Posted inଫୁରସତ

ଭ୍ରମଣରେ ଦେଶପ୍ରେମ

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଥାଏ। ତା’ସହିତ ଦେଶପ୍ରେମ ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ବି ଏଥିରେ ଦେଖିବାକୁ ମିଳିଥାଏ। ବିଶେଷକରି ଦିଲ୍ଲୀ ପରେଡ୍‌ର ଲୋକପ୍ରିୟତା ଏତେ ରହିଥାଏ ଯେ, ଯାହାକୁ ଦେଖିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ତେବେ କେବଳ ଦିଲ୍ଲୀ କାହିଁକି ଭାରତରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠାକୁ ଏହି ବିଶେଷ ଅବସରରେ ଆପଣ ବୁଲିଯାଇ ଦେଶପ୍ରେମରେ ନିଜକୁ ସାମିଲ କରିପାରିବେ…

ସାବରମତୀ ଆଶ୍ରମ: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତ ବା ଶିଷ୍ୟମାନଙ୍କୁ ଅହିଂସା ଏବଂ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଜଣେ କିପରି ନିଜର ବୁଦ୍ଧି ଖଟାଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବ, ସେ ବିଷୟରେ ବି ସେମାନଙ୍କୁ ପରାମର୍ଶ ଦେଉଥିଲେ। ବିଶେଷକରି ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ଫଳରେ ଅନେକ ଲୋକ ଏଥିରୁ ଉପକୃତ ହେଉଥିଲେ। ବର୍ତ୍ତମାନ ଏ ଇହ ଜଗତରେ ସିନା ସେ ଆଉ ନାହାନ୍ତି, ହେଲେ ତାଙ୍କ ଆଦର୍ଶ ଓ ଶିକ୍ଷା ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ହୋଇ ରହିଛି ଓ ରହିଥିବ। ଠିକ୍‌ ସେମିତି ଏହି ସାବରମତୀ ଆଶ୍ରମଟି ଗାନ୍ଧିଜୀଙ୍କର ଗୁଣଗାନ ବଖାଣୁଥିବ। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏହି ଆଶ୍ରମକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ।

ଚନ୍ଦ୍ରଶେଖର ଆଜାଦ୍‌ ପାର୍କ: ଚନ୍ଦ୍ରଶେଖର ଆଜାଦ୍‌ ପାର୍କ, ଯାହା ଆଲ୍‌ଫ୍ରେଡ୍‌ ପାର୍କ ନାମରେ ବି ପରିଚିତ। ଏହାକୁ ଆଲ୍ଲାହାବାଦ୍‌ସ୍ଥିତ ଏକ ବଡ଼ ଉଦ୍ୟାନ କହିଲେ ଭୁଲ୍‌ ହେବ ନାହିଁ। କୁହାଯାଏ, ୧୮୭୦ ମସିହାରେ ଏହି ପାର୍କଟି ପ୍ରିନ୍ସ ଆଲ୍‌ଫ୍ରେଡ୍‌ଙ୍କ ନାମରେ ପ୍ରଥମେ ଗଢି ଉଠିଥିଲା। କିନ୍ତୁ ଯେତେବେଳେ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଏହି ପାର୍କରେ ଦେହତ୍ୟାଗ କଲେ, କ୍ରମେ ଏହା ଲୋକମୁଖରେ ଚନ୍ଦ୍ରଶେଖର ଆଜାଦ୍‌ ପାର୍କ ଭାବେ ପରିଚିତ ହେବାକୁ ଲାଗିଲା। ତା’ସହିତ ପାର୍କ ମଧ୍ୟରେ ଥିବା ଯେଉଁ ଗଛ ମୂଳରେ ଆଜାଦ୍‌ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ, ସେଠାରେ ଏକ ସ୍ମୃତିସ୍ତମ୍ଭ ଗଢାଯିବା ସହିତ ଆଜାଦ୍‌ଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ପାର୍କ ମଧ୍ୟରେ ସ୍ଥାପିତ ହେଲା। ଏହାଛଡ଼ା ଏହି ପାର୍କରେ ରାଣୀ ଭିକ୍ଟୋରିଆଙ୍କୁ ଉତ୍ସର୍ଗୀକୃତ ଚୂନପଥରରେ ତିଆରି ଏକ ବଡ଼ ସିଂହାସନ ମଧ୍ୟ ଥିବାର ଦେଖିବାକୁ ମିଳିଥାଏ। ତେବେ ଉକ୍ତ ପାର୍କଟିର ସୌନ୍ଦର୍ଯ୍ୟ ଓ ଐତିହାସିକ ମହତ୍ତ୍ୱ କେବଳ ଭାରତୀୟ ପର୍ଯ୍ୟଟକଙ୍କୁ ନୁହେଁ, ବିଦେଶୀଙ୍କୁ ମଧ୍ୟ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷସାରା ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ଖାସ୍‌ କରି ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ତଥା ଶହୀଦ ଦିବସ ପରି ବିଶେଷ ଦିନମାନଙ୍କରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ଲାଲକିଲ୍ଲା: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ପରେଡ୍‌ ଦେଖିବା ସହ ଆପଣ ଚାହିଁଲେ ସ୍ଥାନୀୟ ଲାଲକିଲ୍ଲା ଆଡେ ବି ଟିକେ ବୁଲି ଯାଇପାରିବେ। ଏହା ହେଉଛି ଏକ ଐତିହାସିକ ଦୁର୍ଗ। ଏଠାକୁ ବୁଲିଗଲେ ଇତିହାସ ସମ୍ବନ୍ଧୀୟ ଅନେକ ତଥ୍ୟ ଜାଣିବାର ସୁଯୋଗ ମିଳିଥାଏ।

