ମନୋଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍‌: ସୁଲ୍‌ତାନ ସମେତ ୫ ଗିରଫ

ବ୍ରହ୍ମପୁର ଅଫିସ,୬ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ। ଏଥିରେ ସାମିଲ ଥିବା ୨ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାହାକ ଓ ହୃଷୀକେଶ ପାତ୍ରଙ୍କୁ ପୋଲିସ ପୂର୍ବରୁ ଏନ୍‌କାଉଣ୍ଟର କରିଥିବାବେଳେ ବୁଧବାର ମାଷ୍ଟରମାଇଣ୍ଡ ସୁଲ୍‌ତାନ ଓରଫ ସୁନୀଲ କୁମାର ନାହାକଙ୍କ ସମେତ ଅନ୍ୟ ୪ ସୁପାରିକିଲରଙ୍କୁ ଗିରଫ କରିଛି। ସେମାନେ ହେଲେ ଆନନ୍ଦ ସ୍ବାଇଁ, ଶଙ୍କର ରାଉତ, ଶିବରାମ ବେହେରା ଓ କାର୍ତ୍ତିକ ନାହାକ। ଅଭିଯୁକ୍ତଙ୍କଠାରୁ କେତେକ ମାରଣାସ୍ତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ବୁଧବାର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ା
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବଦିନ ଅର୍ଥାତ୍‌ ମେ ୨୨ରେ ମନୋଜ କେତେକ ସହଯୋଗୀଙ୍କ ସହିତ କାରରେ ଭୁବନେଶ୍ୱରରୁ ବ୍ରହ୍ମପୁର ଫେରୁଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ମନୋଜ ୧୬ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ବାଇପାସ୍‌ ଅକ୍ସଫୋର୍ଡ ସ୍କୁଲ ନିକଟରେ ଗାଡି ପାର୍କିଂ କରି ପରିସ୍ରା କରିବାକୁ ଯାଇଥିଲେ। ୨ଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ହଠାତ୍‌ ସେଠାରେ ପହଞ୍ଚି ମନୋଜଙ୍କ ଗଳା କାଟିଦେବା ସହ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଅପରାଧ ଘଟାଇ ଅଭିଯୁକ୍ତମାନେ ଆନ୍ଧ୍ର ଆଡ଼କୁ ୨ଟି ବାଇକ୍‌ରେ ଦ୍ରୁତଗତିରେ ଯାଉଥିବାବେଳେ ଗୋଳନ୍ଥରା ନିକଟରେ ଗୋଟିଏ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନେ ସେଠାରେ ବାଇକ୍‌ ଓ ଏକ ମାଉଜର ଛାଡ଼ି ଚମ୍ପଟ ମାରିଥିଲେ, ଯାହାକୁ ପୋଲିସ ଜବତ କରିଥିଲା। ମନୋଜଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମେ ୨୩ ବିଳମ୍ବିତ ରାତିରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଭାଲୁ ଓ ସୁଲ୍‌ତାନଙ୍କ ସମେତ ୭ ଜଣଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ୧୦୧/୧୯ରେ ମାମଲା ରୁଜୁ ହୋଇଥିଲା। ସେପଟେ ଅନୁସନ୍ଧାନ ବେଳେ ଅଭିଯୁକ୍ତମାନେ ଆସିକା ଅଞ୍ଚଳର ବୋଲି ପୋଲିସ ସ୍ପଷ୍ଟ କରିଥିଲା। ମେ ୩୧ ରାତି ପ୍ରାୟ ସାଢ଼େ ୧୧ଟାରେ କେତେଜଣ ଅଭିଯୁୁକ୍ତଙ୍କ ସହିତ ଗୋଳନ୍ଥରା ଥାନା ରଣ୍ଢା ନିକଟ ଅମିତ ହସ୍ପିଟାଲ ପାଖରେ ପୋଲିସର ଗୁଳି ବିନିମୟ ହୋଇଥିଲା। ଏଥିରେ ବୁଲୁ ନାହାକ ଓ ହୃଷୀକେଶ ପାତ୍ର ଆହତ ହୋଇଥିଲେ। ଉଭୟଙ୍କୁ ପଚରାଉଚରା କରିବା ପରେ ପୋଲିସକୁ କେତେକ ତଥ୍ୟ ମିଳିଥିଲା। ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ଆସିକା ଥାନା ନୂଆଗଁା ବଡ଼ସାହିର ସୁଲ୍‌ତାନ ବୋଲି ପୋଲିସ ଜାଣିବାକୁ ପାଇଥିଲା। ପରେ କେତେଜଣ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିବା ସହ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଲ କରିଥିଲା। ମଦ ବ୍ୟବସାୟୀ ଭାଲୁ ଓ ସୁଲ୍‌ତାନ ମନୋଜଙ୍କୁ ମାରିବାକୁ ଯୋଜନା କରିଥିଲେ। ଏହାପରେ ପୋଲିସ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।
ଏସ୍‌ପି କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପିନାକ ମିଶ୍ର କହିଛନ୍ତି, କୋରାପୁଟ ଜିଲା ଲକ୍ଷ୍ମୀପୁରରେ ଅଭିଯୁକ୍ତମାନଙ୍କ ଉପସ୍ଥିତି ନେଇ ପୋଲିସକୁ ସୂଚନା ମିଳିଥିଲା। ସେଠାରୁ ଆନନ୍ଦ, ଶଙ୍କର, ଶିବରାମ ଓ କାର୍ତ୍ତିକଙ୍କୁ ପୋଲିସ ଗିରଫ କରିଥିଲା। ସେହିପରି ସୁଲତାନଙ୍କୁ ବାଲୁଗାଁ ରେଳଷ୍ଟେଶନରୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ୩ ମାଉଜର, ୩ ଅଫୁଟା ଗୁଳି, ୩ ବାଇକ୍‌, ୨ ରକ୍ତଭିଜା ଛୁରି, ୨ ହେଲ୍‌ମେଟ, ୧୦ ମୋବାଇଲ ଫୋନ, ୩୫୦୦ ଟଙ୍କା ଜବତ କରାଯାଇଛି। ହତ୍ୟାକାଣ୍ଡ ସ୍ଥଳରୁ ୩ ଗୋଟି ଖୋକା ଜବତ କରାଯାଇଛି। ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆସିକା ଅଞ୍ଚଳର ମଦ ବ୍ୟବସାୟୀ ଭାଲୁ ଓରଫ ଭଗବାନ ସାହୁ ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି। ୨୦୧୨ରେ କୌଣସି କାରଣକୁ ନେଇ ଭାଲୁଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ମନୋଜ ଓ ତାଙ୍କର ଜଣେ ସହଯୋଗୀ ସମ୍ପୃକ୍ତ ଥିବା ଏସ୍‌ପି ସୂଚନା ଦେଇଛନ୍ତି, ଯାହାର ପ୍ରତିଶୋଧ ନେବା ପାଇଁ ଭାଲୁ ବିଭିନ୍ନ ସମୟରେ ସୁଯୋଗ ଖୋଜୁଥିଲେ ବୋଲି ପୋଲିସ କହିଛି। ଶେଷରେ ସେ ଷଡ଼ଯନ୍ତ୍ର କରି ମନୋଜଙ୍କୁ ସୁପାରିକିଲରଙ୍କ ଦ୍ୱାରା ହତ୍ୟା କରିଛନ୍ତି ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।
ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟକୁ କେନ୍ଦ୍ରକରି ଲାଗି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷରୁ ମନୋଜଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ମୁଖ୍ୟ ଖଳନାୟକ ଭାଲୁ ଧରାପଡ଼ିବା ପରେ ଏହି ହତ୍ୟାକାଣ୍ଡ ପାଇଁ କେତେ ଟଙ୍କା ଡିଲ୍‌ ହୋଇଥିଲା ତାହା ଜଣାପଡ଼ିବ ବୋଲି ଏସ୍‌ପି ମିଶ୍ର କହିଛନ୍ତି। ଏହି ଘଟଣାରେ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri