Posted inଜାତୀୟ

ଭୟ କମାଉଛି ବିଳମ୍ବିତ ନ୍ୟାୟ

ନୂଆଦିଲ୍ଲୀ,୪ା୧୨: ପରିସଂଖ୍ୟାନ କହେ ପ୍ରତି ୧୫ ମିନିଟରେ ଭାରତର କେଉଁଠି ନା କେଉଁଠି ଜଣେ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ୨୦୧୭ରେ ରୁଜୁ ହୋଇଥିବା ମୋଟ ୩୨,୫୫୯ ବଳାତ୍କାର ମାମଲା ମଧ୍ୟରୁ ୨୯୮ ଘଟଣା (୦.୯%) ଏପରି ରହିଛି, ଯେଉଁଠି ପୀଡ଼ିତା ଶିଶୁକନ୍ୟାଙ୍କ ବୟସ ୬ ବର୍ଷରୁ କମ୍‌। ସେହିପରି ୨.୪% ବଳାତ୍କୃତାଙ୍କ ବୟସ ୬ରୁ ୧୨ ବର୍ଷ। ୧୨-୧୬ ବର୍ଷର ଝିଅ ୧୧.୨%, ୧୬-୧୮ ବର୍ଷୀୟା ଯୁବତୀ ୧୫.୯%, ୩୦-୪୫ ବର୍ଷର ମହିଳା ୧୭.୫% ଯୌନ ବିକୃତିକୁ ସାମ୍ନା କରିଛନ୍ତି। ଅନୁରୂପ ଭାବେ ୧.୫% ପୀଡ଼ିତାଙ୍କ ବୟସ ୪୫ରୁ ୫୦ ବର୍ଷ ଭିତରେ ହୋଇଥିବାବେଳେ ୬୦ ବର୍ଷରୁ କମ୍‌ ବୟସର ୦.୪% ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଅର୍ଦ୍ଧାଧିକ ଅର୍ଥାତ୍‌ ୫୦.୨% ପୀଡ଼ିତାଙ୍କ ବୟସ ୧୮ରୁ ୩୦ ବର୍ଷ ଭିତରେ ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି।
କୁହାଯାଏ ବିଳମ୍ବିତ ନ୍ୟାୟ ହେଉଛି ବିଡ଼ମ୍ବିତ ନ୍ୟାୟ। ଅର୍ଥାତ୍‌ ବିଳମ୍ବରେ ନ୍ୟାୟ ମିଳିଲେ ତାହା ନ୍ୟାୟ ନ ମିଳିବା ସହ ସମାନ। ଅଭିଯୁକ୍ତଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇ ଦୋଷୀ ସାବ୍ୟସ୍ତ କରିଦେଲେ କାମ ସରିଯାଏ ନାହିଁ। ବଳାତ୍କାରୀଙ୍କୁ ଫାଶୀଖୁଣ୍ଟରେ ଝୁଲା ନ ଯିବା ଯାଏ ବର୍ବରତାର ଶିକାର ହୋଇଥିବା ନିରୀହ ପୀଡ଼ିତାଙ୍କ ଆମତ୍ାକୁ ଶାନ୍ତି ମିଳେ ନାହିଁ। ଅନ୍ୟପକ୍ଷେ ଥାନାରୁ ନେଇ ସୁପ୍ରିମକୋର୍ଟ ଯାଏ ପୀଡ଼ିତାଙ୍କ ପରିବାର ଧାଉଁଥିବାବେଳେ ଆଇନକୁ ବେଖାତିର ଯୌନ ବିକୃତ ମଣିଷ ଘଟାଇ ଚାଲିଥାଏ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ। ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ନିର୍ଭୟା କାଣ୍ଡ ଭିଆଇଥିବା ବଳାତ୍କାରୀମାନେ ଏବେ ବି ଜୀବିତ। ତିହାର ଜେଲରେ ଘାତକ ନ ଥିବାରୁ ସେମାନଙ୍କ ଆୟୁଷ ବଢ଼ି ବଢ଼ି ଚାଲିଛି। ସମ୍ଭବତଃ ଏହା ଏକ ଦୃଷ୍ଟାନ୍ତ ଭାବେ ଘୃଣ୍ୟ ମାନସିକତା ସମ୍ପନ୍ନ ପୁରୁଷଙ୍କୁ ପରୋକ୍ଷରେ କୁକାର୍ଯ୍ୟ କରିବା ପାଇଁ ପ୍ରେରିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ତ୍ୱରିତ ନ୍ୟାୟ ମର୍ଯ୍ୟାଦାର ସହ ଜୀବନ ବିତାଇବା ନିମନ୍ତେ କେବଳ ଏକ ଅଧିକାର ନୁହେଁ, ବରଂ ଏହାସହ ଆଇନର ଅବ୍ୟର୍ଥତା ମଧ୍ୟ। ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ରିପୋର୍ଟ ଉପସଂହାରରେ ଜଷ୍ଟିସ୍‌ ଜେ.ଏସ୍‌. ବର୍ମା କମିଟି ଏହା ଉଲ୍ଲେଖ କରିଥିଲେ। ଏହି ମାମଲା ଅଦ୍ୟାବଧି ଶେଷ ହୋଇନାହିଁ। ୨୦୧୨ ଦିଲ୍ଲୀ ଗଣବଳାତ୍କାର ପୀଡ଼ିତା ଓ ହାଇଦ୍ରାବାଦ ଗଣବଳାତ୍କାର ପୀଡ଼ିତାଙ୍କ ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଛି। ଉଭୟଙ୍କ ପେସା ଥିଲା ଡାକ୍ତରୀ। ନିର୍ଭୟା ପାରାମେଡିକାଲ ଛାତ୍ରୀ ହୋଇଥିବାବେଳେ ହାଇଦ୍ରାବାଦ ପୀଡ଼ିତା ଜଣେ ପ୍ରାଣୀ ଚିକିତ୍ସକ। ଉଭୟେ ଗଣବଳାତ୍କାରର ଶିକାର ହେବା ପରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ କାମାସକ୍ତ ବ୍ୟକ୍ତିଙ୍କ ଦ୍ୱାରା ପୋଡ଼ିହୋଇ ଜୀବନ ହାରିଥିଲେ। ତେଣୁ ଦୁଇଟିଯାକ ମାମଲାର ପରିଣାମ ସମାନ ନ ହୋଇ ହାଇଦ୍ରାବାଦ ପୀଡ଼ିତାଙ୍କ ବଳାତ୍କାରୀଙ୍କୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ସାଧାରଣରେ ଆକ୍ରୋଶ ଓ କ୍ଷୋଭ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri