ମନୁଷ୍ୟଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ

ହଂକଂ,୫।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି। ଏମିତିକି ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଏବେ କରୋନା ଭାଇରସ କବଳକୁ ଚାଲି ଆସିଛି। ତେବେ ହଂକଂରେ ପ୍ରଥମ କରି ଗୋଟିଏ କୁକୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ଆସିଛି। ହଂକଂର ଜଣେ ୬୦ ବର୍ଷୀୟା ମହିଳା କରୋନା ଭାଇରସରେ ସଂକ୍ରମିତ ଥିବା ବେଳେ ଏବେ ତାଙ୍କ ପୋଷା କୁକୁର କରୋନା ଭାଇରସରେ ସଂକ୍ରମିତି ହୋଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଣୀ ଚିକିତ୍ସାଳୟରେ ଉକ୍ତ କୁକୁରକୁ ଅଲଗା ଭାବେ ରଖାଯାଇ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ତେବେ କୁକୁର ନିକଟରେ ଏହାର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ମନୁଷ୍ୟଠାରୁ ଏହା କୁକୁରକୁ ବ୍ୟାପିଛି ବୋଲି ଅନୁମାନ କରାଯାଉଛି। ଏବେ ହଂକଂରେ କରୋନା ଭାଇରସରେ ପୀଡିତ ଥିବା ବ୍ୟକ୍ତି ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଫେବୃୟାରୀ ମଧ୍ୟରେ ହେବ ନିର୍ବାଚନ, ରାଜନୈତିକ ଦଳଙ୍କୁ କଥା ଦେଲେ ନିର୍ବାଚନ କମିଶନ

ଇସଲାମାବାଦ,୩୧।୮: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ରାଜନୈତିକ ଦଳମାନେ ସରକାର ଏବଂ ପାକିସ୍ତାନର ନିର୍ବାଚନ ଆୟୋଗ ଉପରେ ଲଗାତାର ଚାପ ପକାଉଛନ୍ତି। ଶହବାଜ...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୦।୧: ଇଣ୍ଡୋନେସିଆରେ ଭୂକମ୍ପ ଝଟକା। ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ରେ ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର...

ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ଓଡ଼ିଶା ପଟଚିତ୍ର

କୋପେନହେଗେନ୍‌,୪ା୫: ଡେନ୍‌ମାର୍କ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ ଡାନିସ୍‌ ପ୍ରତିପକ୍ଷ ମେଟେ ଫ୍ରେଡେରିକ୍ସନ୍‌ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଅନ୍ୟାନ୍ୟ...

ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ ପାଇଁ ଟଙ୍କା ନାହିଁ: ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ,୨୬ ।୩: ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଦେଶରେ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ କରିବାକୁ ଟଙ୍କା ନାହିଁ । ସେ ସୂଚନା ମନ୍ତ୍ରୀ...

‘ଜାତୀୟ ଭାବନାକୁ ଆଘାତ ଦେଉଥିବା ପୋଷାକ ହେବ ବ୍ୟାନ’

ବେଜିଂ,୧୮ା୯: ଯେଉଁ ପୋଷାକ ଜାତୀୟ ଭାବନାକୁ ଆଘାତ ଦେଇଛି ତାହା ଶୀଘ୍ର ଚାଇନାରେ ନିଷିଦ୍ଧ କରାଯିବ। ପ୍ରସ୍ତାବିତ ଆଇନରେ ଦର୍ଶାଯାଇଛି ଯେ, ଉଭୟ ବକ୍ତବ୍ୟ ଏବଂ...

ମଦିନାରେ ପାକିସ୍ତାନ ନେତାଙ୍କୁ ଦେଖି ଚୋର ଚୋର ବୋଲି ସ୍ଲୋଗାନ ଦେଲେ ମସଜିଦରେ ଥିବା ଲୋକେ

ମଦିନା,୨୯ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳଙ୍କୁ ଦେଖି ମଦିନାରେ ମସଜି-ଏ-ନବାବିରେ ଲୋକେ ଚୋର ଚୋର ବୋଲି ସ୍ଲୋଗାନ ଦେଇଛନ୍ତି...

ଦାଢ଼ି ନ ଥିଲେ ଅଫିସ ମନା

କାବୁଲ,୨୯।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିପରି ଡ୍ରେସ୍‌ କୋଡ୍‌ ନିୟମ ପାଳନ...

ପାକିସ୍ତାନକୁ ଫେରିଲା ପୋଲିଓ…

ଇସଲାମାବାଦ୍‌, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ...

Advertisement
Archives

Model This Week