ନେତାଜୀ ଭବନ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିର ସନ୍ତକ ଭାବେ ଏହି ଭବନ ପରିଚିତ। ଏହା କୋଲକାତାରେ ଅବସ୍ଥିତ। ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲିଯିବାର ବି ପ୍ଲାନିଂ କରିପାରିବେ।

ଅଟାରି-ଓ୍ବାଘା ବର୍ଡର: ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଅଟାରି-ଓ୍ବାଘା ବର୍ଡର ଆଡେ ବି ଟିକେ ବୁଲି ଆସିପାରିବେ। ଏଠାକୁ ଗଲେ ଦେଶଭକ୍ତିର କିଛିଟା ନିଆରା ଅନୁଭୂତି ନିଶ୍ଚୟ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଯୋଗିତାରେ ପ୍ରସ୍ତୁତ ହେଲା ୩୧୭୫ କିଲୋଗ୍ରାମ୍‌ ଦୁଗ୍ଧଜାତ ଖାଦ୍ୟ

ଓ୍ବାଶିଂଟନ,୫।୩ : ଆମେରିକାରେ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୨୬ଟି ଦେଶର ପ୍ରତିଯୋଗୀ ବିଭିନ୍ନ ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରିଛନ୍ତି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି

ଚଳିତବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ମାର୍ଟିନ୍‌ ଲିସିସ୍‌ଙ୍କୁ ଚୟନ କରାଯାଇଛି। ୩୫୦ କିଲୋ ଓଜନର ଜିନିଷ ଠାରୁ...

ଗୁଗଲ୍‌ ମ୍ୟାପ୍‌ରେ ଏହି ଘରକୁ ବହୁମାତ୍ରାରେ କରାଯାଉଛି ସର୍ଚ୍ଚ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେକ୍ସିକୋ ସିଟିରେ ‘ଆଭେନିଡା ଇଜଟୋକ୍ଲୋକ୍‌-୯’ ଠିକଣା ଥିବା ଘରକୁ ଆଜିକାଲି ଗୁଗଲ ମ୍ୟାପ୍‌ରେ ଖୁବ୍‌ ସର୍ଚ୍ଚ କରାଯାଉଛି। ଏହାର କାରଣ ହେଲା ଘରର କାନ୍ଥ ଏବଂ...

ଶାସଙ୍ଗ ଜଗନ୍ନାଥ ମନ୍ଦିର

ବାଲେଶ୍ୱର ସହରରୁ ନିମିକି ସଡ଼କରେ ଇଞ୍ଚୁଡ଼ି ଅଭିମୁଖେ ପ୍ରାୟ ୧୦ କି.ମି. ଦୂର ଗଲେ ପଡ଼େ ପାଗନଈ ଛକ। ଆଉ ଏହି ଛକରୁ ଡାହାଣ ପାର୍ଶ୍ୱ...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

ଶହେ ବର୍ଷର ବୃଦ୍ଧା ପାଳିଲେ ୨୫ତମ ଜନ୍ମଦିନ

ଓ୍ବାଶିଂଟନ,୧।୩: ଆମେରିକାର ଜଣେ ବୃଦ୍ଧା ଡୋରିସ୍‌ କ୍ଲିଫ୍‌ ଶହେ ବର୍ଷ ବୟସରେ ୨୫ ତମ ଜନ୍ମଦିନ ପାଳନ କରିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ।...

ଏମିତି ବଜାର ଯେଉଁଠି  ଯୁବତୀ ହୁଅନ୍ତି ବିକ୍ରି…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଥିବା ଏକ ବଜାରରେ ଯୁବତୀ ବିକ୍ରି ହୁଅନ୍ତି। ଧନୀ ଲୋକେ ଏଠାରେ...

Advertisement
Archives

Model This Week