Posted inଖେଳ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। ଏହି ବିଜୟ ସହ ଡାନିଲ ଜୋକୋଭିଚ୍‌ଙ୍କ ବିପକ୍ଷରେ ଗତ ଅଷ୍ଟ୍ରେଲିଆନ ଓପନ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଜୋକୋଭିଚ୍‌ଙ୍କ ବିପକ୍ଷରେ ୪ଟି ମ୍ୟାଚ୍‌ରୁ ଏହା ତାଙ୍କ ପ୍ରଥମ ବିଜୟ ଥିଲା। ଇଣ୍ଡିଆନ୍‌ ଓ୍ବେଲ୍ସ, ମିଆମି ଓପନ୍‌ ପରି ଜୋକୋଭିଚ୍‌ ପୁଣିଥରେ ପ୍ରଭାବୀ ପ୍ରଦର୍ଶନ କରିବାରେ ଫେଲ୍‌ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌କୁ ସାମୟିକ ସ୍ଥିର ରଖାଯାଇପାରେ

ନୂଆଦିଲ୍ଲୀ, ୨୬ା୩ (ପି.ଟି.): କରୋନା ଭାଇରସ୍‌ ବ୍ୟାପିବା ଆଶଙ୍କା ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଫଳ ସ୍ବରୂପ ବିଶ୍ୱ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବର୍ତ୍ତମାନ...

୪ ପରିବର୍ତ୍ତନ ସହ ଓହ୍ଲାଇଲା ଭାରତ

ଧର୍ମଶାଳା,୨୭।୨: ଏଠାରେ ଖେଳାଯିବାକୁ ଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ...

୩ ଖେଳାଳିଙ୍କ ଉପରୁ ହଟିଲା ବାସନ୍ଦାଦେଶ

କଲମ୍ବୋ,୭।୧: ଦନୁଷ୍କା ଗୁଣଥିଲକା, କୁସଳ ମେଣ୍ଡିସ ଓ ନିରୋଶାନ ଡିକଓ୍ବେଲାଙ୍କୁ ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ଲାଗି ବାସନ୍ଦ କରାଯାଇଥିଲା। ଏହି ୩...

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ...

ଓସିଏ ଆନ୍ତଃଜିଲା ଟି୨୦ : ସ୍ବସ୍ତିକ, ରାଜେଶ, ରାକେଶଙ୍କ ଶତକ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ...

ରାଞ୍ଚି ରେ ଧୋନୀଙ୍କ ଅଭ୍ୟାସ

ନୂଆଦିଲ୍ଲୀ, ୮।୮-ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସେପ୍ଟେମ୍ବରରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣ ଜନିତ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି...

ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଭାରତୀୟ ହକି ଦଳ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- ଆଗାମୀ ନଭେମ୍ବର ୧ ଓ ୨ ତାରିଖରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଉଭୟ ଭାରତୀୟ...

Advertisement
Archives

Model This Week