Posted inଖେଳ

ଭିତ୍ତିଭୂମିକୁ ଗାମ୍ବାଉଙ୍କ ପ୍ରଶଂସା

ଭୁବନେଶ୍ୱର, ୧୮।୯(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ନୂଆ କ୍ଲବ ତଥା ଫ୍ରାଞ୍ଚାଇଜି ଓଡ଼ିଶା ଏଫ୍‌ସି କୋଚ୍‌ ଜୋସେଫ୍‌ ଗାମ୍ବାଉ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। କ୍ଲବର ହୋମ ଗ୍ରାଉଣ୍ଡରେ ଥିବା ଭିତ୍ତିଭୂମି ଓ ଟ୍ରେନିଂ ସୁବିଧାସୁଯୋଗକୁ ସେ ପ୍ରଶଂସା କରିଛନ୍ତି। ତେବେ ଦୁଇଦିନିଆ ଗସ୍ତରେ ଏଠାକୁ ଆସିଥିବା ଗାମ୍ବାଉ ପ୍ରାକ୍ଟିସ ଗ୍ରାଉଣ୍ଡର ଉନ୍ନତି ନେଇ କେତେକ ମତାମତ ଦେଇଥିଲେ। ବୁଧବାର ସେ ଦୋହା ଯାତ୍ରା କରି ଦଳରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ପେନ୍‌ କୋଚ୍‌ ଗାମ୍ବାଉ ଗତବର୍ଷ ଦିଲ୍ଲୀ ଡାଇନାମୋସ୍‌ର କୋଚ୍‌ ରୂପେ କାର୍ଯ୍ୟ କରିଥିଲେ। ତେବେ ଦିଲ୍ଲୀ ଡାଇନାମୋସ ଓଡ଼ିଶା ଏଫ୍‌ସିରେ ପରିଣତ ହେବା ପରେ ତା’ର ବେସ୍‌ ମଧ୍ୟ ସ୍ଥାନାନ୍ତର ହୋଇଥିଲା। ଆଗାମୀ ୫ ବର୍ଷ ପାଇଁ କଳିଙ୍ଗ ଷ୍ଟାଡିୟମ ଓଡ଼ିଶା ଏଫ୍‌ସିର ନୂଆ ହୋମ୍‌ ଗ୍ରାଉଣ୍ଡ ରୂପେ ମାନ୍ୟତା ପାଇଛି। ଏଠାରେ ଥିବା ସୁବିଧାସୁଯୋଗ ଓ ଟ୍ରେନିଂ ବ୍ୟବସ୍ଥାର ମୂଲ୍ୟାଙ୍କନ ପାଇଁ ସେ ସୋମବାର ଭୁବନେଶ୍ୱରରେ ପହଞ୍ଚିଥିଲେ।
ପୂର୍ବରୁ କେବେ ଭୁବନେଶ୍ୱର ଆସି ନ ଥିଲି। ଭାରତର ଅନ୍ୟ ସହର ତୁଳନାରେ ଏହା ବହୁତ ଭଲ ବୋଲି ସେ କହିଛନ୍ତି। ଏଠାରେ ଦୁଇଦିନର ରହଣି ମଧ୍ୟରେ ଅଭ୍ୟାସ ପଡିଆରେ କିଛିଟା ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଗ୍ରାଉଣ୍ଡରେ ଅବଶ୍ୟକୀୟ ପରିବର୍ତ୍ତନ କରିବେ ବୋଲି ଆଶା କରୁଥିବା କଥା ଗାମ୍ବାଉ କହିଛନ୍ତି। ଓଡ଼ିଶା ଏଫ୍‌ସି ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ ମନେହେଉଛ। କେତେକ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ଦଳକୁ ଆହୁରି ଦୃଢ଼ କରିଛି ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୁବ ବାର୍ସିଲୋନାର ଏହି ପୂର୍ବତନ କୋଚ୍‌ କହିଛନ୍ତି। ଯୁବ ଖେଳାଳିମାନେ ଅଧିକରୁ ଅଧିକ ଶିକ୍ଷା କରିବାକୁ ବେଶ୍‌ ଆଗ୍ରହୀ ଅଛନ୍ତି। ଦୁଇ ଜଣ ସ୍ଥାନୀୟ ଖେଳାଳି ଶୁଭମ୍‌ ଷଡଙ୍ଗୀ ଓ ୧୭ ବର୍ଷୀୟ ଗୋଲକିପର ଅଙ୍କିତ୍‌ ଭୂୟାଁ ଦଳରେ ସ୍ଥାନ ପାଇଛନ୍ତି। ଦୁଇ ଗୋଲ କିପର ଫ୍ରାନ୍‌ସିସ୍କୋ ଡୋରୋନସୋରୋ ଓ ମାର୍କୋସ ଟେବାରଙ୍କୁ ମଧ୍ୟ ଦଳ ବଜାୟ ରଖିଛି ବୋଲି ଗାମ୍ବାଉ କହିଛନ୍ତି। ଏହି ଦୁଇ ଖେଳାଳିଙ୍କୁ ବାଦ୍‌ଦେଲେ ଡିଫେଣ୍ଡର କାର୍ଲୋସ ଡେଲଗାଣ୍ଡୋ, ମିଡ୍‌ଫିଲ୍ଡର ଜିସ୍କୋ ହେର୍ନାଣ୍ଡେଜ୍‌, ଷ୍ଟ୍ରାଇକର ଅରିଡେନ ସାଣ୍ଟାନା ଓ ମିଡଫିଲ୍ଡର ମାର୍ଟିନ ପେରେଜ ଗୁଏଡ୍ସଙ୍କ ସହ ଦଳ ଚୁକ୍ତିରେ ସ୍ବାକ୍ଷର କରିଛି। ଦଳ ଏବେ ଦୋହାରେ ସେସନ ପୂର୍ବର ପ୍ରସ୍ତୁତି ଚଳାଇଛନ୍ତି। ସେଠାରେ ଖେଳାଳିମାନେ ପୂର୍ବତନ ବାର୍ସିଲୋନା ଖେଳାଳି ଜାଭି ହେର୍ନାଣ୍ଡେଜ୍‌ଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଥିବା ବିଭିନ୍ନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଜାଭିଙ୍କ ଉପସ୍ଥିତି ଖେଳାଳିଙ୍କୁ ବେଶ୍‌ ସହାୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି। ଆସନ୍ତାମାସରେ ପ୍ରଥମ ସପ୍ତାହରେ ଖେଳାଳିମାନେ ଏଠାରେ ଆସି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଳିମାନେ ଏଠାରେ ଅଭ୍ୟାସ କରିବେ। ଏହାପରେ ଦଳ ଜାମସେଦପୁର ଗସ୍ତ କରି ସେଠାରେ ଲିଗ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୪ ତାରିଖରେ ଆଟଲେଟିକୋ ଡି କୋଲକାତା ବିପକ୍ଷରେ ଓଡ଼ିଶା ଏଫ୍‌ସି ତା’ର ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri