Posted inଜାତୀୟ

ମନମୋହନଙ୍କୁ ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସର ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ,୧୬।୬: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟ ସଭା ସଦସ୍ୟତା କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ ୨୮ ବର୍ଷ ଧରି ନିର୍ବାଚିତ ହୋଇ ଆସୁଥିଲେ। ତେବେ ମନମୋହନଙ୍କ ଭଳି ଅନୁଭବି ନେତାଙ୍କୁ ପୁଣି ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଆସାମରେ ମନମୋହନ ରାଜ୍ୟ ସଭା ଲାଗି ପ୍ରଥମ ପସନ୍ଦ ହେବାର ଆବଶ୍ୟକ ସଦସ୍ୟ କଂଗ୍ରେସ ଯୋଗାଡ଼ କରିବା ଅସମ୍ଭବ। ଚଳିତ ବର୍ଷ ଗୁଜରାଟ, ଓଡ଼ିଶା, ବିହାର, ତାମିଲନାଡୁରେ ରାଜ୍ୟ ସଭା ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ। ତେବେ ଗୁଜରାଟରେ ଏଥର ମନମୋହନଙ୍କୁ ଜିତାଇବା ଲାଗି କଂଗ୍ରେସକୁ କାଠିକର ପାଠ ହେବ। ପୂର୍ବରୁ ଅହମ୍ମଦ ପଟେଲ ଏଠାରୁ ରାଜ୍ୟ ସଭାକୁ ଆସିଥିଲେ। ମାତ୍ର ଇତିମଧ୍ୟରେ ସ୍ଥିତି ବଦଳି ଯାଇଛି। ଅପରପକ୍ଷରେ ବିହାର ଏବଂ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଜିତିବା ସମ୍ଭବ ନୁହେଁ। ଏସବୁ ରାଜ୍ୟରେ ଦଳର ସଦସ୍ୟ ସଂଖ୍ୟା ନଗଣ୍ୟ। ତାମିଲ୍‌ନାଡୁରେ ଡିଏମ୍‌କେ ସହଯୋଗରେ ମନମୋହନଙ୍କୁ ରାଜ୍ୟ ସଭା ଅଣାଯିବାର ସୁଯୋଗ ରହିଛି। ତେବେ କଂଗ୍ରେସ-ଡିଏମ୍‌କେ ମଧ୍ୟରେ ଆଲୋଚନା ଆରମ୍ଭ ହୋଇ ନାହିଁ। ଯଦି ସମ୍ଭବ ନ ହୁଏ ତେବେ ମନମୋହନଙ୍କୁ ଆସନ୍ତା ବର୍ଷ ଏପ୍ରିଲ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କଂଗ୍ରେସ ଶାସିତ ରାଜ୍ୟରେ ଆସନ୍ତା ବର୍ଷ ରାଜ୍ୟ ସଭା ପାଇଁ ନିର୍ବାଚନ ହେବ। ସେହି ସମୟରେ ମନମୋହନଙ୍କ ରାଜ୍ୟ ସଭା ଫେରିବାର ବାଟ ସହଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ

ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା...

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା...

ଘନେଇଲା ଓମିକ୍ରନ୍‌ ସଙ୍କଟ, ୨୨ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଛୁଇଁଲା…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଙ୍କଟ ଘନେଇବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୨...

ବିଅର ଗ୍ରିଲ୍ସ କେମିତି ବୁଝୁଥିଲେ ମୋଦିଙ୍କ ହିନ୍ଦୀ

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଜନତାଙ୍କ ମନରେ ଉଙ୍କି ମାରୁଥିବା ଏକ ବଡ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ...

ଦୈନିକ ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ବଢ଼ିଲା…

ନୂଆଦିଲ୍ଲୀ,୨୨।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨...

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଦୋକାନରୁ ୧୪ ବର୍ଷୀୟା ଝିଅଙ୍କ ଗଳିତ ମୃତଦେହ ମିଳିଛି। ଉକ୍ତ ନାବାଳିକାଙ୍କୁ ୯ ଦିନ ପୂର୍ବରୁ ଅପହରଣ କରାଯାଇଥିଲା।...

ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର...

ବାହା ହେବାକୁ ଆସି ବର ଖାଉଥିଲେ ଗୁଟ୍‌ଖା, ଦେଖିନେଲେ କନ୍ୟା; ଆଉ ତା’ପରେ…

ଲକ୍ଷ୍ନୌ,୯ା୬: ବିଭିନ୍ନ କାରଣରୁ ବରଙ୍କୁ କନ୍ୟା ବାହା ହେବାକୁ ମନା କରିଦେଇଥିବା ଘଟଣା ପୂର୍ବରୁ ଅନେକ ଥର ଶୁଣିଥିବେ। ମାତ୍ର ଏଥରକ କନ୍ୟା ବରକୁ ବାହା...

Advertisement
Archives

Model This Week