ମଧୁ ଆପ୍‌ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍‌କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍‌ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲାର ହାଇସ୍କୁଲ ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ପାଠ୍ୟ ବିଷୟ ଉପରେ ସ୍ବତନ୍ତ୍ର ପାଠ ପଢ଼ାକୁ ଭିଡିଓ ରେକଡିଂ କରାଯାଇ ପରେ ତାହାକୁ ମଧୁ ଆପ୍‌ରେ ଛଡ଼ାଯାଉଛି। ଯେକୌଣସି ପାଠ୍ୟ ବିଷୟରେ ପିଲାମାନେ ଏହି ମଧୁ ଆପ୍‌ ଜରିଆରେ ପାଠ ପଢ଼ିପାରୁଛନ୍ତି। ବିଶେଷକରି ଗଣିତ, ବିଜ୍ଞାନ ଓ ଇଂରାଜୀ ପାଠ୍ୟ ବିଷୟରେ ମୋବାଇଲ ଦ୍ୱାରା ଏହି ଆପ୍‌ରେ ପଢ଼ି ପିଲାମାନେ ବେଶ୍‌ ଉପକୃତ ହୋଇପାରୁଛନ୍ତି। ଏହି ଆପ୍‌ରୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଏବେ କରୋନା ନେଇ ଲକ୍‌ଡାଉନ ଯୋଗୁ ସ୍କୁଲ ବନ୍ଦ ରହିଛି। ତେଣୁ ଏହି ସମୟରେ ଉକ୍ତ ଆପ୍‌ର ଚାହିଦା ଅଧିକ ବଢିଯାଇଛିକ୍‌।
ମିଳିଥିବା ତଥ୍ୟ ଅନୁଯାୟୀ, ବର୍ତମାନ ସୁଦ୍ଧା ୨ ଲକ୍ଷ ୪ ହଜାର ସ୍କୁଲ ପିଲା ମୋବାଇଲରେ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିସାରିଲେଣି। ଅପରପକ୍ଷରେ ୧ ଲକ୍ଷ ୧ ହଜାର ସ୍କୁଲ ପିଲା ଆକ୍ଟିଭ ଅଛନ୍ତି ଏବଂ ଏହି ଆପ୍‌ ଜରିଆରେ ପାଠ ପଢୁଛନ୍ତି। ଲକ୍‌ଡାଉନ ସମୟରେ ଦୈନିକ ୭୦ ହଜାର ସ୍କୁଲ ପିଲା ଏହି ଆପ୍‌କୁ ପାଠ ପଢ଼ା ପାଇଁ ବ୍ୟବହାର କରୁଛନ୍ତି। ଶନିବାର ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସୁଥିଲା ମୃତ କୁମ୍ଭୀର, ବାହ୍ୟ ଅଂଶରେ ନାହିଁ କୌଣସି ଆଘାତ ଚିହ୍ନ, ଉଦ୍ଧାର ପରେ…

ମାର୍ଶାଘାଇ,୨୬ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ନିକଟରେ ଲୁଣାନଦୀରୁ ଏକ ମୃତ କୁମ୍ଭୀର ଜବତ କରାଯାଇଛି। ରବିବାର…

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ: ନିର୍ଜନ ଦ୍ୱୀପରେ ଆଶ୍ରୟ ନେଇଛନ୍ତି ୨୦ରୁ ଅଧିକ କଙ୍କଡ଼ା ଧରାଳି, ପହଞ୍ଚିନି ସଚେତନତା ବାର୍ତ୍ତା

ମହାକାଳପଡ଼ା,୨୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ସୂଚନା ଅନୁଯାୟୀ,…

ରାହୁଲ ଗାନ୍ଧୀଙ୍କ ମାମଲାର ରାୟ ଆସିବାକୁ ଲାଗିଲା ୮ ବର୍ଷ, ଜାଣନ୍ତୁ କ’ଣ ନିଷ୍ପତ୍ତି ନେଲେ କୋର୍ଟ

ନୂଆଦିଲ୍ଲୀ, ୨୬।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ୮ ବର୍ଷ ପୁରୁଣା ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି। ସୋମବାର, ଅକ୍ଟୋବର…

କମାଲ କଲେ ବୈଭବଙ୍କ ଭାଇ ଆଶୀର୍ବାଦ, ଚୌକା-ଛକା ବର୍ଷା କରି ଦଳକୁ ଦେଲେ ରୋମାଞ୍ଚକ ବିଜୟ

ନୂଆଦିଲ୍ଲୀ, ୨୬।୧୦: ବୈଭବ ସୂର୍ଯ୍ୟବଂଶୀ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚରେ ସେ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ତାଙ୍କ ଭାଇ…

ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ଅଘଟଣ: କାରକେଡ ପଛରେ ଗାଡ଼ି ଧକ୍କା, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ, ୨୬।୧୦: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେୱରେ କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ ପଛରେ ଯାଉଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ…

ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

ଭୁବନେଶ୍ୱର,୨୬।୧୦: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା…

ଓଜନ କମାଇବ ଫ୍ରୁଟ୍‌ ଜୁସ୍‌

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ଭରି ରହିଛି। ଏହା ଶରୀରକୁ…

ଡ୍ରିପ୍ରେସନ୍‌ରୁ ହୋଇପାରେ ହାର୍ଟ ଆଟାକ୍‌

ଡିପ୍ରେସନ ବା ଅବସାଦ ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଅତ୍ୟଧିକ କାମ ଚାପ, ପାରିପାର୍ଶ୍ୱିକ ପରିସ୍ଥତି ଆଦି ଏଥିପାଇଁ କେତେକାଂଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?