ଭୁଶୁଡ଼ିଲା କାନ୍ଥ, ଶିଶୁପୁତ୍ର ମୃତ

ଦିଗପହଣ୍ଡି,୨୭।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ବଜ୍ରଗୁମ୍ମା ଗଁ।ଅନୁସୂଚିତ ଜାତି ସାହିରେ ଶନିବାର ଭୋରରୁ ଘର ଭୁଶୁଡି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। କାନ୍ଥତଳେ ଚାପି ହୋଇ ଅନ୍ୟ ୪ଜଣ ମଧ୍ୟ ଆହତ ହୋଇଛନ୍ତି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଚିକିତ୍ସା ଚାଲିଛି।
ଯେ, ସନ୍ତୋଷ କୁମାର ନାଇକ ଶୁକ୍ରବାର ରାତିରେ ଖାଇପିଇ ପରିବାର ସହ ତାଙ୍କ ନଡା ଛପର ଝାଟିମାଟି ଘରେ ଶୋଇଥିଲେ। ଲଗାଣ ବର୍ଷା ଯୋଗୁ ଭିଜି ରହିଥିବା ମାଟିକାନ୍ଥ ଶନିବାର ଭୋରରୁ ଭୁଶୁଡ଼ି ପଡିଥିଲା। ଏହାତଳେ ସନ୍ତୋଷଙ୍କ ସମେତ ସ୍ତ୍ରୀ ବନିତା, ମା’ ରାହାସ, କନ୍ୟା ପ୍ରିୟଙ୍କା, ୧୦ମାସର ପୁଅ ସନାତନ ଚାପି ହୋଇ ରହିଯାଇଥିଲେ। ଜୋରରେ ଶବ୍ଦ ହେବାରୁ ପାଖ ପଡୋଶୀ ଘଟଣା ସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ଭଙ୍ଗା ମାଟିକାନ୍ଥ ତଳୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁପୁତ୍ର ସନାତନଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବନିତା ଓ ରାହାସଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର ଭୋର ପ୍ରାୟ ସାଢେ ୫ଟାରେ ବଜ୍ରଗୁମ୍ମା ଗଁ।ରେ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ କେ.ନୂଆଗଁ। ଥାନାକୁ ଖବର କରିଥିଲେ। ପୋଲିସ ଶିଶୁପୁତ୍ରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି। ଏନେଇ କେ. ନୂଆଗାଁ ଥାନାରେ ନଂ.୧୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ଦୀର୍ଘଦିନ ହେଲା ଝାଟିମାଟି ଘରେ ଦୟନୀୟଭାବେ ସନ୍ତୋଷ ରହୁଥିଲେ ମଧ୍ୟ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନଥିଲା। ଏହା ସରକାରଙ୍କ ଆବାସ ଯୋଜନାର ବିଫଳତାକୁ ପଦାରେ ପକାଇଛି ବୋଲି ଗଞ୍ଜାମ ଜିଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ପଣ୍ଡା ଅଭିଯୋଗ କରିଛନ୍ତି। ଦଳୀୟ କୁଜି ନେତାଙ୍କ ଜରିଆରେ ପିସି ନ ଦେଲେ ଆବାସ ଯୋଜନା କାର୍ଯ୍ୟାଦେଶ ମିଳୁ ନ ଥିବା ସେ କହିଛନ୍ତି। ଏନେଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଭିଯୋଗ ଅମୂଳକ ବୋଲି କହିଛନ୍ତି।
ବିଡିଓଙ୍କୁ ପଚାରିବାରୁ, ବଜ୍ରଗୁମ୍ମା ଗ୍ରାମର ସ୍ବର୍ଗତ ଅନାଦି ନାଇକଙ୍କ ସ୍ତ୍ରୀ ରାହାସଙ୍କୁ ୨୦୧୫-୧୬ରେ ଇନ୍ଦିରା ଆବାସ କାର୍ଯ୍ୟାଦେଶ ଦିଆଯାଇଥିଲା। ସେ ପ୍ରଥମ କିସ୍ତି ୧୫ ହଜାର ଟଙ୍କା ମଧ୍ୟ ନେଇଥିଲେ। ମାତ୍ର ଅଦ୍ୟାବଧି ଘର କରିନାହାନ୍ତି। ସେହି କାର୍ଯ୍ୟାଦେଶ ଦ୍ୱାରା ଘର ନିର୍ମାଣ ପାଇଁ ପୁଣିଥରେ ଅର୍ଥ ମଞ୍ଜୁର କରାଯିବ। ସେପର୍ଯ୍ୟନ୍ତ ପରିବାର ଲୋକେ ଗଁ। କୋଠଘରେ ରହିବେ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri