Posted inରାଜ୍ୟ

ଭୁବନେଶ୍ୱରରେ ହେବ ସାତକୋଶିଆ ମାନସମନ୍ଥନ ୧୫ରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ନିର୍ଦ୍ଧାରଣ

ବନ୍ତଳା,୧୧ା୭ : ଆସନ୍ତା ୧୫ ତାରିଖରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଭୁବନେଶ୍ୱରରେ ହେବ ମାନସମନ୍ଥନ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଥିବା ଏହି ବୈଠକରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଉପରେ ଆଲୋଚନା ହେବ। ବିଶେଷକରି ୨୦୧୮ ନଭେମ୍ବର ୬ରୁ ରାଇଗୁଡାସ୍ଥିତ ଏନକ୍ଲୋଜରରେ ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀକୁ ନେଇ ଏଥିରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସୁନ୍ଦରୀକୁ ପୁନର୍ବାର ଅଭୟାରଣ୍ୟରେ ଛଡାଯିବ କି ନନ୍ଦନକାନନରେ ରଖାଯିବ କିମ୍ବା ବାନ୍ଧବଗଡ଼କୁ ଫେରାଇ ଦିଆଯିବ ସେ ନେଇ ଉକ୍ତ ବୈଠକରେ କ’ଣ ନିଷ୍ପତ୍ତି ନିଆଯିବ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଦୀର୍ଘଦିନ ପରେ ବସୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ ରାଜ କରାଟେ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ), ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ), ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି), ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ), ବିଭାଗୀୟ ସଚିବ ଓ ସାତକୋଶିଆ ଡିଏଫଓ ଉପସ୍ଥିତ ରହିବେ। ତେବେ ଯାହା ସୂଚନା ମିଳିଛି, ସୁନ୍ଦରୀ ରହୁଥିବା ରାଇଗୁଡା ଏନକ୍ଲୋଜରକୁ ୫ ହେକ୍ଟରକୁ ସମ୍ପ୍ରସାରଣ କରାଯିବ। ଏଥିପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଏନ୍‌କ୍ଲୋଜର ମଧ୍ୟରେ ଏକ ଚିରସ୍ରୋତା ନାଳ, ପାହାଡ଼ ଖୋଲ ଆଦି ପ୍ରାକୃତିକ ପରିବେଶ ନିର୍ମାଣ କରାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭୟାରଣ୍ୟ ମଧ୍ୟରେ ପ୍ରାଣ ହରାଇବା ପୂର୍ବରୁ ମହାବଳ ମହାବୀର ଔରସରୁ ସାତକୋଶିଆର ପୁରୁଣା ବାଘୁଣୀ ଗର୍ଭବତୀ ଥିବା ୨୦୧୮ ନଭେମ୍ବରରେ ବନ ବିଭାଗ ସ୍ପଷ୍ଟ କରିଥିଲା। ଏବେ ସେହି ପୁରୁଣା ବାଘୁଣୀ ଖୋଲାଖୋଲି ବୁଲୁଥିଲେ ବି ଶାବକ ଜନ୍ମ ଦେଇଛି କି ନାହିଁ ସେ ସମ୍ପର୍କରେ କିଛି ସୂଚନା ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏ ବିଷୟରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, ବାଘୁଣୀ ସୁନ୍ଦରୀକୁ ନେଇ ଖୁବ୍‌ଶୀଘ୍ର ବୈଠକ ବସୁଛି। ସେଥିରେ ଯାହା ନିଷ୍ପତ୍ତି ହେବ ସେହି ଅନୁଯାୟୀ କାର୍ଯ୍ୟ କରାଯିବ। ସାତକୋଶିଆରେ ପୁନର୍ବାର ବାଘ ଛାଡିବା ସମ୍ପର୍କରେ ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ନିଷ୍ପତ୍ତି ନେବ। ଏନ୍‌କ୍ଲୋଜରରେ ଥିବା ସୁନ୍ଦରୀର ବ୍ୟାଘ୍ର ପ୍ରକୃତି ଯେପରି ପରିବର୍ତ୍ତନ ନ ହୋଇଯାଏ ସେଥିପାଇଁ ଅଧିକ ୪ ହେକ୍ଟର ଜାଗାକୁ ଏହାକୁ ସମ୍ପ୍ରସାରଣ କରାଯିବ। ସାତକୋଶିଆର ପୁରୁଣା ବାଘୁଣୀ ଗର୍ଭବତୀ ଥିବା ଆମ ପାଖରେ ଖବର ଥିଲା। କିନ୍ତୁ ଶାବକ ଜନ୍ମ ବିଷୟରେ କିଛି ସୂଚନା ନାହିଁ। ଏ ନେଇ ପ୍ରମାଣ ପାଇବା ପାଇଁ ବିଭିନ୍ନ ଜାଗାରେ ୨ଶହରୁ ଊଦ୍ଧର୍‌ବ କ୍ୟାମେରା ଲଗା ଯାଇଛି। ହେଲେ ଏଯାଏ କ୍ୟାମେରା ଟ୍ରାପରେ ଶାବକର ଫଟୋ ଆସୁନାହିଁ। ତେଣୁ ଆଉ ଅଧିକ ୪ ଶହ କ୍ୟାମେରା ଲଗାଯିବାର ଯୋଜନା ରହିଛି। ବାଘକୁ ନେଇ ବନବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଯେଉଁ ସମସ୍ୟା ଉପୁଜିଛି ତାହାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉଛି। ପ୍ରତି ଗ୍ରାମର ଅଧିବାସୀଙ୍କୁ ବିଭିନ୍ନ ରାଜ୍ୟରେ ଥିବା ବ୍ୟାଘ୍ର ପ୍ରକଳ୍ପ ପରିଦର୍ଶନରେ ନିଆଯିବା ସହିତ ପ୍ରକଳ୍ପରୁ ରୋଜଗାର ଓ ବାଘ-ମଣିଷର ସମ୍ପର୍କ ବିଷୟରେ ଅବଗତ କରାଯିବ। ଏଥିସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଦିନେଶ ଦେହୁରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri