ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ଅନୁଭୂତି: ଫାର୍ମାସିଷ୍ଟଙ୍କ ସୂଚନାରୁ ଧରାପଡ଼ିଲେ ହତ୍ୟା ଅଭିଯୁକ୍ତ

ରାଜ୍ୟରେ ଅନେକ ଅପରାଧ ଘଟୁଛି। କେତେକ ମାମଲାର ତଦନ୍ତରେ ପୋଲିସ ସଫଳ ହେଉଥିବାବେଳେ ଆଉ କେତେକରେ ବିଫଳ ହେଉଛି। ଜଣେ ଥାନା ଅଧିକାରୀଙ୍କ ଚାକିରି କାଳର ଅନୁଭୂତି ମଧ୍ୟରେ ଏଭଳି କିଛି ମାମଲା ରହିଛି, ଯାହା ତାଙ୍କ ପାଇଁ ସ୍ମରଣୀୟ। ସେଭଳି ଏକ ମାମଲା ବିଷୟରେ କହିଛନ୍ତି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ରନାଥ ସେଠୀ। ସେ ଚୌଦ୍ୱାର ଥାନାରେ ଥିବାବେଳେ ଏକ ହତ୍ୟାକାଣ୍ଡ ଚହଳ ପକାଇଥିଲା। ଅଭିଯୁକ୍ତଙ୍କୁ ଧରିବା ଚ୍ୟାଲେଞ୍ଜ ଥିଲା। ଏ କ୍ଷେତ୍ରରେ ପୋଲିସ କିଭଳି ସଫଳତାର ସହ ଆଗକୁ ବଢ଼ି ଅଭିଯୁକ୍ତଙ୍କୁ ଧରିପାରିଥିଲା ତାହା ବର୍ଣ୍ଣନା କରିଛନ୍ତି ଥାନା ଅଧିକାରୀ ସେଠୀ।

ଚୌଦ୍ୱାର ଥାନା ଅଧୀନ ନୂଆପାଟଣାରେ ରାସ୍ତା କାମ ହେଉଥାଏ। ଏଥିପାଇଁ ରାସ୍ତାକଡ଼ରେ ବାଲି ଗଦା ହୋଇଥାଏ। ୨୦୧୮ ଡିସେମ୍ବର ୩୧ ସକାଳେ ଶ୍ରମିକମାନେ ବାଲି କାଢୁଥିବାବେଳେ ମିଳିଥିଲା ଏକ ଅର୍ଦ୍ଧଦଗ୍ଧ ମୃତଦେହ। କାନରେ କାନଫୁଲ ଲାଗିଥିବାରୁ ମୃତକ ଜଣକ ମହିଳା ବୋଲି ଜଣାପଡିଥିଲା। କିନ୍ତୁ ମୁହଁ ପୋଡ଼ିଯାଇଥିବାରୁ ତାଙ୍କର ପରିଚୟ ପାଇବା କଷ୍ଟକର ହୋଇପଡ଼ିଥିଲା। ପରିଚୟ ଜାଣିବା ପାଇଁ ଏକାଧିକ ଥାନାରେ ନିଖୋଜ ମାମଲା ଖୋଜାଯାଇଥିଲା। ଏପରି କି କଟକର ଏକାଧିକ ନର୍ସିଂହୋମକୁ ପୋଡାଜନିତ କେସ୍‌ ଖୋଜାଯାଇଥିଲା। କିନ୍ତୁ କୌଣସି ପରିଚୟ ମିଳି ନ ଥିଲା। ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ପରେ ପୋଲିସ ନିଜ ଆଡୁ କେସ୍‌ ନଂ-୯/୧୯ରେ କରି ଆଇପିସି ଦଫା ୩୦୨ ଓ ୨୦୧ ଅନୁଯାୟୀ ତଦନ୍ତ ଆଗକୁ ବଢ଼ିଥିଲା। ପୋଲିସ କଟକର ବିଭିନ୍ନ ହସ୍ପିଟାଲ ଯାଇ ମୃତକଙ୍କ ବିଷୟରେ ପଚରାଉଚରା କରିବା ସମୟରେ ଜଣେ ଫାର୍ମାସିଷ୍ଟଙ୍କ କଥାରୁ ଏକ ବଡ଼ ସୁରାକ ମିଳିିଥିଲା। ଉକ୍ତ ଫାର୍ମାସିଷ୍ଟ ଜଣକ କହିଥିଲେ ଯେ, ସେ ଡିସେମ୍ବର ୩୦ ତାରିଖ ରାତିରେ ବାଦାମବାଡ଼ିରେ ଚା ପିଉଥିବାବେଳେ ଜଣେ ବ୍ୟକ୍ତି ବ୍ୟସ୍ତହୋଇ ମେଡିକାଲ ବାବଦରେ ଜରୁରୀ ଥିବା କହି ଦୋକାନୀଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ମାଗି ନେବା ସମୟରେ ଉକ୍ତ ବ୍ୟକ୍ତିଙ୍କ ହାତ ଓ ନାକରେ ପୋଡ଼ାଚିହ୍ନ ରହିଥିଲା। ଏହି କଥାକୁ ଆଧାର କରି ପୋଲିସ ଚା ଦୋକାନୀଙ୍କୁ ପଚରାଉଚରା କରିିବା ସହ ତାଙ୍କଠାରୁ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଓ ମୋବାଇଲ ଫୋନ ନମ୍ବର ସଂଗ୍ରହ କରିଥିଲା। ସେହି ଫୋନ ନମ୍ବରର କଲ୍‌ ଡିଟେଲ ରେକର୍ଡ(ସିଡିଆର) ଯାଞ୍ଚ କରାଯିବା ପରେ ଜଣାପଡିଲା ଯେ, ମୃତଦେହ ମିଳିବାର ପୂର୍ବ ରାତି (୩୦ ଡିସେମ୍ବର) ଓ ସେହିଦିନ ୧୧ଟାରେ ଉକ୍ତ ନମ୍ବର ଥିବା ଫୋନ ଘଟଣାସ୍ଥଳ(ମୃତଦେହ ମିଳିବା ସ୍ଥାନ)ରେ ଥିଲା। ଅନ୍ୟ କୌଣସି ଦିନ ଘଟଣାସ୍ଥଳ ଓ ଆଖପାଖକୁ ଉକ୍ତ ଫୋନ ଯାଇ ନ ଥିବାରୁ ସେହି ବ୍ୟକ୍ତିଙ୍କ ଉପରେ ସନ୍ଦେହ ବଢ଼ିଥିଲା। ଏହାପରେ ଏକ ଟିମ୍‌ ଉକ୍ତ ବ୍ୟକ୍ତିଙ୍କୁ ପାରାଦୀପର ଏକ ମଦଦୋକାନ ଆଗରୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ସେ ସବୁ କଥା ମାନିନେଇଥିଲେ।
ଅଭିଯୁକ୍ତ ଜଣକ ହେଲେ ଜଣେ କଣ୍ଟ୍ରାକ୍ଟର ଗୋବିନ୍ଦ(ଛଦ୍ମନାମ)। ସ୍ତ୍ରୀ ଓ ଦୁଇ ପୁଅ ଥିଲେ ମଧ୍ୟ ଗୋବିନ୍ଦ କଟକ କଲ୍ୟାଣୀନଗର ଅଞ୍ଚଳର ମାନସିକ ବିକାରଗ୍ରସ୍ତ ଭଉଣୀଙ୍କ ସହ ରହୁଥିଲେ। ବାଲେଶ୍ୱରର ଜଣେ ଯୁବତୀ ପରିଚାରିକା ଭାବେ ତାଙ୍କ ଘରେ କାମ କରୁଥିବାବେଳେ ତାଙ୍କ ସହ ଗୋବିନ୍ଦଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ସୁନା ଗହଣା ଚୋରି କରିଥିବା ନେଇ ଯୁବତୀଙ୍କ ସହ ତାଙ୍କର ୨୦୧୮ ଡିସେମ୍ବର ୨୭ରେ ବଚସା ହୋଇଥିଲା। ଗୋବିନ୍ଦ ଉତ୍‌କ୍ଷିପ୍ତ ହୋଇ ଏକ ବାଡ଼ିରେ ଯୁବତୀଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ସେ ସେଠାରେ ଟଳିପଡ଼ିବା ପରେ ତାଙ୍କୁ ବାଥରୁମ୍‌କୁ ନେଇ ଦେହରେ ପେଟ୍ରୋଲ ଢାଳି ପୋଡ଼ିଦେଇଥିଲେ। ପୋଡ଼ିବା ସମୟରେ ଗୋବିନ୍ଦ ମୋବାଇଲ ଫୋନରେ ଫଟୋ ଉଠାଇଥିଲେ, ଯାହା ପୋଲିସ ପାଇଁ ଉପଯୁକ୍ତ ପ୍ରମାଣ ହୋଇପାରିଥିଲା। ମୃତଦେହ ମିଳିବା ପୂର୍ବ ରାତିରେ ଗୋବିନ୍ଦ ଭୁବନେଶ୍ୱରରେ ଡିପ୍ଲୋମା କରୁଥିବା ତାଙ୍କ ନାବାଳକ ସାନପୁଅଙ୍କୁ ଡକାଇଥିଲେ। ଉଭୟେ ଏକ କାରରେ ମୃତଦେହ ପୂରାଇ ନୂଆପାଟଣାରେ ରାସ୍ତାକାମ ପାଇଁ ଥିବା ବାଲିଗଦାରେ ପୋତିଦେଇ ଆସିଥିଲେ। ଏପରି କି ମୃତଦେହ ଦେଖିବା ପାଇଁ ଗୋବିନ୍ଦ ଓ ତାଙ୍କ ପୁଅ ପରଦିନ ସେହି ସ୍ଥାନକୁ ଯାଇଥିଲେ। ଏହି ମାମଲାରେ ପୋଲିସ ଗୋବିନ୍ଦଙ୍କ ନାବାଳକ ପୁଅଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରିବା ପରେ ବାଳସୁଧାର ଗୃହକୁ ପଠାଯାଇଥିଲା।

– ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

‘ପଠାନ୍‌’କୁ ବିରୋଧ, ଚିରିଲେ ପୋଷ୍ଟର

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବହୁ ବାଦବିବାଦ ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ‘ପଠାନ୍‌’ ବୁଧବାର ମୁକ୍ତିଲାଭ କରିଛି। ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗ...

ଅପରାହ୍ନରେ ବସିବ କୋଭିଡ୍‌ ସମୀକ୍ଷା ବୈଠକ, ନିଆଯାଇପାରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ତେବେ କୋଭିଡ୍‌କୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ...

ଦାନା ଚିନ୍ତାରେ ଦୁଗ୍ଧଚାଷୀ

ଛେଣ୍ଡିପଦା,୧୭।୬: ଉତ୍ପାଦିତ ଦୁଗ୍ଧ ନେଉଥିଲା ଓମଫେଡ୍‌। ପ୍ରତି ୧୦ ଦିନରେ ବ୍ୟାଙ୍କ ଖାତାକୁ ଆସୁଥିଲା ଅର୍ଥ। ତେଣୁ ଋଣ ଶୁଝିବା ଓ ଗାଈ ପାଇଁ ଦାନା କିଣିବାରେ...

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୮୩୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୩୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସୃଷ୍ଟି ହେଲା ଲଘୁଚାପ: ୨୧ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ୧୮ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ...

ସୁନାମୁଦି ବନ୍ଧକ ରଖି ମାଟ୍ରିକ ପଢ଼ାଇଥିଲେ ମା’

ମା’ ସୁନାମୁଦି ବନ୍ଧକ ରଖି ଯେଉଁ ଟଙ୍କା ଆଣିଥିଲେ, ସେଥିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଝିଅ ସ୍ବର୍ଣ୍ଣପ୍ରଭା। ସୁନାର ଧାତୁଟି ସିନା ଅନ୍ୟ...

ମଝିଆ ଭାଇକୁ ହତ୍ୟା କଲେ ଦୁଇ ଭାଇ

ରେଢ଼ାଖୋଲ,୩୦ା୪(ଡି.ଏନ୍‌.ଏ.): ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ସାନରେଙ୍ଗାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଦୁଇ ଭାଇ ମିଶି ମଝିଆ ଭାଇଙ୍କୁ ନିର୍ମମ...

ବଦଳିଲା କଟକ ମାଲଗୋଦାମ ଖୋଲିବା ସମୟ

କଟକ ଅଫିସ,୨ା୭: କଟକ ମାଲ ଗୋଦାମ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହୋଇଛି। ଏ ନେଇ କଟକ ବଣିକ ସଂଘ, ମାଲଗୋଦାମ କାର୍ଯ୍ୟାଳୟ...

Advertisement
Archives

Model This Week