ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛିନ୍ତି। ସେ ସକାଳେ ସରକାରୀ ଗାଡ଼ିରେ ଭୁବନେଶ୍ୱର ଅଭିମ୍ମୁଖେ ଯାଉଥିବା ବେଳେ ବେତନଟୀଠାରେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍‌ର ମିଳିତ ଚଢ଼ାଉରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଟିମ୍‌ ତାଙ୍କ କାର୍‌ରୁ ନଗଦ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଛି। ଏତେ ଟଙ୍କା କେଉଁଠାରୁ ଆସିଲା ସେ ନେଇ ତାଙ୍କୁ ବେତନଟୀସ୍ଥିତ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ରଖି ଜେରା ଚାଲିଥିଲା। ପରେ ତାଙ୍କୁ ବାରିପଦାସ୍ଥିତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଭିଜିଲାନ୍ସର ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି। ସେହିଭଳି ସିଡିଭିଓଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଓ ବାରିପଦା ମଧୁବନ ନିକଟସ୍ଥ ରାଣୀସତୀ ମନ୍ଦିର ନିକଟରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି। ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ନଦୀରେ ଭାସିଯାଉଥିବା ଯୁବକକୁ ଉଦ୍ଧାର କଲେ ଦମକଳବାହିନୀ 

 ପୁରୁଷୋତ୍ତମପୁର,୯/୮(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଗ୍ରାମରେ ସନ୍ତୋଷ ଦାସ ନାମକ ଜଣେ ଯୁବକ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଗୋଡଖସିଯାଇ...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଦର୍ଶ ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଗ୍ରାମର...

ନଈକୁ ଡେଇଁ ମଧ୍ୟ ଖସି ପାରିଲେନି ଅପରାଧୀ

ଝାରସୁଗୁଡା ଅଫିସ,୧୮ା୪- ଝାରସୁଗୁଡା ପୋଲିସ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଝାରସୁଗୁଡ଼ା ସହର ସିରିଆ ବଗିଚା ଅଞ୍ଚଳର ମନିଷ...

ସନୋଜ ଫିଲିଙ୍ଗ ଷ୍ଟେସନ ଉଦଘାଟିତ

ଦାରିଙ୍ଗବାଡି,୧୯।୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡିର ୫୯ ନଂ ଜାତୀୟ ରାଜପଥ କଡରେ ବୁଧବାର ଏକ ନୂତନ ପେଟ୍ରୋଲ ପମ୍ପ ଉଦଘାଟନ ହୋଇଯାଇଛି। ଏହାକୁ ସନୋଜ ଫିଲିଙ୍ଗ...

ଲକ୍‌ଡାଉନ୍‌ରେ ପାଠ ପଢ଼ିବେ ଦଶମ ଛାତ୍ରୀଛାତ୍ର: ସପ୍ତାହରେ ୫ ଦିନ ଦୂରଦର୍ଶନରେ ଏଜୁସାଟ୍‌ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ନିଷ୍ପତ୍ତି

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ମହାମାରୀ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ବିଶେଷଭାବେ ମାଟ୍ରିକ୍‌ ପରୀକ୍ଷା...

ପ୍ରସଙ୍ଗ ଏକ, ବିରୋଧୀ ଦୁଇଫାଳ: ସିବିଆଇ ତଦନ୍ତ ଦାବି ନେଇ ଭାଜପା ସଦସ୍ୟଙ୍କ ହଟ୍ଟଗୋଳ, ଦୁଇଥର ଗୃହ ମୁଲତବୀ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ଇସ୍ୟୁ ଗୋଟିଏ। ମାତ୍ର ବିରୋଧୀ ଦୁଇଫାଳ। ଗତ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ମୁଖ୍ୟ ବିରୋଧୀ ଭାଜପା ଓ କଂଗ୍ରେସ ପୃଥକ୍‌...

ଆଜି ରାଜ୍ୟରେ ୭୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୮ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩୦ ପୂର୍ବତନ ବିଧାୟକ

ଭୁବନେଶ୍ୱର,୧ା୮(ବ୍ୟୁରୋ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ୩୦ ପୂର୍ବତନ ବିଧାୟକ ଭେଟିଛନ୍ତି। ପେନ୍‌ସନ୍‌ ଏବଂ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ସେମାନେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ...

Advertisement
Archives

Model This Week