ମଧୁମେହରେ କିଡ୍‌ନୀ ସମସ୍ୟା

”ଡାଇବେଟିସ୍‌(ମଧୁମେହ) ରୋଗୀଙ୍କ କିଡ୍‌ନୀ
ଆକ୍ରାନ୍ତ ହେଲେ ସର୍ବପ୍ରଥମେ ପରିସ୍ରାରେ ଅଧିକ ମାତ୍ରାରେ ଆଲ୍‌ବୁମିନ୍‌ ନାମକ ଏକ ପ୍ରୋଟିନ ନିଷ୍କାସିତ ହୋଇଥାଏ। ତେଣୁ ପ୍ରତ୍ୟେକ ଡାଇବେଟିସ ରୋଗୀଙ୍କ ବର୍ଷକୁ ଥରେ ପରିସ୍ରାରେ ଆଲ୍‌ବୁମିନ୍‌ ପରୀକ୍ଷା କରିବା
ଉଚିତ। ରାତିରେ ବାରମ୍ବାର ପରିସ୍ରା
ଯିବା ସହ ରକ୍ତଚାପରେ ବୃଦ୍ଧି ଘଟିଥାଏ।“

ବର୍ତ୍ତମାନ ସମଗ୍ର ପୃଥିବୀ ତଥା ଭାରତବର୍ଷରେ ମଧୁମେହ ସମସ୍ୟା ବ୍ୟାପକ ରୂପେ ବଢ଼ି ଚାଲିଛି। ପାଶ୍ଚାତ୍ୟ ଦେଶ ତୁଳନାରେ ଏସିଆ ମହାଦେଶ ତଥା ଭାରତବର୍ଷର ଲୋକେ ଏହି ଜୀବନଶୈଳୀ ଅବ୍ୟବସ୍ଥା ଜନିତ ସମସ୍ୟାରେ ଅଧିକ ପରିମାଣରେ ତଥା ଏକ ଦଶନ୍ଧି ପୂର୍ବରୁ ଆକ୍ରାନ୍ତ ହୋଇଥାନ୍ତି। ତା’ଛଡ଼ା ମଧୁମେହ ଜନିତ କିଛିଟା ଜଟିଳ ଅବସ୍ଥା ଯଥା ହୃଦୟ ଏବଂ କିଡ୍‌ନୀ ସମସ୍ୟା ଅଧିକ ପରିମାଣରେ ଦେଖାଯାଏ। ମଧୁମେହ ହେଉଛି କିଡ୍‌ନୀ ସମସ୍ୟାର ଏକ ମୁଖ୍ୟ କାରଣ। ୨୦ ରୁ ୩୦ ଶତକଡ଼ା ମଧୁମେହ ରୋଗୀ କିଛି ନା କିଛି ପ୍ରକାର କିଡ୍‌ନୀ ସମସ୍ୟାରେ ପୀଡ଼ିତ ହୋଇଥାନ୍ତି। ଏଥିରେ କିଡ୍‌ନୀର କ୍ଷୁଦ୍ର ରକ୍ତ ଶିରା ପ୍ରଶିରା ପ୍ରଭାବିତ ହୋଇଥାଏ। ତେଣୁ ରକ୍ତରେ ଅବସ୍ଥିତ ଅଦରକାରୀ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇପାରି ନ ଥାଏ। ଶରୀରରେ ଲବଣ ତଥା ପାଣି ଅତ୍ୟଧିକ ପରିମାଣରେ ଜମିଯାଇଥିବା ଯୋଗୁ ଓଜନ ବୃଦ୍ଧି ସହ ପାଦଫୁଲା ଦେଖାଦେଇଥାଏ। ଏହାଛଡ଼ା କିଛିଟା କ୍ଷୁଦ୍ର ପରିସ୍ରାନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ପରିସ୍ରା ଜରିଆରେ ଅଧିକ ପରିମାଣରେ ପ୍ରୋଟିନ୍‌ ଅଥବା ପୁଷ୍ଟିସାର ନିଷ୍କାସିତ ହୋଇଥାଏ। ଏହା ଶରୀରକୁ ଅଧିକ ଫୁଲାଇ ଦେଇଥାଏ। ରକ୍ତରେ ଅପଚୟକାରୀ ପଦାର୍ଥ ବହୁତ ମାତ୍ରାରେ ଜମିଯାଇଥାଏ। ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ସାଧାରଣତଃ ଦେଖାଯାଉଥିବା କିଛିଟା ପାର୍ଶ୍ୱ ଅବ୍ୟବସ୍ଥା ଯଥା ଉଚ୍ଚ ରକ୍ତଚାପ, ମେଦବହୁଳତା ଏବଂ କୋଲେଷ୍ଟରଲ ସମସ୍ୟା କିଡ୍‌ନୀ ପ୍ରତି ଆହୁରି କ୍ଷତିକାରକ ହୋଇଥାଏ।
ଡାଇବେଟିସ୍‌ ରୋଗୀଙ୍କ କିଡ୍‌ନୀ ଆକ୍ରାନ୍ତ ହେଲେ ସର୍ବପ୍ରଥମେ ପରିସ୍ରାରେ ଅଧିକ ମାତ୍ରାରେ ଆଲ୍‌ବୁମିନ୍‌ ନାମକ ଏକ ପ୍ରୋଟିନ୍‌ ନିଷ୍କାସିତ ହୋଇଥାଏ। ତେଣୁ ପ୍ରତ୍ୟେକ ଡାଇବେଟିସ ରୋଗୀ ବର୍ଷକୁ ଥରେ ପରିସ୍ରାରେ ଆଲ୍‌ବୁମିନ୍‌ ପରୀକ୍ଷା କରିବା ଉଚିତ। ରାତିରେ ବାରମ୍ବାର ପରିସ୍ରା ଯିବା ସହ ରକ୍ତଚାପରେ ବୃଦ୍ଧି ଘଟିଥାଏ। କିଡ୍‌ନୀର କାର୍ଯ୍ୟକଳାପ ଆହୁରି ବାଧାପ୍ରାପ୍ତ ହେଲେ ରକ୍ତରେ ବ୍ଲଡ ୟୁରିଆ ନାଇଟ୍ରୋଜେନ୍‌ ଏବଂ କ୍ରିଆଟିନିନ୍‌ ସ୍ତର ବୃଦ୍ଧି ଘଟିଥାଏ। କିଡ୍‌ନୀ ଆକ୍ରାନ୍ତ ହେଲେ କିଛିଟା ଲକ୍ଷଣ ଯଥା ବାନ୍ତି, ଓକାର ଭାବ, ମୁଣ୍ଡବ୍ୟଥା, ଭୋକ କ୍ଷୟ, ଆଳସ୍ୟତା, କ୍ଳାନ୍ତପଣ, ମାଂସପେଶୀରେ ଯନ୍ତ୍ରଣା, ନିଦ୍ରା ତଥା ମାନସିକ ଏକାଗ୍ରତାରେ ହ୍ରାସ, ରକ୍ତହୀନତା ଆଦି ଦେଖାଦେଇଥାଏ। ବାରମ୍ବାର ରକ୍ତ ଶର୍କରା ହ୍ରାସ ହେବା ସହ ଡାଇବେଟିସ୍‌ରେ ବ୍ୟବହାର ହେଉଥିବା ବଟିକାର ଆବଶ୍ୟକତା କମିଯାଇଥାଏ। କିଡ୍‌ନୀ ସମସ୍ୟାର ଶେଷ ଅବସ୍ଥାରେ ଅତ୍ୟଧିକ କୁଣ୍ଡିଆ, ଶୁଷ୍କ ତ୍ୱଚା ବା ଚର୍ମ ଏବଂ ନିଦ୍ରାଳୁ ହେବା ଦେଖାଯାଏ। ଏହିସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
ଚିକିତ୍ସାଠାରୁ ନିବାରଣ ହିଁ ଅଧିକତର ଭଲ। ତେଣୁ ପ୍ରତ୍ୟେକ ଡାଇବେଟିସ ରୋଗୀ ବର୍ଷକୁ ଥରେ ରକ୍ତ, ପରିସ୍ରା ଆଦି ପରୀକ୍ଷା କରିବା ଦରକାର। ପ୍ରାରମ୍ଭିକ ଅବସ୍ଥାରେ କିଡ୍‌ନୀ ସମସ୍ୟା ଜାଣିବାକୁ ହେଲେ ଗ୍ଲୋମେରୁଲାର ଫିଲ୍‌ଟ୍ରେସନ୍‌ ରେଟ ଏବଂ ୟୁରିନ ମାଇକ୍ରାଲ କରିବା ଉଚିତ। କିଡ୍‌ନୀ ସମସ୍ୟା ନିରୂପିତ ହେବା ପରେ ଏହାର ମଧୁମେହ ଛଡ଼ା କିଛି ଅନ୍ୟ କାରଣ ଅଛି କି ଜାଣିବା ପାଇଁ ଅନ୍ୟ କେତୋଟି ପରୀକ୍ଷା କରାଯାଇଥାଏ। କିଡ୍‌ନୀ ବାୟୋପ୍ସି ହେଉଛି ଏଭଳି ଏକ ପରୀକ୍ଷା ଯେଉଁଥିରେ ଏକ ଛୁଞ୍ଚତ୍ ଦ୍ୱାରା କିଡ୍‌ନୀର କିଛି ଅଳ୍ପ ମାତ୍ରାରେ କୋଷକୁ କାଢ଼ି ଅଣୁବୀକ୍ଷଣ ଯନ୍ତ୍ର ଜରିଆରେ ଅଧ୍ୟୟନ କରାଯାଇଥାଏ। ପେଟର ଅଲଟ୍ରାସାଉଣ୍ଡ ସହ ଡିଟିପିଏ ଏବଂ ଡିଏମ୍‌ଏସ୍‌ଏ ସ୍କାନ୍‌ ଦ୍ୱାରା କିଡ୍‌ନୀର ଗଠନ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧୀୟ ଅଧିକ ବିବରଣୀ ହାସଲ କରାଯାଇଥାଏ।
ଡାଇବେଟିସ ରୋଗୀଙ୍କ କିଡ୍‌ନୀ ଦୀର୍ଘକାଳୀନ ଭିତ୍ତିରେ ସୁଚାରୁ ରୂପେ କାମ କରିବାକୁ ହେଲେ କିଛିଟା ପଦକ୍ଷେପ ନେବାକୁ ପଡିଥାଏ।
ନିୟନ୍ତ୍ରଣ ତଥା ନିୟମିତ ବ୍ୟାୟାମ ଦ୍ୱାରା ଓଜନକ୍ଷୟ ତଥା ଠିକ୍‌ ଓଜନ ବଜାଇ ରଖିବା।
ନିୟନ୍ତ୍ରଣରେ ରହିବା ଦରକାର । ହାଇପେଗ୍ଲାଇସେମିଆ ଅଥବା ରକ୍ତଶର୍କରା ଅତ୍ୟଧିକ ହ୍ରାସ କରୁଥିବା କିଛିଟା ଡାଇବେଟିସ ବଟିବା ପରିହାର କରିବା ଉଚିତ। ଅଧୁନା ପ୍ରଚଳିତ ନୂଆ ଔଷଧ ଯଥା ଗ୍ଲିପ୍ଟିନ ଏବଂ ଗ୍ଲିଫ୍ଲୋଜିନ୍‌ ରକ୍ତ ଶର୍କରା ନିୟନ୍ତ୍ରଣ ସହ କିଡ୍‌ନୀ ପ୍ରତି କିଛି ଉପକାରିତା ସାବ୍ୟସ୍ତ କରିଛନ୍ତି। ଅଗ୍ରିମ ଅବସ୍ଥାରେ ଇନ୍‌ସୁଲିନ୍‌ ହିଁ ଏକମାତ୍ର ଔଷଧ ରୂପେ କାମ କରିଥାଏ।
ନିୟନ୍ତ୍ରଣ, ଏସିଇ ଏବଂ ଏଆର୍‌ବି ଆଦି ଔଷଧ ଏହି ଦିଗରେ ଅଧିକ ପସନ୍ଦଯୋଗ୍ୟ।
କୋଲେଷ୍ଟରଲ ନିୟନ୍ତ୍ରଣ କରିବା ପାଇଁ ଦୈନିକ ଷ୍ଟାଟିନ୍‌ ନାମକ ଏକ ଔଷଧ ଉପାଦେୟ।
କିଛି ସଂକ୍ରମଣ ଅଥବା ଇନ୍‌ଫେକସନ୍‌ ସମୟପୂର୍ବକ ଚିକିତ୍ସା।
ଗଠନ ସମ୍ବନ୍ଧୀୟ ଅସ୍ବାଭାବିକତା ତଥା ପଥର ଆଦିର ସଂଶୋଧନ।
ପ୍ରତି କ୍ଷତିକାରକ ଔଷଧ ଯଥା ପୀଡ଼ାନାଶକ, ଆଣ୍ଟିବାୟୋଟିକ୍‌ ଆଦିର ପରିହାର। ଡାକ୍ତରଙ୍କ ପରାମର୍ଶ ବିନା ଏହାର ବ୍ୟବହାର ଅତ୍ୟନ୍ତ କ୍ଷତିକାରକ।
ଜାତୀୟ ଖାଦ୍ୟ ବିଶେଷକରି ଆମିଷ ଖାଦ୍ୟର କିଛିଟା କଟକଣା।
ପରିମାଣରେ ପାଣି ପିଇବା ସହ ଧୂମପାନ ବା ମଦ୍ୟପାନ ବର୍ଜନ।
କିଡ୍‌ନୀ ସମସ୍ୟାର ଶେଷ ଅବସ୍ଥାରେ ଡାଏଲିସିସ୍‌ ଏବଂ ଏକ ସୁସ୍ଥ ବ୍ୟକ୍ତିଠାରୁ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ। ସମସ୍ତେ ଜାଣିବା ଦରକାର ଯେ କିଡ୍‌ନୀ ସମସ୍ୟାର କିଛି ପୂର୍ଣ୍ଣତଃ ଆରୋଗ୍ୟ ବିଧି ନାହିଁ। ଠିକ୍‌ ଚିକିତ୍ସା ସହ ରକ୍ତଶର୍କରା, ରକ୍ତଚାପ ଏବଂ କୋଲେଷ୍ଟରଲ ସ୍ତର ସାମାନ୍ୟ ଭାବେ ରଖିଲେ ଆହୁରି କଠୋର କିଡ୍‌ନୀ ସମସ୍ୟାରୁ ମୁକ୍ତି ମିଳିଥାଏ।

ଡା. ସୁନୀଲ କୁମାର କୋଟା

-ଏଣ୍ଡୋକ୍ରାଇନୋଲୋଜିଷ୍ଟ
ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକେୟାର କ୍ଲିନିକ୍‌, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri