ଭିନ୍ନ ମୋଡ ନେଲା ରାଜା ଧରଣୀଧର ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ମୃତ୍ୟୁ ଅଭିଯୋଗ

ବଣାଇ,୧୦।୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ରାଜା ଧରଣୀଧର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମୁରଲୀଧର ଭୂମିଜ(୧୫)ଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ଶିକ୍ଷକ ନିର୍ଯାତନା ସହି ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ସନ୍ଧ୍ୟାରେ ବଣାଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ମାଟିତଳୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଲହୁଣୀପଡା ଥାନା ଅନ୍ତର୍ଗତ ବେଲକୁଦର ଗ୍ରାମର ମଙ୍ଗଳ ଭୂମିଜଙ୍କ ପୁଅ ମୁରଲୀ ଉପରୋକ୍ତ ସ୍କୁଲ ଛାତ୍ରାବାସରେ ରହି ପଢୁଥିଲେ। ଗତ ୨୨ ତାରିଖରେ ସ୍କୁଲର ଏନସିସି ଶିକ୍ଷକ କୌଣସି କାରଣରୁ ତାଙ୍କୁ ୩ଶହ ଥର ଉଠବସ କରାଇଥିଲେ। ଏଥିଯୋଗୁ ମୁରଲୀ ଅସୁସ୍ଥ ହୋଇପଡିଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଫୋନ କରି ଏ ଖବର ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପୁଅର ଦେହ ଖରାପ ଅଛି ଖବର ପାଇବା ପରେ ପରିବାର ଲୋକେ ଛାତ୍ରାବାସରୁ ପୁଅକୁ ଧରି ଗାଁକୁ ଆସିଥିଲେ। ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ମୁରଲୀଙ୍କୁ ଘରେ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲାା ସେଥିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାର କୌଣସି ଉନ୍ନତି ନ ଆସିବାରୁ ଗତ ୨୮ ତାରିଖରେ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଦିନ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ୨୯ ତାରିଖରେ ତାଙ୍କୁ ବୁର୍ଲା ନେଇ ଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ହେଲେ ପରିବାର ଲୋକେ ତାଙ୍କୁ ବୁର୍ଲା ନ ନେଇ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ତିନିଦିନ ରଖି ଚିକିତ୍ସା କରାଇଥିଲେ। ୨ତାରିଖ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ମୁରଲୀଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକେ ମୃତଦେହକୁ ନିଜ ଗ୍ରାମ ବେଲକୁଦରକୁ ଆଣି ସତ୍କାର କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ମୁରଲୀଙ୍କ ବାପା ବଣାଇ ଥାନାରେ ଏ ନେଇ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ. ୧୩୦/୨୦୧୯) ରୁଜୁ କରିଛି। ଶନିବାର ସକାଳେ ରାଉରକେଲା ପୋଲିସ ମାଜିଷ୍ଟ୍ରେଟ ତଥା ଲହୁଣୀପଡା ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ବଣାଇ ଥାନା ଏସ୍‌ଆଇ ଭୂପେନ୍ଦ୍ର ମାଝି, ଏଏସ୍‌ଆଇ ବେଣୁଧର ନାଏକ ପ୍ରମୁଖ ମାଟିତଳୁ ମୃତଦେହକୁ ବାହାର କରି ବ୍ୟବଚ୍ଛେଦ କରାଇଛନ୍ତି ା ଏ ସଂକ୍ରାନ୍ତରେ ଏନସିସି ଶିକ୍ଷକଙ୍କୁ ପଚରା ଯିବାରୁ ସମ୍ପୃକ୍ତ ଛାତ୍ର ଏନସିସିର ଛାତ୍ର ନୁହନ୍ତି, ସେଥିପାଇଁ ତାଙ୍କୁ ଦଣ୍ଡ ଦେବାର ପ୍ରଶ୍ନ ଉଠୁ ନ ଥିବା କହିଛନ୍ତି। କେତେକ ଘରୋଇ ଅନୁଷ୍ଠାନର ସଦସ୍ୟ ସ୍କୁଲରେ ତାଙ୍କର କାର୍ଯ୍ୟକ୍ରମ ଚଳାଇବା ନେଇ ଅନୁରୋଧ କରିଥିଲେ। ତାକୁ ମୁଁ ବିରୋଧ କରିଥିବାରୁ ଏଭଳି ମିଥ୍ୟା ଅଭିଯୋଗ ମୋ ବିରୋଧରେ ଅଣାଯାଇଥିବା ସେ କହିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ଅବକାଶ ରାଉତରାୟ ଏବଂ ବଣାଇ ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ଜଙ୍ଗଲ ନଷ୍ଟ ଆଶଙ୍କା କଲେ ପରିବେଶବିତ୍‌

କେନ୍ଦ୍ରାପଡା ଅଫିସ, ୧୫ା୧୦: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଓଳାଭର ରାଜସ୍ବ ସର୍କଲ ଅନ୍ତର୍ଗତ ପାରି ମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ...

୩ ପରିବାର ବାସହରା

ଭଦ୍ରକ ଅଫିସ, ୨୬।୪ ଭଦ୍ରକ ଜିଲା ରାହାଞ୍ଜସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳିଯାଇଛି। ୩ ପରିବାର ବାସହରା ହୋଇପଡ଼ିଛନ୍ତି।...

ଟ୍ରାଙ୍କୁଲାଇଜ୍‌ ବେଳେ ବନ ଅଧିକାରୀଙ୍କୁ ଶୁଣ୍ଢରେ କଚାଡ଼ିଲା ହାତୀ: ଦୁଇ ଆହତ

ନିରାକାରପୁର,୨୨ା୧୧(ଡି.ଏନ୍‌.ଏ.): ଦୀର୍ଘ ଦିନହେଲା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବା ସହିତ ଧନଜୀବନ ହାନି ଘଟୁଛି। ଏହାକୁ ରୋକିବା...

ଖୋଲା ଆକାଶ ତଳେ ପିଲାଙ୍କ ପାଠପଢ଼ା

ଦଶପଲ୍ଲା,୧୯ା୮( ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଡି ପଞ୍ଚାୟତ କୁମ୍ବିକିଲା ଗ୍ରାମରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ୫-ଟି...

ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଦାବି କଲା ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ

ନୟାଗଡ଼ ଅଫିସ,୨୧।୭-ନୟାଗଡ଼ ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଦାବି କରାଯାଇଛି। ନୟାଗଡ଼ରେ ମୁଖ୍ୟ ଡାକଘର ଥିବା ସହିତ...

୪ରୁ ଧାନ ସଂଗ୍ରହ

ଯାଜପୁର ଅଫିସ,୧ା୧:  ଆସନ୍ତା ଜାନୁୟାରୀ ୪ରୁ ୨୦୨୨-୨୩ ଖରିଫ ଋତୁ ଧାନକିଣା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ...

କାଲିଠୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା: ପହଞ୍ଚିସାରିଛି ପ୍ରଶ୍ନପତ୍ର, ଉତ୍ତରଖାତା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ବିନା ପରୀକ୍ଷାରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାକୁ ନେଇ ବହୁ ବାଦବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରମାନେ ଆଶା କରୁଥିବା ମାର୍କଠାରୁ କମ୍‌...

ଗ୍ୟାରେଜରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିିଗଲା

ବ୍ରହ୍ମପୁର ଅଫିସ,୨୦ା୧୨: ଟାଉନ ଥାନା ଅନ୍ତର୍ଗତ ଗେଟବଜାର ନିକଟ ରେଡ଼ିଓ ଷ୍ଟେଶନ କଡରେ ଥିବା ଏକ ବାଇକ୍‌ ଗ୍ୟାରେଜରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା।...

Advertisement
Archives

Model This Week