ଭୁବନେଶ୍ୱରର ପ୍ରତି ଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ

ଭୁବନେଶ୍ୱର, ୧୪ା୯(ବ୍ୟୁରୋ): ଭୁବନେଶ୍ୱରର ଘରେ ଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଯୋଜନାଟି ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଚିହ୍ନଟ କରିବାକୁ କରାଯାଇଥିବାବେଳେ ଏଥିରେ ଭୁବନେଶ୍ୱରରେ ବସବାସ କରୁଥିବା ଲୋକସଂଖ୍ୟାର ତଥ୍ୟ ମିଳିବ। ଏଥିସହ କେଉଁଟା ବ୍ୟବସାୟିକ ଅନୁଷ୍ଠାନ ଓ କେଉଁଟା ବାସଗୃହ ତାହାର ତଥ୍ୟ ରହିପାରିବ। ଏନେଇ ପୂର୍ବ ଯୋଜନା ଅନୁଯାୟୀ ବିଏମ୍‌ସି ନୂଆ ଟ୍ୟାକ୍ସ କଲେକ୍ଟର ନିୟୋଜିତ କରିବ। ତା’ସହ ଭୁବନେଶ୍ୱରରେ ଯେଉଁମାନେ ଘର ଖୋଜିବାରେ ସମସ୍ୟା ଅନୁଭବ କରୁଛନ୍ତି ସେମାନଙ୍କୁ ସହାୟତା ମିଳିବ। ସମସ୍ତ ଓ୍ବାର୍ଡରେ ନିୟୋଜିତ ଥିବା ଓ୍ବାର୍ଡ ଅଫିସରମାନେ ଏହାକୁ ତଦାରଖ କରିବେ। ଏହି ନୂତନ ବ୍ୟବସ୍ଥା ପାଇଁ ବିଏମ୍‌ସି ଗତ ୫ତାରିଖରୁ ଅନ୍‌ଲାଇନ୍‌ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ଟେଣ୍ଡର ପ୍ରକ୍ରିିୟା ସରିବା ପରେ ସମ୍ପୃକ୍ତ ସଂସ୍ଥା ଆସନ୍ତା ୬ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଓ୍ବାର୍ଡରେ ସର୍ଭେ କରି ବିଏମ୍‌ସିକୁ ରିପୋର୍ଟ ଦେବ। ତା’ପରେ ପ୍ରତ୍ୟେକ ଘରେ ଡିଜିଟାଲ ଠିକଣା ବୋର୍ଡ ଲଗାଯିବ ବୋଲି ବିଏମ୍‌ସି ଯୋଜନା ରଖିଛି।
ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ପୂର୍ବରୁ ଘର ସଂଖ୍ୟା ଅନୁଯାୟୀ ଖୋଜି ବାହାର କରିବା କାଠିକର ପାଠ ହେଉଥିଲା। ନୂଆ ଯୋଜନାରେ ପ୍ରତ୍ୟେକ ଘରକୁ ଏକ ଆଇଡି ନମ୍ବର ବା ପରିଚୟ ସଂଖ୍ୟା ଯୋଗାଇ ଦିଆଯିବ। ତାହା ଜିପିଏସ୍‌ ଆଧାରିତ ହୋଇଥିବାରୁ ପ୍ରତି ଘରର ଭୌଗୋଳିକ ଚିହ୍ନଟ ସହଜରେ ହୋଇପାରିବ। ଏପରି କି ଘର, ଘର ସମ୍ପର୍କିତ ତଥ୍ୟ ଓ ଘରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା, ବିମାନବନ୍ଦର, ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଓ ଲେନ୍‌ ବିବରଣୀ ଏହି ନୂଆ ବ୍ୟବସ୍ଥାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ସେହିପରି ଡିଜିଟାଲ ଠିକଣା ବୋର୍ଡ ଲାଗିଯିବା ପରେ କୌଣସି ଘରେ ରହୁଥିବା ବ୍ୟକ୍ତିଙ୍କ ବିବରଣୀ ସମେତ ବିଦ୍ୟୁତ୍‌ ସଂଯୋଗ, ପାଇପ ଜଳ ସଂଯୋଗ, ସମ୍ପତ୍ତି, ଟ୍ୟାକ୍ସ ଦେୟ ତଥ୍ୟ ମିଳିପାରିବ ଓ ଏସବୁ ସହଜରେ ପରିଚାଳନା କରାଯାଇପାରିବ। ଯେଉଁମାନେ ଜାଣତରେ ବିଏମ୍‌ସିକୁ ରାଜସ୍ବ ଫାଙ୍କୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri