ମଙ୍ଗଳ ଗ୍ରହରେ ଜୀବସତ୍ତା ସମ୍ଭବ

ମଙ୍ଗଳ ଗ୍ରହକୁ ନେଇ ବିଭିନ୍ନ ଦେଶରେ ମହାକାଶବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ସେଠାରେ ଲୁକ୍କାୟିତ ବିଭିନ୍ନ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ବେଶ କିଛି ବର୍ଷ ଧରି ନିଜର ପ୍ରୟାସ ଜାରି ରଖିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’। ଏହି ସଂସ୍ଥା ପକ୍ଷରୁ ମଙ୍ଗଳ ଗ୍ରହର ଜଳବାୟୁ ସମ୍ପର୍କିତ ନୂଆ ତଥ୍ୟ ଜାଣିବାକୁ ଖୁବ୍‌ ଶୀଘ୍ର ଏକ ଉପଗ୍ରହ ପ୍ରେରଣ କରାଯିବ ବୋଲି ସୂଚନା ଦିଆଯାଇଛି। ବିଶେଷଭାବରେ ସେଠାକାର ଜଳବାୟୁରେ ଜୀବସତ୍ତା ସମ୍ଭବ କି ନାହିଁ ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ମଙ୍ଗଳ ଗ୍ରହର ପରିବେଶ, ସେଠାରେ ପାଣି ଅଛି କି ନାହିଁ ଏବଂ ସେପରି ଅଞ୍ଚଳରେ ମଣିଷ ବସବାସ କରିପାରିବ କି ନାହିଁ ତା’ ଉପରେ ତର୍ଜମା କରାଯିବ। ନିକଟରେ ମଙ୍ଗଳ ଗ୍ରହରେ ‘ନାସା’ ଚାରୋଟି ବଡ ବଡ ପର୍ବତର ସନ୍ଧାନ ପାଇଛି। ଏହି ଗ୍ରହରେ ଜୀବସତ୍ତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ‘ନାସା’ର ମହାକାଶବିଜ୍ଞାନୀମାନେ। ତେବେ ଏପରି ପ୍ରଚେଷ୍ଟା କେତେ ଫଳପ୍ରସୂ ହେଉଛି ତାହା ଆଗକୁ ହିଁ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବା ସ୍ଥ୍ୟ ସୂ ଚ ନା : ଦାନ୍ତ ଏବଂ ମାଢ଼ିଜନିତ ସମସ୍ୟାରୁ କେମିତି ପାଇବେ ରକ୍ଷା

ଦାନ୍ତ ଏବଂ ମାଢ଼ିଜନିତ ରୋଗ ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷନ୍ତୁ। କେତେକେ ଏହି କାମକୁ ଚଟାପଟ ଶେଷ କରିଦେଇଥାଆନ୍ତି। ଅତିକମ୍‌ରେ ଦୁଇ...

କରୋନାରୁ ରକ୍ଷା ପାଇଁ ଘରୋଇ ଉପଚାର ବଢ଼ାଉଛି ବିପଦ!

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି।...

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମୌନ ବା କଥା ନ କହିି ନୀରବ ରହିବା ଦ୍ୱାରା  ଅନେକ ଉପକାର ମିଳିଥାଏ। ସପ୍ତାହରେ ୨ ଘଣ୍ଟା ଏପରି କଲେ ସ୍ମରଣ ଶକ୍ତି ବୃଦ୍ଧି...

ବେଡ୍‌ ଲାଇଟ୍‌ ବି ବଢ଼ାଏ ମହିଳାଙ୍କଠାରେ ମେଦବହୁଳତା…

କେତେକ ଶୋଇଲାବେଳେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି । ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। ତେବେ ବେଡ୍‌ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା...

କୋଲେଷ୍ଟରଲକୁ ନିୟନ୍ତ୍ରଣ କରିବ ଟମାଟୋ

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ଦେଖିବାକୁ ମିଳେ, ତେବେ ତାହା କେତେକ ରୋଗର କାରଣ ସାଜିଥାଏ।...

କାର୍ଯ୍ୟଦକ୍ଷତା ଓ ମାନସିକ ରୋଗ

ମାନସିକ ରୋଗ ଜଣେ ବ୍ୟକ୍ତିର କାର୍ଯ୍ୟଧାରାକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। କାରଣ ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ପ୍ରଭାବିତ ହୋଇଥାଏ। ସେ ଅଧିକାଂଶ ସମୟରେ...

ରାସ୍ତାରେ ପଡ଼ିଥିବା ଟଙ୍କା କେବେ ଉଠାଇଛନ୍ତି, ଜାଣନ୍ତୁ ଏହି ଗଭୀର ରହସ୍ୟ

ପାଖରେ ଯେତେ ଧନ ଥାଉନା କାହିଁକି, ଯଦି ରାସ୍ତାରୁ ଟଙ୍କାଟିଏ ମିଳିଯାଏ ତେବେ ମନ ବହୁତ ଖୁସି ହୋଇଯାଏ।ରାସ୍ତାରେ ଟଙ୍କା ପାଇବା ମଧ୍ୟ ଏକ ଗଭୀର...

ବିକାଶଶୀଳ ଦେଶରେ ଅଧିକ ହାର୍ଟ ରୋଗୀ

ହୃଦ୍‌ ଜନିତ ସମସ୍ୟା ଯୋଗୁ ୧୯୯୦ରେ ୧୨.୩ ନିୟୁତ ଏବଂ ୨୦୧୩ରେ ୧୭.୩ ନିୟୁତ ଲୋକଙ୍କର ଜୀବନ ଯାଇଛି । ୧୯୭୦ ପରେ ହାର୍ଟ ରୋଗୀଙ୍କ...

Advertisement
Archives

Model This Week