ଭୁବନେଶ୍ୱରରେ ଖୋଲିବ ସୋସିଆଲ ମିଡିଆ ମନିଟରିଂ ସେଲ୍‌

ଭୁବନେଶ୍ୱର,୨୭-୧୧(ବ୍ୟୁରୋ)/କଟକ(ଅଫିସ):ବଢ଼ି ଚାଲିଥିବା ସାଇବର ଅପରାଧ ଏବେ ପୋଲିସର ଚିନ୍ତା ବଢ଼ାଇଛି। ତେଣୁ ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ସୋସିଆଲ ମିଡିଆ ମନିଂଟରିଂ ସେଲ୍‌ ଖୋଲିବାକୁ ଯାଉଛି। ସାରା ରାଜ୍ୟର ସୋସିଆଲ ମିଡିଆ ଉପରେ ଏହା ନଜର ରଖିବ। କୌଣସି ଗୁଜବ ଓ ଅନ୍ୟ ଆପରାଧିକ କାର୍ଯ୍ୟ ସୂଚନା ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଇବର ଅପରାଧ ରୋକିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି। ୨୦୨୦ ସୁଦ୍ଧା ରାଜ୍ୟର ଆଉ ଏକ ହଜାର କନ୍‌ଷ୍ଟେବଳ ଓ ସବ୍‌ ଇନ୍ସପେକ୍ଟରଙ୍କୁ ସାଇବର ଟ୍ରେନିଂ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ରେଞ୍ଜରେ ଏପର୍ଯ୍ୟନ୍ତ ୩୪୦ଜଣ କନ୍‌ଷ୍ଟେବଳ ଓ ଏସ୍‌ଆଇ ଦୁଇଟି ଫେଜ୍‌ରେ ଏହି ଟ୍ରେନିଂ ନେଇଛନ୍ତି। ବାଲେଶ୍ୱର, ବ୍ରହ୍ମପୁର, କୋରାପୁଟ, ସେଣ୍ଟ୍ରାଲ ରେଞ୍ଜ୍‌ କଟକ ଓ କମିଶନରେଟ ପୋଲିସରେ ମଧ୍ୟ ଡିସେମ୍ବର ସୁଦ୍ଧା ଟ୍ରେନିଂ ଦିଆଯିବ। ଦୁଇଜଣ ସାଇବର କନ୍‌ସଲଟାନ୍ସି ବିଭିନ୍ନ ଜିଲାରେ ଥିବା ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିପାରିବେ। ସେହିପରି ଅନ୍‌ଲାଇନ୍‌ରେ ଅଭିଯୋଗ ପାଇଁ ନ୍ୟାଶନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨୧୬ ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ଜିଲାର ଏସ୍‌ପିଙ୍କ ସହ ଆଲୋଚନା କରିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶରୀଙ୍କୁ ଦର୍ଶନ କଲେ ନଡ୍ଡା

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ରେ ଭବାନୀପାଟଣାରେ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶରୀଙ୍କ ଦର୍ଶନ...

ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି: ନବୀନ

ଭୁବନେଶ୍ୱର୧୬,ା୯(ବ୍ୟୁରୋ):ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ-୨୦୨୨ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁମ୍ବାଇରେ...

୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ଓଏଏସ୍‌ ଅଫିସର ଥିବା ବେଳେ ଜଣେ ଜିଲା...

ଜଣେ ମୃତ, ୨୭ ଅସୁସ୍ଥ

ସୋର, ୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିଛି। ବାନ୍ତି, ପେଟ ବ୍ୟଥା ସାଙ୍ଗକୁ...

ସୁରଟରେ ଖୋଲିବ ୧୨ ଓଡ଼ିଆ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୯।୮(ବ୍ୟୁରୋ) : ଗୁଜରାଟରେ ମୋଟ ୧୦ ଲକ୍ଷ ଓଡ଼ିଆ ବସବାସ କରୁଛନ୍ତି। ସେଥିରୁ ପ୍ରାୟ ୭ରୁ ୮ଲକ୍ଷ ଓଡିଆ ସୁରଟରେ ବାସକରନ୍ତି। ସେହି ଓଡିଆ ପରିବାରର...

୪୫ ଦିନ ହେଲାଣି ମଣ୍ଡିରୁ ଉଠୁନି ଧାନ: ମାଲକାନଗିରି-ବାଲିମେଳା ରାସ୍ତା ଅବରୋଧ କଲେ ଚାଷୀ

କୋରୁକୋଣ୍ଡା,୬।୨(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବାରମ୍ବାର ଚାଷୀ ମହଲରେ ଉତ୍ତେଜନା ଦେଖିବାକୁ ମିଳୁଛି। ବୁଧବାର ଜିଲାର ଗୋବିନ୍ଦପାଲିଠାରେ ମଣ୍ଡିରୁ ଧାନ ଉଠୁ ନ ଥିବା ହେତୁ ମାଲକାନଗିରି-ଜୟପୁର...

ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ କଳାହାଣ୍ଡିର ନୃତ୍ୟ ଦଳ

ଭବାନୀପାଟଣା,୧।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଭାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ଜାତୀୟ ପରେଡ୍‌ରେ ଯୋଗଦେବା ପାଇ ମନୋନୀତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଧ୍ୟାନାନନ୍ଦ ପଣ୍ଡା...

ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଆହୁରି କଡ଼ାକଡ଼ି ହେବ। ବର୍ତ୍ତମାନ ୧୦ଟି ଜିଲାରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କରାଯାଉଛି। ଏନେଇ...

Advertisement
Archives

Model This Week