ମଦ ନିଶାରେ ସାଙ୍ଗଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ମଦ ନିଶାରେ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ। ନିଜ ଘରକୁ ଡାକି ମଦ ପିଆଇ ମୁଣ୍ଡକୁ ମଦ ବୋତଲରେ ପିଟି ଜୀବନ ନେଇଥିଲା। ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ସ୍କୁଟିରେ ଲଦି ଇନ୍‌ଫୋସିଟି ଥାନା ଅଧୀନ ପଟିଆ ବିଗ୍‌ବଜାର ପଛପଟେ ଫିଙ୍ଗିଦେଇଥିଲା। ପୋଲିସ ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ଭାବି ଅପମୃତ୍ୟୁ ମାମଲା ରୁଜୁ କରି ବସିପଡ଼ିିଥିଲା। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଯୁବକଙ୍କ ମୁଣ୍ଡକୁ ପିଟିି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଫଳରେ ପୋଲିସ ତଦନ୍ତ ପ୍ରକ୍ର୍ରିୟାକୁ ତ୍ୱରାନ୍ବିତ କରିଥିଲା। ଶୁକ୍ରବାର ଅଭିଯୁକ୍ତ ସାଙ୍ଗ ସମ୍ବଲପୁରର ସୁଶାନ୍ତ ନାଥ(୪୭)ଙ୍କୁ ପୋଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ମଦ ବୋତଲ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବିଜୟ ପରମାଣିକ ଶିଖରଚଣ୍ଡୀ ବସ୍ତିରେ ରହି ଘଣ୍ଟା ବେପାର କରନ୍ତି। ତାଙ୍କର ସୁଶାନ୍ତଙ୍କ ସହ ଭଲ ବନ୍ଧୁତା ଥିଲା। ସୁଶାନ୍ତଙ୍କର ପଟିଆ ଛକ ନିକଟରେ ଏକ ୩ ମହଲା କୋଠା ଅଛି। ଗତ ଫେବୃୟାରୀ ୨୯ ତାରିଖରେ ସୁଶାନ୍ତଙ୍କ ସ୍ତ୍ରୀ ଓ ପୁଅଙ୍କ ଅନୁପସ୍ଥିତିରେ ବିଜୟଙ୍କୁ ମଦ ପିଇବାକୁ ଡାକିଥିଲେ ସୁଶାନ୍ତ। ଉଭୟେ ମଦ ପିଇବା ପରେ ନିଶାଗ୍ରସ୍ତ ହୋଇଯାଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସୁଶାନ୍ତ ଉତ୍‌କ୍ଷିପ୍ତ ହୋଇ ଏକ ମଦ ବୋତଲରେ ବିଜୟଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ପରେ ତାଙ୍କ ମୁଣ୍ଡକୁ ଏକ କଠିନ ପଦାର୍ଥରେ ପିଟି ହତ୍ୟା କରିଥିଲେ। ପ୍ରମାଣ ଲୁଚାଇବା ପାଇଁ ବିଜୟଙ୍କ ସ୍କୁଟିରେ ମୃତଦେହ ଲଦି ପଟିଆ ବିଗ୍‌ବଜାର ପଛପଟେ ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରକ୍ତକୁ ପୋଛିବା ସହ ମଦ ବୋତଲକୁ ଗୋଟାଇ ଘର ପଛ ପଟେ ଫିଙ୍ଗି ଦେଇଥିଲେ। ମାର୍ଚ୍ଚ ୧ ତାରିଖ ସକାଳୁ କିଛି ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଏ ନେଇ ତଦନ୍ତ ଜାରି ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇ ଖୋଳତାଡ଼ କରିଥିଲା। ଉଭୟ ଘର ଲୋକଙ୍କୁ ପଚରାଉଚରା କରିବା ସହ ମାରୁତିଭିଲ୍ଲାରେ ଲାଗିଥିବା ଏକ ସିସିଟିଭି ଯାଞ୍ଚ କରିଥିଲା। ସେଥିରେ ମୃତଦେହକୁ ଏକ ସ୍କୁଟିରେ ଲଦି ସୁଶାନ୍ତ ନେଉଥିବା ଦୃଶ୍ୟ ରହିଥିଲା। ଏହାପରେ ପୋଲିସ ସୁଶାନ୍ତଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଛି। ମଦ ନିଶାରେ ଏହି ଘଟଣା ଘଟାଇଥିବା ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ? ପରମାଣୁ ଆଟାକ୍‌ ନେଇ ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ପୁଟିନ୍‌!

ମସ୍କୋ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ ନେଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଉପରେ ଏକ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri