ଭୁବନେଶ୍ୱରରେ ବଢ଼ିଚାଲିଛି ମୋଟର ଯାନ: କାର୍ଯ୍ୟକାରୀ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅନୁଯାୟୀ ୨୦୧୯ରେ ପଞ୍ଜୀକୃତ ଗାଡ଼ି ସଂଖ୍ୟା ହେଉଛି ୧୪ ଲକ୍ଷ, ଯାହା ସହରର ଜନସଂଖ୍ୟା(ପ୍ରାୟ ୧୦ ଲକ୍ଷ)ଠାରୁ ଯଥେଷ୍ଟ ଅଧିକ। ୮୦%ରୁ ଊର୍ଦ୍ଧ୍ୱ ଲୋକ ଗମନାଗମନ ପାଇଁ ନିଜସ୍ବ ଗାଡ଼ି ଉପରେ ନିର୍ଭର କରନ୍ତି ବୋଲି ଭୁବନେଶ୍ୱରର ପରିବହନ କ୍ଷେତ୍ରର ପରିସଂଖ୍ୟାନରୁ ଜଣାପଡ଼ିଛି। ଏଥିରୁ ପ୍ରଦୂଷଣ, ଦୁର୍ଘଟଣା, ଟ୍ରାଫିକ୍‌ ଜାମ୍‌ର ଭୟାବହତାକୁ ସହଜରେ ଅନୁମାନ କରାଯାଇପାରେ। ଆସନ୍ତା ୨୦ ବର୍ଷ ମଧ୍ୟରେ ସହର ଜନସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବା ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରକୁ ସୁସ୍ଥକର, ସୁନ୍ଦର ଓ ବସତିଯୋଗ୍ୟ କରିବା ପାଇଁ ଅତି ଯତ୍ନ ସହକାରେ ଗମନାଗମନ ଯୋଜନା ପ୍ରସ୍ତୁତ କରାଯିବା ଜରୁରୀ। ଏହାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ସହାୟତାରେ ସହରରେ କାର୍ଯ୍ୟକାରୀ କରିବାକୁ ଯାଉଛି ଲୋ କାର୍ବନ ମୋବିଲିଟି ପ୍ଲାନ(ଏଲ୍‌ସିଏମ୍‌ପି)। ଏଥିପାଇଁ ଜର୍ମାନୀର ଏକ ଡେଭଲପମେଣ୍ଟ ଏଜେନ୍ସି ‘ଜିଆଇଜେଡ୍‌’ସହ ୨୦ ବର୍ଷିଆ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। ଏଲ୍‌ସିଏମ୍‌ପି ସହରାଞ୍ଚଳ ପରିବହନ କ୍ଷେତ୍ରକୁ ବିକଶିତ, ଉନ୍ନତ କରିବା ସହ ଏହାକୁ ଯାଞ୍ଚ କରିବ।
ବିଡିଏର ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଏଲସିଏମ୍‌ପି ହେଉଛି ବିଡିଏ ଦ୍ୱାରା ଗ୍ରହଣ କରଯାଇଥିବା ଏକ ରଣକୌଶଳ। ଏଲସିଏମ୍‌ପି ସହରର ବିକାଶକୁ ମାର୍ଗ ଦର୍ଶାଇଥାଏ। ଏହାଦ୍ୱାରା ଅତ୍ୟଧିକ ସମୟ ଗମନାଗମନ ସତ୍ତ୍ୱେ ଶକ୍ତି ଖର୍ଚ୍ଚ ଓ ନିର୍ଗମନ କମ୍‌ ହୋଇଥାଏ। ନାଗରିକଙ୍କୁ ଏକ ସୁରକ୍ଷିତ ତଥା ଉତ୍ତମ ମାନର ସେବା ପ୍ରଦାନ କରିଥାଏ। ପରିବେଶ ଉପରେ କ୍ଷତିକାରକ ପ୍ରଭାବଗୁଡ଼ିକୁ କମ୍‌ କରିଥାଏ। ଏଲ୍‌ସିଏମ୍‌ପିର ସଫଳ ରୂପାୟନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ), କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ), ଭୁବନେଶ୍ୱର ଅର୍ବାନ ନଲେଜ ସେଣ୍ଟର (ବିୟୁକେସି) ଏବଂ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟ(ପିଡବ୍ଲ୍ୟୁଡି)ରୁ ପ୍ରତିନିଧିଙ୍କୁ ନେଇ ଏକ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି। ଏହାି ବିଡିଏ ଦ୍ୱାରା ପରିଚାଳିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri