନ ଜାଣିବା ପରେ ଗ୍ରାମପଞ୍ଚାୟତ ନୋଡାଲ...

ହାଇଦ୍ରାବାଦରେ ମୃତ୍ୟୁ, ହିଞ୍ଜିଳିରେ ହତ୍ୟା ମାମଲା: ସ୍ବାମୀ ଗିରଫ

ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ): ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ହିଞ୍ଜିଳି ଥାନା ପୋଲିସ ମଙ୍ଗଳବାର ଆଙ୍କୋରଡା ଗ୍ରାମର ପ୍ରଶାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ହତ୍ୟାର ଶିକାର ହୋଇଛନ୍ତି...

ବନ ବିଭାଗ ରୁଜୁ କଲା ମାମଲା: ହାତୀ ମୃତ୍ୟୁର ହେବ ତଦନ୍ତ

କେନ୍ଦୁଝର,୯।୫: ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ...

Advertisement
Archives

Model This Week