ଭୁବନେଶ୍ୱରରେ ୩ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ଏବେ ଭୁବନେଶ୍ୱରର ୩ ଘରୋଇ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା ଜୟଦେବବିହାରସ୍ଥିତ ଜିଞ୍ଜର ହୋଟେଲ, ଶହୀଦନଗରର ଏମ୍ପାୟାର୍ସ ହୋଟେଲ ଓ କଳ୍ପନାସ୍ଥିତ କଳିଙ୍ଗ ଅଶୋକ ହୋଟେଲ। ଯେକୌଣସି ଲୋକ ନିଜକୁ କରୋନାଠାରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ସେମାନେ ଏଠାରେ ରହିପାରିବେ ବୋଲି ବୁଧବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନ ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର7ର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ହୋଟେଲ କ୍ୱାରାଣ୍ଟାଇନରେ ରହିବାକୁ ଚାହିଁବେ ସେମାନଙ୍କୁ ଦିନକୁ ୨୫ଶହ ଟଙ୍କା ସହ ନିର୍ଦ୍ଧାରିତ ଟ୍ୟାକ୍ସ ଦେବାକୁ ପଡ଼ିବ। କରୋନା ସଂକ୍ରମଣ ଏଡ଼ାଇବା ସହ ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୨୦୦୩ର ଧାରା ୫୮୩ରୁ ୫୯୯ ଅନୁଯାୟୀ ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଥିବା କମିଶନର ଚୌଧାରୀ କହିଛନ୍ତି।
ଉକ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସମସ୍ତ ସୁବିଧା ରହିଛି। ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସହ ଦୁଇଟି ପିଇବା ପାଣି ବୋତଲ ଦିଆଯିବ। ୧୪ ଦିନ ଯାଏ ବ୍ୟକ୍ତି ଜଣକ ଉକ୍ତ ହୋଟେଲର ସେହି ନିର୍ଦ୍ଦିଷ୍ଟ ରୁମ୍‌ରେ ରହିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ବ୍ୟକ୍ତି ଓ ହୋଟେଲ କର୍ତ୍ତୃପକ୍ଷ ପାଳନ କରିବେ। ଉକ୍ତ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଫୋନ୍‌ ମାଧ୍ୟମରେ ନିୟମିତ ଯୋଗାଯୋଗ କରାଯିବ ଓ ଆବଶ୍ୟକ ପଡ଼ିଲେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଯିବେ। ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ହୋଟେଲ କର୍ତ୍ତୃପକ୍ଷ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗକୁ ଦେବେ ବୋଲି କମିଶନର ଚୌଧାରୀ କହିଛନ୍ତି।
ତେବେ କ୍ୱାରାଣ୍ଟାଇନ୍‌ ଖୋଲିଥିବା ୩ଟି ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ସିଙ୍ଗଲ୍‌ ରୁମ୍‌ ସହ ଶୌଚାଳୟ ଥିବା ରୁମ୍‌ରେ ହିଁ କ୍ୱାରାଣ୍ଟାଇନ୍‌ ସୁବିଧା ଦେବା, କ’ଣ କରିହେବ ଓ କ’ଣ ନାହିଁ ସେନେଇ ହୋର୍ଡିଂ ଦ୍ୱାରା ସୂଚନା ଦେବା, ବ୍ଲିଚିଂ ଦ୍ୱାରା ସଫେଇ, ବ୍ୟବହୃତ କପଡ଼ା ଖରାରେ ଶୁଖାଇବା, ଓ୍ବାଶ୍‌ ବେଶିନ, ସୋଫା ଓ ଅନ୍ୟ ସାମଗ୍ରୀକୁ ନିୟମିତ ବ୍ଲିଚ୍‌ ଦ୍ୱାରା ସଫା କରିବା, ଦିନରେ ଝରକା ଖୋଲା ରଖିବା, ନଷ୍ଟ ହୋଇପାରୁଥିବା ପ୍ଲେଟ୍‌ରେ ଖାଇବାକୁ ଦେବା, ହାଉସ୍‌ କିପିଂ କର୍ମଚାରୀ ମାସ୍କ ପିନ୍ଧି ସଫେଇ କରିବା, ଡାକ୍ତର ଓ ଅନ୍ୟ ଅଧିକାରୀଙ୍କ ବ୍ୟତୀତ କୌଣସି ବନ୍ଧୁ ତାଙ୍କୁ ଦେଖା ନ କରିବା, ସିସିଟିଭିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ସହ କୌଣସି ସମସ୍ୟା ଥିଲେ ବିଏମ୍‌ସିକୁ ଅବଗତ କରାଇବାକୁ ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri