ଭିନ୍ନକ୍ଷମ ସଶକ୍ତୀକରଣକୁ ଗୁରୁତ୍ୱ: ପ୍ରତି ଜିଲାରେ ହେବ ସମନ୍ବିତ ପୁନର୍ବାସ କେନ୍ଦ୍ର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ଭିନ୍ନକ୍ଷମ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ପ୍ରତି ଜିଲାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ସମନ୍ବିତ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ନୂଆପଡ଼ା ଜିଲା ଗସ୍ତରେ ଯାଇ ବିଭାଗୀୟ କାର୍ଯ୍ୟକ୍ରମ ସମୀକ୍ଷା କରିବା ପରେ ମନ୍ତ୍ରୀ ପଣ୍ଡା ସୋମବାର ଲୋକସେବା ଭବନଠାରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଜିଲାରେ ଭିନ୍ନକ୍ଷମମାନଙ୍କୁ ପୁନର୍ବାସ ସାମଗ୍ରୀ ଯୋଗାଇଦେବା ପାଇଁ ଜିଲା ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏଣିକି ପ୍ରତିଷ୍ଠିତ ହେବାକୁ ଥିବା ସମନ୍ବିତ ପୁନର୍ବାସ କେନ୍ଦ୍ରରେ ଜରାନିବାସ, ନିଶାନିବାରଣ କେନ୍ଦ୍ର, ଧନ୍ଦାମୂଳକ ବୈଷୟିକ ତାଲିମ ପ୍ରତିଷ୍ଠାନ ଏବଂ ମାନସିକ ଅନଗ୍ରସରମାନଙ୍କ ନିମନ୍ତେ ଆବାସ ନିର୍ମାଣ ସହିତ ଭିତ୍ତିଭୂମିକୁ ଦୃଢ଼ କରାଯିବ। ପ୍ରତି ଜରାନିବାସରେ ପ୍ରାୟ ୨୫୦ ବରିଷ୍ଠ ନାଗରିକଙ୍କ ନିମନ୍ତେ ପୁନର୍ବାସ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ପ୍ରତି ଜିଲାରେ ପ୍ରାୟ ୨୫ ଏକର ପରିମିତ ଜମିରେ ଏହି କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି।
ଅନ୍ୟପକ୍ଷରେ ଭିନ୍ନକ୍ଷମମାନଙ୍କ ଚିହ୍ନଟ, ସେମାନଙ୍କ ପରୀକ୍ଷା ନିରୀକ୍ଷା ତଥା ସୁରକ୍ଷା ସାମଗ୍ରୀ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ‘କ୍ଷମତା ଏକ୍ସପ୍ରେସ୍‌’ ପରି ଭ୍ରାମ୍ୟମାଣ ଶିବିର ବିଭିନ୍ନ ଅଞ୍ଚଳ ବୁଲୁଛି। ଏହାର ସୁବିଧା ନେବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେବାସହ ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ସରକାରୀ ସ୍ତରରେ ଉପଲବ୍ଧ ସୁବିଧାଗୁଡ଼ିକ ବାବଦରେ ଜନସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ବେସରକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଏଥିରେ ସହଯୋଗ କରିବାକୁ ଆଗେଇ ଆସିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ୪ ଘଣ୍ଟା ଖୋଲିବ ସବୁ ଆର୍‌ଟିଓ

ଭୁବନେଶ୍ୱର, ୨୮ା୩(ବ୍ୟୁରୋ): ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଦୈନିକ ୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟରେ...

ଶକ୍ତିଶାଳୀ ହେଉଛି ‘ଫନୀ’ : ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟ ବାତ୍ୟା ‘ଫନୀ’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ୩୦ତାରିଖ ସୁଦ୍ଧା ‘ଫନୀ’ ଅତି ପ୍ରବଳ ବାତ୍ୟାର ରୂପ...

ପୋଡ଼ାଡିହ ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଭାଇରାଲ ହେଉଛି ଭିଡିଓ

ଖୋର୍ଦ୍ଧା ଅଫିସ,୨୧।୫ : ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗାଁ ଦାଣ୍ଡରେ ଉପରେ ତାଙ୍କୁ...

ଟ୍ରାଫିକ ଜାମ୍‌ରେ ଫସିଲେ: ସ୍କୁଲ ଯାଇ ନ ପାରି ଫାଣ୍ଡିରେ ବସିଲେ ଛାତ୍ରୀଛାତ୍ର

ଯୋଡ଼ା, ୩।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା, ଯୋଡ଼ା, ଭଦ୍ରାସାହି, ବଡ଼ବିଲ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।...

ବିଶାଖାପାଟଣାରୁ ସୁବେଦାରଗଞ୍ଜ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ (୦୮୫୨୭-୦୮୫୨୮)ବିଶାଖାପାଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ବିଶାଖାପାଟଣାରୁ ଏହି ଟ୍ରେନ ଭାୟା ବିଜୟନଗରମ, ଭୁବନେଶ୍ୱର, ଭଦ୍ରକ ଓ...

ଖଣି ଅଞ୍ଚଳରେ ବେରୋଜଗାରି ଚିନ୍ତା

ଯୋଡ଼ା, ୧୪।୩(ଡିିଏନ.ଏ.)- ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟା ପରେ ସ୍ଥାନୀୟ ଖଣିରେ କାର୍ଯ୍ୟରତ ଶ୍ରମିକ , ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ ଏବଂ...

ଗଡ଼ିଲା ନନ୍ଦିଘୋଷ, ଗହଳି ଲଗାଇ ଆସୁଛନ୍ତି ‘ସାଆନ୍ତେ’

ପୁରୀ ଅଫିସ,୪।୭: ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଗଡ଼ିବା ପରେ ଗଡ଼ିଛି କାଳିଆ ସାଆନ୍ତଙ୍କ ‘ନନ୍ଦିଘୋଷ। ଘଣ୍ଟ, କାହାଳୀ,...

ରଥଖଳାରେ ପହଞ୍ଚିଲା ୪୦ ଫୁଟିଆ କାଠ

ପୁରୀ ଅଫିସ,୧୬ା୪: କରୋନା ପାଇଁ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରିରହିଛି।...

Coronavirus Update


Archives

Model This Week

Why Dharitri