ମଟନ ପାଇଁ ଆସି ଔଷଧ ନେବା ଆଳ

ଖୋର୍ଦ୍ଧା ଅଫିସ,୧୮ା୪: ଲକଡାଉନ ବେଳେ ମାସ୍କ ନ ପିନ୍ଧିଲେ ଓ ବିନା କାରଣରେ ବାଇକରେ ବୁଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ କେତେଜଣ ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଥିବା ନଜରକୁ ଆସିଛି। ଅନେକ ବ୍ୟକ୍ତି ପୋଲିସ ଓ ପ୍ରଶାସନ ଆଖିରେ ଧୂଳି ଦେଇ ହାତରେ ପୁରୁଣା ଔଷଧ ଚିଠା ଧରି ବଜାରରେ ବୁଲୁଛନ୍ତି। ଶୁକ୍ରବାର ଖୋର୍ଦ୍ଧା ସହରର ପୋଷ୍ଟ ଅଫିସ ଛକ ନିକଟରେ ଯାଞ୍ଚ ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ଏକ ପୁରୁଣା ପ୍ରେସ୍‌କିପ୍‌ଶନ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଅଟାଇଥିଲେ। ନିଜକୁ ଜଣେ ରୋଗୀ ଏବଂ ଔଷଧ କିଣିବା ଲାଗି ଆସିଥିବା ସେ କହିଥିଲେ। ତେବେ ପୋଲିସ ସମ୍ପୃକ୍ତ ପ୍ରେସ୍‌କିପ୍‌ଶନ ଯାଞ୍ଚ କରିବାରୁ ତାଙ୍କ ମିଛ ଧରାପଡ଼ିଯାଇଥିଲା। ମଟନ କିଣିବା ଲାଗି ବଜାରକୁ ଆସିଥିବା ସେ ସ୍ବୀକାର କରିଥିଲେ। ପୋଲିସ ଭୟରେ ଏକ ପୁରୁଣା ପ୍ରେସ୍‌କିପ୍‌ଶନ ଧରି ବୁଲୁଥିବା କହିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ ପ୍ରତିଦିନ ଶତାଧିକ ଯୁବକ ମେଡିସିନ୍‌ କିଣିବା ତଥା ମେଡିକାଲ ଯିବା ବାହାନାରେ ବୁଲୁଛନ୍ତି ବୋଲି ଖୋର୍ଦ୍ଧା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍‌

ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍‌ ଚଳାଚଳ କଲେ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କଲେ ଚମ୍ପୁଆ ଡାକ୍ତର

ଚମ୍ପୁଆ, ୨।୫(ଡି.ଏନ.ଏ.)- କରୋନା ମହାମାରୀର ମୁକାବିଲାପାଇଁ ରାଜ୍ୟସରକାର ବହୁବିଧି ପଦକ୍ଷେପ ନେଇଥିବାରୁ ଦେଶରେ ଓଡିଶାର ସମ୍ମାନ ବୃଦ୍ଧି କରିଥିବା ବେଳେ କରୋନା ଯୋଦ୍ଧା ଭାବରେ ସେବା...

ଅନୁଗୋଳରେ ଆଉ ୨ କରୋନା ପଜିଟିଭ

ଅନୁଗୋଳ ଅଫିସ, ୨୧।୫- ଅନୁଗୋଳରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ଅନୁଗୋଳରେ କରୋନା ପଜିଟିଭ ସଂଖ୍ୟା...

ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୪।୮- ବାରିପଦା ପୌର ପରିଷଦର କଚେରି ବଜାର ପରିସରରେ ଦୋକାନ ଘର ଲାଗି ଜାଗା ଓ ଲାଇସେନ୍ସ ପ୍ରଦାନରେ ଅନିୟମିତା ହେବା ଘଟଣା ପଦାକୁ...

ବାଲେଶ୍ୱରରୁ ୬ଜଣ କରିବେ ପ୍ଲାଜମା ଦାନ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରୁ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ୬ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଶୁକ୍ରବାର କଟକରେ ପାନ୍ଥନିବାସରେ ପହଞ୍ଚତ୍ଛନ୍ତି।...

ଭେଣ୍ଟିଲେଟର ପାଇଁ ୧ ଟଙ୍କା

ବରଗଡ଼ ଅଫିସ୍‌,୭।୫: ବରଗଡ଼ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦୦ ଭେଣ୍ଟିଲେଟର ସମେତ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କରିଛନ୍ତି ।...

ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା...

ଫାସ୍‌ଟାଗ୍‌ ଲାଗୁ ହେଲେ ମଧ୍ୟରାତ୍ରରୁ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୫।୨: ସୋମବାର ମଧ୍ୟରାତିରୁ ସମସ୍ତ ଟୋଲପ୍ଲାଜା (ଟୋଲଗେଟ୍‌)ରେ ଫାସ୍‌ଟାଗ୍‌ ଲଗୁ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନ୍‌ଏଚ୍‌ଆଇ) ନିଷ୍ପତ୍ତି ନେଇଛି । ତେବେ...

Advertisement
Archives

Model This Week