ଭିନ୍ନକ୍ଷମଙ୍କୁ ମିଳୁନି କାର୍ଯ୍ୟାଦେଶ, ଜିଲାପାଳଙ୍କ ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୭।୧୦: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ କାନ୍ଥରେ ନାମ ଥାଇ ମଧ୍ୟ ହମାମିରାର ଭିନ୍ନକ୍ଷମ ହିତାଧିକାରୀ ଦୟାନିଧି ସାହୁଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଉ ନ ଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦୟାନିଧି ଦର୍ଶାଇଛନ୍ତି ଯେ, କ୍ରମିକ ସଂଖ୍ୟା ୧୭ ଓ ଅଗ୍ରାଧିକାରୀ କ୍ରମିକ ସଂଖ୍ୟା ୮୪ରେ ଥିବା ସତ୍ତ୍ୱେ ତାଙ୍କୁ ଆବାସ ଯୋଜନାରୁ ବର୍ତ୍ତମାନ ସୁଦ୍ଧା ବଞ୍ଚତ୍ତ ହେବାକୁ ପଡ଼ିଛି। ତାଙ୍କ ତଳେ ଥିବା ଲୋକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାବେଳେ ଏଥିପାଇଁ ତାଙ୍କୁ କେତେଜଣ କୁଜିନେତା ହାତଗୁଞ୍ଜା ମାଗୁଛନ୍ତି। ଏପରି କି ଟଙ୍କା ନ ଦେଲେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ନାହିଁ ବୋଲି ଧମକ ଦେଉଥିବା ଦୟାନିଧି ଉଲ୍ଲେଖ କରିଛନ୍ତି। ଜିଲାପାଳ ତାଙ୍କ ଅଭିଯୋଗ ଗ୍ରହଣ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଦେଖା କରିବା ପାଇଁ ପରାମର୍ଶ ଦେଇଥିବା ଦୟାନିଧି ପ୍ରକାଶ କରିଛନ୍ତି। ଏ ନେଇ ଅନୁଗୋଳ ବିଡିଓ ମାୟାଧର ବେହେରା କହିଛନ୍ତି, ଏପରି ହେବା କଥା ନୁହେଁ। କ’ଣ ହୋଇଛି ଅନୁଧ୍ୟାନ ପରେ ତାହା ଜଣାପଡ଼ିବ। ଅନୁସୂଚିତ ଜାତି ଓ ଜନଜାତି ହୋଇଥିଲେ ତୁରନ୍ତ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ଅନ୍ୟଜାତିର ହୋଇଥିଲେ ଅନୁଧ୍ୟାନ ପରେ ବିଚାର କରାଯିବ। ଚଳିତବର୍ଷ ଆବାସ ଯୋଜନାର ଟାର୍ଗେଟ ପୂରଣ ହୋଇଥିବାରୁ ଏବେ ମିଳିବା ସମ୍ଭବ ନୁହେଁ। ତଥାପି ଅଭିଯୋଗ ଉପରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦିବସୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ: ‘ପରିମାର୍ଜିତ ହେଲେ ଶିକ୍ଷାର ବିକାଶ ହେବ’

କାମାକ୍ଷାନଗର, ୨୭।୧୦(ଡି.ଏନ.ଏ.) – ପ୍ରଧାନ ଶିକ୍ଷକ ବିଦ୍ୟାଳୟର ମୁରବି। ତାଙ୍କୁ ଅନୁକରଣ କରି ସହକାରୀ ଶିକ୍ଷକମାନେ କାର୍ଯ୍ୟ କରନ୍ତି। ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଏବଂ ବ୍ୟବହାର...

ବିଦ୍ୟୁତତାର ଲାଗି ଚାଲିଗଲା ଯୁବକଙ୍କ ଜୀବନ

ନର୍ଲା,୮।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ୍‌ ପଞ୍ଚାୟତର ବରଗା ଗ୍ରାମର ଭିକାରୀ ସାହୁ (୩୦) ବିଦ୍ୟୁତତାର ସଂସ୍ପର୍ଶରେ ଆସିବାରୁ ଶନିବାର ତାଙ୍କର...

ଲଗାଣ ବର୍ଷା: କାନ୍ଥ ପଡ଼ି ଜଣେ ଗୁରୁତର

ମାର୍ଶାଘାଇ, ୨୭।୧୦ (ଡି.ଏନ୍‌.ଏ.)- ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ବହୁ କ୍ଷୟକ୍ଷତି...

ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣା: ଥାନାରେ ଏତଲା

କେନ୍ଦୁଝର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନାରେ ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଶନିବାର ଥାନାରେ ଏତଲା ଦିଆଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ କ୍ୟାମେରା ମ୍ୟାନ୍‌ ତନ୍ମୟ କୁମାର...

ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ପାରଳାଖେମୁଣ୍ଡି,୨୧ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜେରା...

କେପିଙ୍କୁ କରୋନା

ଢେଙ୍କାନାଳ ଅଫିସ, ୯।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ (କେପି), ରାଣୀ ସାବିତ୍ରୀ ଦେବୀ ଏବଂ ଯୁବରାଜ ଅମରଜ୍ୟୋତି ସିଂହଦେଓ...

ଅର୍ଥପାଇଁ ସଂକ୍ରମଣକୁ ଭୟନାହିଁ: କଣ୍ଟାପଡ଼ାର ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତ୍ୱକୁ ଫୁ’

କଣ୍ଟାପଡା, ୧୬।୪(ଡି.ଏନ୍‌.ଏ.): ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ କେନ୍ଦ୍ର ସରକାର ଟଙ୍କା ପଠାଇଥିବା ଖବର ପ୍ରକାଶ ପାଇବା ପରେ କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରେ...

ଘରେ ପଶିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୦।୧୨: ନ୍ୟାୟ ଦାବିରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ବିନୀ ଦାଶଙ୍କ ମୂଳ ପିଟିଶନର ଶୁଣାଣି ସୋମବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ...

Advertisement
Archives

Model This Week