ଭୁବନେଶ୍ୱର କରୋନା ହଟ୍‌ସ୍ପଟ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଏଥିପାଇଁ ୨୪/୭ କାମ କରୁଛନ୍ତି। ଇତିମଧ୍ୟରେ ଓଡ଼ିଶାରେ ୭,୫୭୭ଟି ନମୂନା ପରୀକ୍ଷଣ କରାଯାଇଛି। ୭ଟି ଲ୍ୟାବ୍‌ରେ ଏହି ପରୀକ୍ଷା କରାଯାଇଛି। ସେଥିରୁ ୬୦ଜଣ ପଜିଟିଭ୍‌ ବାହାରିଛନ୍ତି। ଚିକିତ୍ସା ପରେ ୧୯ଜଣ ସୁସ୍ଥ ହୋଇଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍‌ ମାମଲା ରହିଛି। ଏଥିରୁ ଭୁବନେଶ୍ୱର ହଟ୍‌ସ୍ପଟ୍‌ ବୋଲି ସ୍ପଷ୍ଟ ହୋଇଛି। ଏଥିଯୋଗୁ ସହରବାସୀଙ୍କୁ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଉଛି। ଲୋକମାନଙ୍କ ସହଯୋଗ ଯୋଗୁ ଏହି ସଂଖ୍ୟା ଦୁଇଦିନ ମଧ୍ୟରେ ବଢ଼ି ନ ଥିବା ଦେଖାଯାଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀକୁ ଶଟ୍‌ଡାଉନ୍‌ କରାଯାଇଥିଲା। ଏପରିକି କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ୨ଟିରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠାଇ ଦିଆଯାଇଥିବା ବେଳେ ୩ଟିରେ ବଳବତ୍ତର ରହିଛି। ସେଠାରେ ଘରକୁ ଘର ଯାଇ ସର୍ଭେ କରାଯାଉଥିବା ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବନ୍ଦ ମନ ଭାଙ୍ଗିଲା

ଢେଙ୍କାନାଳ ଅଫିସ, ୨।୧୧:  ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। କାର୍ତ୍ତିକ ସୋମବାରରେ ଶିବଦର୍ଶନ କଲେ ମହାଦେବଙ୍କ ଅପାର କରୁଣା ମିଳେ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛୀ ଜଣାଇଛନ୍ତି।...

ଆଜି ଭୁବନେଶ୍ୱରରୁ ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ସମାନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

ପାଟଣାର ୨୨ ନଂ ଜୋନ୍‌ରେ ବିଜେଡିର ବାଜିମାତ୍‌

ପାଟଣା,୨୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୨ ନମ୍ବର ଜୋନ୍‌ରେ ୩ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ...

ଆଲର୍ଟରେ ରାଜ୍ୟର ୧୮ ମେରାଇନ ଥାନା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀଙ୍କୁ ନେଇ ଚିନ୍ତା ବଢିଛି। ରାଜ୍ୟ ସରକାର ଆନ୍ତଃ ଜିଲା ଯାତାୟାତ ଉପରେ କଟକଣା...

ସକାଳ ୮ରୁ ୪ଟା ଯାଏ ଆସିବନି ପାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ...

କୋକିଢ଼ିହ-ଗାରୋଇ ରାସ୍ତାରେ ଫସିଲା ହାଇଓ୍ବା ୧୨ ଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ନାଉଗଁା,୧୫ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ସଦର ମହକୁମାରୁ କୋରୁଅ ପଞ୍ଚାୟତ ତେଲସରାକୁ ସଂଯୋଗୀକରଣ ପାଇଁ ନାଉଗଁା-ଗାରୋଇ ରାସ୍ତା ରହିଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଯାଉଛି।...

Advertisement
Archives

Model This Week