ଭେଡେନ୍‌ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍‌ଆର୍‌ସି

କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ନ ଥିବାରୁ ଓଏଚ୍‌ଆର୍‌ସି ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ମାମଲା ରୁଜୁ କରିବାକୁ ବରଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୋଲିସ ମାନବିକ ଅଧିକାର ଉଲ୍ଲଂଘନ କରିଥିବା ଓଏଚ୍‌ଆର୍‌ସି ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ଦିଆ ନ ଯିବ ତାହାର ଜବାବ ରଖିବାକୁ ଓଏଚ୍‌ଆର୍‌ସି ବରଗଡ଼ ଏସ୍‌ପିଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଗତ ୨୦ରେ ଦେଇଥିବା ରିପୋର୍ଟକୁ କମିଶନ ଅଗ୍ରାହ୍ୟ କରିବା ସହ ନିୟମାନୁଯାୟୀ ପୋଲିସ କାର୍ଯ୍ୟ କରି ନ ଥିବାରୁ ପୀଡ଼ିତାମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଓଏଚ୍‌ଆର୍‌ସି କ୍ଷୋଭ ପ୍ରକାଶ କରିଛନ୍ତି।
କମିଶନଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରଜାକୋର୍ଟ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୦୧୬ ସେପ୍ଟେମ୍ବର ୨୩ରେ ଭେଡେନ୍‌ ଥାନାର କେତେଜଣ କର୍ମଚାରୀ ଘରୁ ପୋଲିସ ଭ୍ୟାନ୍‌ରେ ଉଠାଇ ନେଇଥିଲେ। ପରେ ସେମାନଙ୍କୁ ବଳାତ୍କାର କରାଯାଇଥିଲା। ଏହାପରେ ପୀଡ଼ିତାମାନଙ୍କୁ ପୋଲିସ ଗ୍ରାମବାସୀଙ୍କ ଜିମା ଦେଇଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବାବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇା।
ଏହା ଉପରେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଖସି ଆସିଥିବା ମହିଳା ଜଣଙ୍କ ଓଏଚ୍‌ଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳା ଜଣଙ୍କ ତାଙ୍କ ବଡ ଭାଇଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ୨୦୧୭ ମେ’ ୫ରେ ତାଙ୍କ ଭାଇ ବରଗଡ ଏସ୍‌ପିଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇବା ସହ ଅନ୍ୟ ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ବଦଳରେ ୨୦୧୭ ଜୁଲାଇ ୧୯ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ପୋଲିସ ଓ ଗଁା ଲୋକଙ୍କ ସମ୍ପୃକ୍ତି ରହିଥିବା ଆବେଦନକାରିଣୀ କମିଶନଙ୍କୁ ଜଣାଇଥିଲେ। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ସହାୟତାରେ ପୀଡିତାଙ୍କ ପରିବାର ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ନ୍ୟାୟିକ ସଂଗ୍ରାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ବର୍ଷୀୟ ଇରାକୀୟଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୬।୯(ବ୍ୟୁରୋ):ସମ୍‌ ଅଲ୍ଟିମେଟ୍‌ ମେଡିକେୟାର (ସମମ୍‌)ରେ ଜଣେ ୬୫ବର୍ଷୀୟ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ସେ ହେଲେ ଅବଦୁଲ ଖାଲେକ ଆବେଦ ଇମ୍ରାନ ଅଲ୍‌ କନନ୍‌।...

ମାନସିକ ବିକାରଗ୍ରସ୍ତ ଭଉଣୀଭାଇଙ୍କୁ ସହାୟତା

ଅନୁଗୋଳ ଅଫିସ, ୧୫।୫- ଅନୁଗୋଳ ପୌରପାଳିକା ୧୬ ନମ୍ବର ଓ୍ବାର୍ଡ  ସୌଭାଗ୍ୟନଗରର ମାନସିକ ବିକାରଗସ୍ତ ସରୋଜିନୀ ଓ ଭାଇ ପ୍ରଫୁଲ୍ଲ ବେହେରାଙ୍କୁ ଥଇଥାନ କରିବାକୁ ପ୍ରଶାସନ...

ଋଷିକୁଲ୍ୟା ନଦୀରେ ଭାସିଯାଉଥିବା ଯୁବକକୁ ଉଦ୍ଧାର କଲେ ଦମକଳବାହିନୀ 

 ପୁରୁଷୋତ୍ତମପୁର,୯/୮(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଗ୍ରାମରେ ସନ୍ତୋଷ ଦାସ ନାମକ ଜଣେ ଯୁବକ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଗୋଡଖସିଯାଇ...

୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡା,୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ୧୩୫ ଏକର ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ ସୋମବାର ପୋଲିସ କାଟି...

ଖଇରାର ଗୌରବ ଅବିନାଶ

ଖଇରା, ୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଗ୍ରାମର ଅବିନାଶ ଦଳେଇ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୧୭୧ନମ୍ବର ସ୍ଥାନରେ ରହି ଖଇରା...

୪୦ ଡିଗ୍ରୀ ଉପରେ ୬ ସହର

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ରାଜ୍ୟରେ ପାରଦ ଏବେ ପୁଣି ଉପରମୁହଁା ହେଲାଣି। ରବିବାର ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨ଡିଗ୍ରୀ...

ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟକାରୀ ହେବ ୫-ଟି

ଭୁବନେଶ୍ୱର,୬।୧୨ (ବ୍ୟୁରୋ): ସଂସଦୀୟ ବ୍ୟାପାର ବିଭାଗରେ ୫-ଟି କାର୍ଯ୍ୟକାରୀ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ୫-ଟି ଆଧାରରେ ବିଭାଗରେ କେତେକ ପଦକ୍ଷେପ ଗ୍ରହଣ...

ଗୋନାସିକା କେନ୍ଦୁଝର ମହୋତ୍ସବ ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ରାସ୍ତାଘାଟ

କେନ୍ଦୁଝର,୨୧।୧୨(ସ୍ବ.ପ୍ର./ଡି.ଏନ.ଏ.)-ଗୋନସିକା-କେନ୍ଦୁଝର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶୁକ୍ରବାର ସ୍ଥାନୀୟ କାଳୀ ପଡିଆଠାରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ...

Advertisement
Archives

Model This Week