Posted inଜାତୀୟ

ମଦ ହୋମ୍‌ ଡେଲିଭରି ପାଇଁ ବିଚାର କର

ନୂଆଦିଲ୍ଲୀ,୯ା୫(ପି.ଟି.): ଲକ୍‌ଡାଉନ୍‌ ଯୋଗୁ ମଦ ବିକ୍ରି ବନ୍ଦ ଥିବାବେଳେ ଗତ ୪ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସସର୍ତ୍ତ ଅନୁମତି ମିଳିଥିଲା। ଫଳରେ ୪୦ ଦିନ ଧରି ବିକ୍ରି ବନ୍ଦ ଥିବାରୁ ମଦ ଦୋକାନଗୁଡ଼ିକ ଆଗରେ ନାହିଁ ନ ଥିବା ଭିଡ଼ ଦେଖାଦେଇଛି। ସାମାଜିକ ଦୂରତ୍ୱ କଥାକୁ ଗ୍ରାହକମାନେ ଭୁଲିଯାଇଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଅନ୍‌ଲାଇନ୍‌ରେ ମଦ ବିକ୍ରି ତଥା ହୋମ୍‌ ଡେଲିଭରି ପାଇଁ ରାଜ୍ୟ ସରକାରମାନେ ବିଚାର କରନ୍ତୁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି।
ଗ୍ରାହକଙ୍କୁ ସିଧାସଳଖ ମଦ ବିକ୍ରି ଯୋଗୁ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ହେଉଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମେ’ ୧ ତାରିଖ ଗାଇଡ୍‌ଲାଇନ୍‌କୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଜଷ୍ଟିସ୍‌ ଅଶୋକ ଭୂଷଣ, ସଞ୍ଜୟ କିଷନ କୌଲ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପିଟିଶନର ଶୁଣାଣି କରିଥିଲେ। ଆବେଦନକାରୀ ଗୁରୁସ୍ବାମୀ ନଟରାଜଙ୍କ ପକ୍ଷରୁ ଆଇନଜୀବୀ ସାଇ ଦୀପକ ଖଣ୍ଡପୀଠଙ୍କୁ କହିଥିଲେ, ଲକ୍‌ଡାଉନ ସମୟରେ ଦୋକାନରେ ମଦ ବିକ୍ରି କରା ନ ଯାଇ ଏହାର ହୋମ୍‌ ଡେଲିଭରି କିମ୍ବା ଅନ୍‌ଲାଇନ୍‌ ବିକ୍ରି ଲାଗି ରାଜ୍ୟ ସରକାରମାନେ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଉ। ସେ କହିଥିଲେ ଦେଶରେ ୭୦ ହଜାର ମଦ ଦୋକାନ ରହିଛି। ଗତ ୪ ଦିନରେ ୫ କୋଟିରୁ ଅଧିକ ଲୋକ ମଦ କିଣିଲେଣି। ତେବେ ମଦ ଦୋକାନ ଆଗରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉ ନ ଥିବାରୁ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଏଭଳି ମଦ ବିକ୍ରି ହେଲେ ଦୀର୍ଘଦିନର ଲକ୍‌ଡାଉନ ଯୋଗୁ ଯେଉଁ ସୁଫଳ ମିଳିଥିଲା, ତାହା ବେକାର ହୋଇଯିବ ବୋଲି ଦୀପକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri