ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବେ ବୋଲି ବୁଧବାର ଗେଲ୍‌ କହିଛନ୍ତି। ଏହି ସିରିଜ ଆସନ୍ତା ଅଗଷ୍ଟ-ସେପ୍ଟମ୍ବରରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ଚଳିତ ଆଇସିସି ବିଶ୍ୱକପ୍‌ ସମାପ୍ତ ହେବା ପରେ ଅବସର ନେବେ ବୋଲି ଏହି ଦୁର୍ଦ୍ଧର୍ଷ ବାମହାତୀ ବ୍ୟାଟ୍ସମ୍ୟାନ କହିଥିଲେ।
ଦୁଇ ଦଶନ୍ଧି ଧରି ସୀମିତ ଓଭର କ୍ରିକେଟ୍‌ରେ ରାଜ୍‌ କରୁଥିବା ଗେଲ୍‌ ଏଥିସହ ପ୍ରାକ୍ତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ ଓ ଜ୍ୟାକ୍ସ କାଲିସଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଓ୍ବ ଓ କାଲିସ ଯଥାକ୍ରମେ ୨୦୦୪ ଓ ୨୦୧୩ରେ ଭାରତ ବିପକ୍ଷ ସିରିଜ ଖେଳିସାରିବା ପରେ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଥିଲେ। ଫଳରେ ଗେଲ୍‌ଙ୍କ ଘରୋଇ ପଡ଼ିଆ ଜାମାଇକାର କିଙ୍ଗ୍ସଷ୍ଟନରେ ଅଗଷ୍ଟ ୩୦ରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି। ‘ଏହାର ଅନ୍ତ ବର୍ତ୍ତମାନ ହୋଇନାହିଁ। ମୋ ପାଖରେ ଏବେ ବି କିଛି ଖେଳ ବାକି ରହିଛି। ଆଉ ଗୋଟିଏ ସିରିଜ ବି ହୋଇପାରେ। କିଏ ଜାଣେ, କ’ଣ ଘଟୁଛି ଦେଖିବା’ ବୋଲି ଅବସର ନେଇ ଖବରଦାତାଙ୍କ ପ୍ରଶ୍ନରେ ଗେଲ୍‌ ଏହା କହିଛନ୍ତି। ବିଶ୍ୱକପ୍‌ ପରେ ସ୍ବତନ୍ତ୍ର ପ୍ଲାନ କ’ଣ ରହିଛି ବୋଲି ପ୍ରଶ୍ନ ହେବାରୁ ୩୯ ବର୍ଷୀୟ ଗେଲ୍‌ କହିଥିଲେ, ‘ ମୁଁ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିପାରେ ଏବଂ ଭାରତ ବିପକ୍ଷ ଦିନିକିଆ ସିରିଜ ନିଶ୍ଚିତ ଖେଳିବି। ଟି୨୦ ସିରିଜ କିନ୍ତୁ ଖେଳିବି ନାହିଁ। ବିଶ୍ୱକପ୍‌ ପରେ ଏହା ମୋର ପ୍ଲାନ ରହିଛି।’ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ମିଡିଆ ମ୍ୟାନେଜର ଫିଲିପ୍‌ ସ୍ପୁନର କିନ୍ତୁ ନିଶ୍ଚିତ କରିଥିଲେ ଯେ, ଭାରତ ବିପକ୍ଷ ସିରିଜରେ ଗେଲ୍‌ ଶେଷଥର ପାଇଁ ଜାତୀୟ ଦଳର ଡ୍ରେସରେ ନଜରକୁ ଆସିବେ। ‘ହଁ, ଭାରତ ବିପକ୍ଷ ସିରିଜ ଗେଲ୍‌ଙ୍କ ଅନ୍ତିମ ସିରିଜ ହେବ’ ବୋଲି ଫିଲିପ୍‌ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୯୯୯ରେ ଭାରତ ବିପକ୍ଷ ଦିନିକିଆ ସହ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଗେଲ୍‌ ବର୍ତ୍ତମାନ ସୁଦ୍ଧା ୧୦୩ ଟେଷ୍ଟରୁ ୪୨.୧୯ ଆଭରେଜରେ ୭୨୧୫ ରନ, ୨୯୪ ଦିନିକିଆରୁ ୧୦,୩୪୫ ରନ ଓ ୫୮ ଟି୨୦ ମ୍ୟାଚ୍‌ରୁ ୧୬୨୭ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ନାମରେ ୨ଟି ତ୍ରିଶତକ ରହିଥିବାବେଳେ ଦିନିକିଆରେ ଗୋଟିଏ ଦ୍ୱିଶତକ ଲିପିବଦ୍ଧ ରହିଛି। ସେହିଭଳି ଟି୨୦ କ୍ରିକେଟ୍‌ରେ ପ୍ରଥମ ଶତକ ମଧ୍ୟ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri