Posted inଫୁରସତ

ଭ୍ରମଣରେ ଦେଶପ୍ରେମ

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଥାଏ। ତା’ସହିତ ଦେଶପ୍ରେମ ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ବି ଏଥିରେ ଦେଖିବାକୁ ମିଳିଥାଏ। ବିଶେଷକରି ଦିଲ୍ଲୀ ପରେଡ୍‌ର ଲୋକପ୍ରିୟତା ଏତେ ରହିଥାଏ ଯେ, ଯାହାକୁ ଦେଖିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ତେବେ କେବଳ ଦିଲ୍ଲୀ କାହିଁକି ଭାରତରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠାକୁ ଏହି ବିଶେଷ ଅବସରରେ ଆପଣ ବୁଲିଯାଇ ଦେଶପ୍ରେମରେ ନିଜକୁ ସାମିଲ କରିପାରିବେ…

ସାବରମତୀ ଆଶ୍ରମ: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତ ବା ଶିଷ୍ୟମାନଙ୍କୁ ଅହିଂସା ଏବଂ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଜଣେ କିପରି ନିଜର ବୁଦ୍ଧି ଖଟାଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବ, ସେ ବିଷୟରେ ବି ସେମାନଙ୍କୁ ପରାମର୍ଶ ଦେଉଥିଲେ। ବିଶେଷକରି ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ଫଳରେ ଅନେକ ଲୋକ ଏଥିରୁ ଉପକୃତ ହେଉଥିଲେ। ବର୍ତ୍ତମାନ ଏ ଇହ ଜଗତରେ ସିନା ସେ ଆଉ ନାହାନ୍ତି, ହେଲେ ତାଙ୍କ ଆଦର୍ଶ ଓ ଶିକ୍ଷା ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ହୋଇ ରହିଛି ଓ ରହିଥିବ। ଠିକ୍‌ ସେମିତି ଏହି ସାବରମତୀ ଆଶ୍ରମଟି ଗାନ୍ଧିଜୀଙ୍କର ଗୁଣଗାନ ବଖାଣୁଥିବ। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏହି ଆଶ୍ରମକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ।

ଚନ୍ଦ୍ରଶେଖର ଆଜାଦ୍‌ ପାର୍କ: ଚନ୍ଦ୍ରଶେଖର ଆଜାଦ୍‌ ପାର୍କ, ଯାହା ଆଲ୍‌ଫ୍ରେଡ୍‌ ପାର୍କ ନାମରେ ବି ପରିଚିତ। ଏହାକୁ ଆଲ୍ଲାହାବାଦ୍‌ସ୍ଥିତ ଏକ ବଡ଼ ଉଦ୍ୟାନ କହିଲେ ଭୁଲ୍‌ ହେବ ନାହିଁ। କୁହାଯାଏ, ୧୮୭୦ ମସିହାରେ ଏହି ପାର୍କଟି ପ୍ରିନ୍ସ ଆଲ୍‌ଫ୍ରେଡ୍‌ଙ୍କ ନାମରେ ପ୍ରଥମେ ଗଢି ଉଠିଥିଲା। କିନ୍ତୁ ଯେତେବେଳେ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଏହି ପାର୍କରେ ଦେହତ୍ୟାଗ କଲେ, କ୍ରମେ ଏହା ଲୋକମୁଖରେ ଚନ୍ଦ୍ରଶେଖର ଆଜାଦ୍‌ ପାର୍କ ଭାବେ ପରିଚିତ ହେବାକୁ ଲାଗିଲା। ତା’ସହିତ ପାର୍କ ମଧ୍ୟରେ ଥିବା ଯେଉଁ ଗଛ ମୂଳରେ ଆଜାଦ୍‌ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ, ସେଠାରେ ଏକ ସ୍ମୃତିସ୍ତମ୍ଭ ଗଢାଯିବା ସହିତ ଆଜାଦ୍‌ଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ପାର୍କ ମଧ୍ୟରେ ସ୍ଥାପିତ ହେଲା। ଏହାଛଡ଼ା ଏହି ପାର୍କରେ ରାଣୀ ଭିକ୍ଟୋରିଆଙ୍କୁ ଉତ୍ସର୍ଗୀକୃତ ଚୂନପଥରରେ ତିଆରି ଏକ ବଡ଼ ସିଂହାସନ ମଧ୍ୟ ଥିବାର ଦେଖିବାକୁ ମିଳିଥାଏ। ତେବେ ଉକ୍ତ ପାର୍କଟିର ସୌନ୍ଦର୍ଯ୍ୟ ଓ ଐତିହାସିକ ମହତ୍ତ୍ୱ କେବଳ ଭାରତୀୟ ପର୍ଯ୍ୟଟକଙ୍କୁ ନୁହେଁ, ବିଦେଶୀଙ୍କୁ ମଧ୍ୟ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷସାରା ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ଖାସ୍‌ କରି ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ତଥା ଶହୀଦ ଦିବସ ପରି ବିଶେଷ ଦିନମାନଙ୍କରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ଲାଲକିଲ୍ଲା: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ପରେଡ୍‌ ଦେଖିବା ସହ ଆପଣ ଚାହିଁଲେ ସ୍ଥାନୀୟ ଲାଲକିଲ୍ଲା ଆଡେ ବି ଟିକେ ବୁଲି ଯାଇପାରିବେ। ଏହା ହେଉଛି ଏକ ଐତିହାସିକ ଦୁର୍ଗ। ଏଠାକୁ ବୁଲିଗଲେ ଇତିହାସ ସମ୍ବନ୍ଧୀୟ ଅନେକ ତଥ୍ୟ ଜାଣିବାର ସୁଯୋଗ ମିଳିଥାଏ।

ନେତାଜୀ ଭବନ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିର ସନ୍ତକ ଭାବେ ଏହି ଭବନ ପରିଚିତ। ଏହା କୋଲକାତାରେ ଅବସ୍ଥିତ। ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲିଯିବାର ବି ପ୍ଲାନିଂ କରିପାରିବେ।

ଅଟାରି-ଓ୍ବାଘା ବର୍ଡର: ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଅଟାରି-ଓ୍ବାଘା ବର୍ଡର ଆଡେ ବି ଟିକେ ବୁଲି ଆସିପାରିବେ। ଏଠାକୁ ଗଲେ ଦେଶଭକ୍ତିର କିଛିଟା ନିଆରା ଅନୁଭୂତି ନିଶ୍ଚୟ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri