ଭୋଗରାଇର ୭ ପଞ୍ଚାୟତ ସଟଡାଉନ

ଭୋଗରାଇ,୧୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୭ ପଞ୍ଚାୟତ ବାରବାଟିଆ, କୁମ୍ଭାରମୂଳୀ, ଭୋଗରାଇ, ସୁଲତାନପୁର, ନିମାତପୁର, ସୁନାଧରବସାଣ, ଜୟୀରାମପୁରକୁ ସ୍ଥାନୀୟ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗତ ରବିବାର ଭୋଗରାଇରୁ ଏକାବେଳେ ୧୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ଏହି ସମୟରେ ବିଭିନ୍ନ ଜନଗହଳି ସ୍ଥାନରେ ସାମାଜିକ ଦୂରତ୍ୱ କଡାକଡି କରାଯିବା କଥା। ହେଲେ ବିଭିନ୍ନ ହାଟବଜାର ଭିଡ଼ ଜମିବା ସହ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ଲୋକଙ୍କ ସୁରକ୍ଷା ନିମନ୍ତେ ୭ ପଞ୍ଚାୟତର ସରପଞ୍ଚମାନେ ଜିଲାପାଳ କ୍ଷମତା ପ୍ରୟୋଗ କରି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୬ ପଞ୍ଚାୟତରେ ସରପଞ୍ଚମାନେ ସୋମବାରଠାରୁ ସଟ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ମଙ୍ଗଳବାର କୁମ୍ଭାରମୂଳୀ ପଞ୍ଚାୟତର ସରପଞ୍ଚ ମଙ୍ଗଳବାର ରାତି ୮ରୁ ଶୁକ୍ରବାର ରାତି ୮ଟା ପର୍ଯ୍ୟନ୍ତ ୭୨ଘଣ୍ଟା ସଟ୍‌ଡାଉନ ଘୋଷଣା କରିଛନ୍ତି। ତେବେ କୁମ୍ଭାରମୂଳୀ ପଞ୍ଚାୟତ କରୋନା ସଂକ୍ରମଣମୁକ୍ତ ରହିଛି। ସରପଞ୍ଚ ସଟ୍‌ଡାଉନ ଘୋଷଣା ପରେ ଚୌକିହାଟ ଓ ଦୈନନ୍ଦିତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ହୋଇଯାଇଥିବାରୁ ଆଖପାଖ ଗାଁର ହଜାର ହଜାର ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଏତଦ୍‌ଭିନ୍ନ ଭୋଗରାଇର ୯ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଗ୍ନିଶମ ବିଭାଗ ସାନିଟାଇଜେଶନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ସାଧୁ ବେଶରେ ସଂସଦ ଆସିଲେ ପପ୍ପୁ ଯାଦବ, ଦାନ ଦେଲେ ଏମପି

ପାଟନା,୩୧।୭: ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri