ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଶିଥିଳ

ଅନୁଗୋଳ ଅଫିସ, ୨।୧ – ଅନୁଗୋଳ ଜିଲାରେ ଦୁର୍ନୀତିର ଚେର ମାଡ଼ିଚାଲିଛି। ବିନା ପିସିରେ କୌଣସି କାମ ହେଉ ନ ଥିବା ଅଭିଯୋଗ ହେଉଛି। ହେଲେ ଜିଲାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଛି ଭିଜିଲାନ୍ସ ବିଭାଗ। ଏହି କାରଣରୁ ୨୦୧୯ରେ ମାମଲା କମିଛି। ୨୦୧୮ରେ ୧୦ ମାମଲା ରୁଜୁ ହୋଇଥିବାବେଳେ ଗତବର୍ଷ ଏହା ୭କୁ ଖସିଛି। ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସର୍ବନିମ୍ନ ୧୦ଟି ଟାର୍ଗେଟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି। ହେଲେ ଜିଲା ଭିଜିଲାନ୍ସ ବିଭାଗ ଏହାକୁ ପୂରଣ କରିପାରିନାହିଁ। ଦୁର୍ନୀତିଖୋରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଶିଥିଳ ପଡ଼ିଥିବା ଚର୍ଚ୍ଚା ହେଉଛି।
ପଞ୍ଚମ ଥର ପାଇଁ କ୍ଷମତା ହାସଲ କରିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ବେଶ୍‌ କଠୋର ହୋଇଛନ୍ତି ନବୀନ ସରକାର। ଅଭିଯୋଗ ଆସିଲେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସ୍ଥଳ ବିଶେଷରେ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଉଛି। ରାଜ୍ୟ ସରକାର ସ୍ବଚ୍ଛ ଶାସନର ଆଭିମୁଖ୍ୟ ସ୍ପଷ୍ଟ କରି ଏପରି ପଦକ୍ଷେପ ନେଉଥିବାବେଳେ ଅନୁଗୋଳରେ କିନ୍ତୁ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନରେ ପଛେଇ ଯାଇଛି।
ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ୨୦୧୯ ଜାନୁୟାରୀ ୯ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବଅଁରପାଳର ପୂର୍ବତନ ତହସିଲଦାର ଅଶୋକ କୁମାର ଗଡ଼ତିଆ, ଆର୍‌ଆଇ ଭରତ ଚନ୍ଦ୍ର ତ୍ରିପାଠୀ, ବିଚିତ୍ରାନନ୍ଦ ପ୍ରଧାନ, ଧର୍ମେନ୍ଦ୍ର ବାରିକ, ଅଜୟ କୁମାର ମିଶ୍ର। ସେମାନେ ରାସ୍ତା ପାର୍ଶ୍ୱରେ ଥିବା ଏକ ଜମିକୁ ଚଞ୍ଚକତା କରି ୪ ଲକ୍ଷ ୮୪ ହଜାର ୨୯୪ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ସରକାରୀ ଦରଠାରୁ କମ୍‌ ଟଙ୍କାରେ ଜମି ବିକ୍ରି କରୁଥିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ୨୦୧୯ ସେପ୍ଟେମ୍ବର ୨୬ରେ ପେନସନ୍‌ ସ୍କିମ୍‌ରେ ୫ଲକ୍ଷ ୬ହଜାର ୩୦୦ଟଙ୍କା ଘୋଟାଲା କରିବା ଅଭିଯୋଗରେ ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତର ପୂର୍ବତନ ପିଇଓ କିଶୋର ଚନ୍ଦ୍ର ପ୍ରଧାନ ଗିରଫ ହୋଇଥିଲେ। ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଜରପଡ଼ାର ପୂର୍ବତନ ଆର୍‌ଆଇ ଗୋକୁଳ ଚନ୍ଦ୍ର ପ୍ରଧାନ ଡିସେମ୍ବର ୩୦ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାକୁ ବାଦ୍‌ ଦେଲେ ଲାଞ୍ଚ କାରବାର ଅଭିଯୋଗରେ ଜାନୁୟାରୀ ୨୯ରେ ବଅଁରପାଳ ବିଇଓଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ରଞ୍ଜନ କୁମାର ନାୟକ, ଜୁନ୍‌ ୨୭ରେ ଟାବଡୁଲ୍‌ ଫାଣ୍ଡି ଏଏସ୍‌ଆଇ ଗଜେନ୍ଦ୍ର ବେହେରା, ଅଗଷ୍ଟ ୬ରେ କଣଲୋଇ ଆର୍‌ଆଇ ଜଗବନ୍ଧୁ ନାଏକ, ନଭେମ୍ବର ୩୦ରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟର ସିନିୟର କ୍ଲର୍କ ବିନୟ କୁମାର ମହାପାତ୍ର ଧରାପଡ଼ିଥିଲେ। ଏସବୁ ଘଟଣାରେ ମୋଟ ୭ଟି ମାମଲା ରୁଜୁ ହୋଇଛି। ୨୦୧୮ ବର୍ଷରେ ୧୦ଟି ମାମଲା ରୁଜୁ ହୋଇଥିଲା। ଗୋଟିଏ ପଟେ ଜିଲାର ବିଭିନ୍ନ ବିଭାଗରେ ଲାଞ୍ଚ କାରବାର ବଢ଼ିଚାଲିଥିବାବେଳେ ଭିଜିଲାନ୍ସ ବିଭାଗରେ ମାମଲା ହ୍ରାସ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ନେଇ ବିଭାଗର ଜଣେ ପଦସ୍ଥ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଗତବର୍ଷ ଅନୂ୍ୟନ ୧୦ ମାମଲା ରୁଜୁ କରିବାକୁ ଟାର୍ଗେଟ ମିଳିଥିଲା। ଯେଉଁଠି ଅଭିଯୋଗ ଆସିଛି ସେଠାରେ ଚଢ଼ାଉ କରାଯାଇଥିଲା। ସେଥିରୁ ଅନେକ ଘଟଣାରେ ସତ୍ୟାସତ୍ୟ ମିଳି ନ ଥିଲା। ଟାର୍ଗେଟ ପୂରଣ ପାଇଁ ଉଦ୍ୟମ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri