ମଦ ଦୋକାନ ସ୍ଥାନାନ୍ତର ଦାବିରେ ପୁଣି ମହିଳାଙ୍କ ଧାରଣା

ବେଗୁନିଆପଡ଼ା,୬।୯(ଡି.ଏନ.ଏ.)-ବେଗୁନିଆପଡ଼ା ବଜାରରେ ଖୋଲିଥିବା ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତରଣ ଦାବିରେ ଶୁକ୍ରବାର ଦୋକାନ ଆଗରେ ମହିଳାମାନେ ପୁନର୍ବାର ଧାରଣା ଦେଇଛନ୍ତି। ଏହି ମଦ ଦୋକାନ ପଡ଼ୋଶୀରେ ଜଣେ ବ୍ୟକ୍ତିଙ୍କ ଘର ରହିଛି। ମଦ୍ୟପମାନେ ବେଳେ ବେଳେ ମଦ ଦୋକାନ ଜାଣି ନ ପାରି ଉକ୍ତ ବ୍ୟକ୍ତିଙ୍କ ଘରେ ଯାଇ ମଦ ମାଗୁଛନ୍ତିି। ମଦ ଦୋକାନଟି ବଜାର ମଧ୍ୟରେ ଥିବାରୁ ସାଧାରଣରେ ମଧ୍ୟ ବହୁ ଅସୁବିଧା ହେଉଛି। ଏହାର ପ୍ରତିବାଦରେ ୨୦୧୮ ଡିସେମ୍ବର ୨୫ରେ ଲୋକେ ରାସ୍ତାରୋକ କରିଥିଲେ। ପ୍ରଶାସନ ପକ୍ଷରୁ ଏହା ସ୍ଥାନାନ୍ତରଣ କରିବା ପର୍ଯ୍ୟନ୍ତ ଉକ୍ତ ଦୋକାନକୁ ବନ୍ଦ କରାଯାଇଥିଲା। ତହସିଲଦାରଙ୍କ ପତ୍ରସଂଖ୍ୟା ୧୯୫୦/୨୬ା୫ା୨୦୧୯କୁ ଅନୁଧ୍ୟାନ କରି ଗଞ୍ଜାମ ଜିଲାପାଳଙ୍କ ଚିଠି ନଂ . ୭୭୦/୨୬ା୩ା୨୦୧୯ରେ ଉକ୍ତ ଦୋକାନ ସ୍ଥାନାନ୍ତରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ଅଗଷ୍ଟ ୧୯ ତାରିଖରେ ଲାଇସେନ୍ସକୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ନବୀକରଣ କରି ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ଏଥିପାଇଁ ପୁଣି ସମ୍ପୃକ୍ତ ବ୍ୟକ୍ତି ଓ ମହିଳା ମାନେ ଗତ ୨୬ରେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଯଦି ଉକ୍ତ ଦୋକାନ ୭ ଦିନ ମଧ୍ୟରେ ବନ୍ଦ କିମ୍ବା ସ୍ଥାନାନ୍ତରିତ କରାନଯାଏ ତେବେ ପୁଣି ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ସେମାନେ କହିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଶୁକ୍ରବାର ସମ୍ପୃକ୍ତ ପରିବାର ସହ ବହୁ ମହିଳା ଧାରଣାରେ ବସିଥିଲେ। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଦିଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ରଶ୍ମି ରଞ୍ଜନ ବେହେରା ପହଞ୍ଚି ଲୋକମାନଙ୍କୁ ବୁଝାଶୁୁଝା କରିଥିଲେ। ଏକ ମାସ ମଧ୍ୟରେ ଦୋକାନ ସ୍ଥାନାନ୍ତରଣ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

୮ରୁ ଶୀତ ମହୋତ୍ସବ: ଯୋଗଦେବେ ଓଡିଶାର ସୁନାମଧନ୍ୟ କଳାକାର

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ରେ ଶୀତ ମହୋତ୍ସବର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା...

ମୁକୁଳା ପଡ଼ିଛି ସୀମାନ୍ତ ଅଞ୍ଚଳ: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଧାନ ଓଡ଼ିଶାରେ

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକ୍‌ ଅଞ୍ଚଳରେ ବେଆଇନଭାବେ ଗଚ୍ଛିତ ଝାଡ଼ଖଣ୍ଡ ରାଜ୍ୟର ୧୧୦୦ ବସ୍ତା ଧାନକୁ ପ୍ରଶାସନ ଜବତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri