ମଦ କାରବାର ବନ୍ଦ ପ୍ରତିବାଦରେ ବିକ୍ଷୋଭ

ତାଳଚେର, ୧୨ା୬(ନି.ପ୍ର.): ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତରେ ବେଆଇନ ମଦ କାରବାର ବନ୍ଦ କରାଯିବା ଦାବିରେ ବୁଧବାର ପଞ୍ଚାବାସୀ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ପଞ୍ଚାୟତରେ ତାଳବେଡା, ବାଲୁଙ୍ଗା, ବନମାଳିପୁର, ବିଦ୍ୟାଧରପୁର, ଯଦୁନାଥପୁର, ମଦନମୋହନପୁର, ବାଲୁଙ୍ଗା ହଟିଙ୍ଗ ଆଦି ଅଞ୍ଚଳରେ କିଛି ଅସାମାଜିକ ଲୋକ ବେଆଇନ ଭାବେ ଘରେ ମଦ ରଖି ବିକ୍ରି କରୁଛନ୍ତି। ବୟସ୍କ ଲୋକଙ୍କଠାରୁ ଆମମ୍ଭ କରି ଯୁବକ ଓ ଛୋଟ ପିଲାମାନେ ମଦପିଇ ବିଶୃଙ୍ଖଳିତ ହେଉଛନ୍ତି। ଏଥିଯୋଗୁ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଅନେକ ଲୋକଙ୍କ ମଦ୍ୟପାନ ଯୋଗୁ ମୃତ୍ୟୁ ଘଟିଥିଲେ ହେଁ ଅବକାରୀ ବିଭାଗ କି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ଏହି ବେଆଇନ ମଦ କାରବାରକୁ ବନ୍ଦ କରାଯିବାକୁ ସେମାନେ ପ୍ରଶାସନଠାରେ ଦାବି କରିଛନ୍ତି। ସରପଞ୍ଚ ଧରିତ୍ରୀ ମହାପାତ୍ର, ନାଏବ ସରପଞ୍ଚ ମୀନକେତନ ଖୁଣ୍ଟିଆଙ୍କ ନେତୃତ୍ୱରେ ମହିଳାମାନେ ଶୋଭଯାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରେ ସହକାରୀ ଜିଲାପାଳ ଗୌରୀ ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ବୁଧବାର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ କରାଯିବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ...

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଆଉ ଏକ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଭୁବନେଶ୍ୱରରେ ଆଉ ଏକ କୋଭିଡ୍‌ ହସ୍ପିଟାଲ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଚନ୍ଦ୍ରଶେଖରପୁର ସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଏହି ବ୍ୟବସ୍ଥା ହୋଇଛି। ଏହି ହସ୍ପିଟାଲରେ ୧୫୦...

ସଂକ୍ରମଣକୁ ତାଳ ଦେଇ ବଢ଼ିଚାଲିଛି କୋଭିଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌; ଆଜି ଆଉ ୭ ଅଞ୍ଚଳ…

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ। ଏଥିସହ ତାଳ ଦେଇ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍‌ । ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନରେ ରବିବାର ଆଉ...

ବାଲେଶ୍ୱରରେ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ଚିହ୍ନଟ: ଆରମ୍ଭ ହେଲା ସ୍ବତନ୍ତ୍ର ନମୁନା ପରୀକ୍ଷା ଶିବିର, ବିଶୁଦ୍ଧୀକରଣ

ସଜନାଗଡ଼, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଞ୍ଚଳରେ ସୋମବାର ଏକ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ...

ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ଲାଗି ଜମି ସର୍ଭେ

ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ...

ବିଏସ୍‌ସିଏଲ୍‌କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ)କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର-୨୦୨୦ ସମ୍ମାନ ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର...

ଶବଦାହ କରିବାକୁ ଯାଇ ପାଲଟିଗଲେ ଶବ

ରୂପସା, ୨୭।୩(ଡି.ଏନ.ଏ.):ଶବଦାହ କରିବାକୁ ଯାଇଥିବା ଜଣେ ଯୁବକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ରୂପସା ଥାନା...

ଦାରୁଦିଅଁଙ୍କ ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୭(ବ୍ୟୁରୋ): ପବିତ୍ର ରଥଯାତ୍ରା ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜର ଟୁଇଟର ପୃଷ୍ଠାରେ ଏକ...

Advertisement
Archives

Model This Week